ଜୀବନଶୈଳୀ

ଥାଳିରେ ହାତ ଧୋଉଥିବା ଲୋକ ନିଶ୍ଚୟ ଏହି ପୋଷ୍ଟଟିକୁ ପଢ଼ନ୍ତୁ

ବାସ୍ତୁଶାସ୍ତ୍ରରେ ଘର ଭିତରେ ସକରାତ୍ମକତା ବନାଇ ରଖିବା ପାଇଁ ଆଉ ସୁଖ ସମୃଦ୍ଧି ଆଣିବା ପାଇଁ ଅନେକ ମହତ୍ତ୍ୱପୂର୍ଣ ଉପାୟ କୁହାଯାଇଛି। ଶାସ୍ତ୍ର ଅନୁସାରେ ରୋଷେଇ ଘରକୁ ଦେବତା ମାନଙ୍କର ବାସ ମାନାଯାଏ। ଯଦି ରୋଷେଇ ଘରକୁ ସଫା ସୁତରା ରଖାଯାଏ ତ ଦେବତା ମାନଙ୍କର ଆଶୀର୍ବାଦ ମିଳିଥାଏ। ଏହା ଦ୍ବାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ଯାହା ଆର୍ଥିକ ସମ୍ପୂର୍ଣ୍ଣତା ଏବଂ ସଫଳତା ସହିତ ଜଡ଼ିତ ହୋଇଥାଏ। ଏମିତିକି ଘରକୁ କେବେବି ଗରିବୀ ବି ଆସିନଥାଏ। ଏହା ସହିତ ଜାଣିବା ରୋଷେଇ ଘରେ ଏମିତି କିଛି ଭୁଲ କଲେ ମା ଅନ୍ନପୂର୍ଣ୍ଣାଙ୍କର ଅପମାନ ହୋଇଥାଏ। ଆଉ ରୁଷ୍ଠ ହୋଇ ଆପଣଙ୍କ ଘରୁ ଚାଲିଯାନ୍ତି।

ଯେଉଁଠି ମା ଅନ୍ନପୂର୍ଣ୍ଣା କ୍ରୋଧିତ ହୋଇଥାନ୍ତି ସେଠାରେ ମା ଲକ୍ଷ୍ମୀ କେବେବି ରୁହନ୍ତି ନାହିଁ। ଭଜନ କରିବା ସମୟରେ ବି ଏହି ଭୁଲ କରିବା ଉଚିତ ନୁହେଁ ନଚେତ ଏହା ଦ୍ବାରା ରାହୁ କେତୁଙ୍କ ଖରାପ ପ୍ରଭାବ ପଡିଥାଏ। ପୂର୍ବ କାଳରେ ଲୋକମାନେ ଭୂମି ଉପରେ ବସି ଖାଦ୍ୟ ଖାଉଥିଲେ। ଯେଉଁ କାରଣରୁ ତାଙ୍କ ଶରୀର ଏବଂ ପୃଥିବୀର ଉର୍ଜାର ମିଳନ ହୋଇପାରୁଥିଲା ଆଉ ଯେଉଁ କାରଣରୁ ସେମାନେ ସୁସ୍ଥ ଏବଂ ବଳବାନ ହେଉଥିଲେ। ଆଜି କାଲି ଦେଖାଯାଉଛି କମଜୋରି ସାଧାରଣ କଥା ହୋଇଯାଇଛି।

ପ୍ରାଚୀନ ଗ୍ରନ୍ଥରେ ଖାଦ୍ୟ ଖାଇବା ସମୟରେ କିଛି ନିୟମ କୁହାଯାଇଛି ଯାହା ଉପରେ ଆମକୁ ଧ୍ୟାନ ଦେବା ଉଚିତ। ଆଉ ଏହି ନିୟମ ବୈଜ୍ଞାନିକ ଦୃଷ୍ଟିକୋଣରୁ ବି ସତ ସାବ୍ୟସ୍ତ ହେଉଛି। ତେବେ ଆସନ୍ତୁ ଜାଣିନେବା ବାସ୍ତୁଶାସ୍ତ୍ର ଅନୁସାରେ ଭୋଜନ କରିବା ସମୟରେ ଆମକୁ କେଉଁ କଥାର ଧ୍ୟାନ ଦେବା ଉଚିତ।

ସକାଳେ ପ୍ରଥମେ ରୋଷେଇ ଘରକୁ ପ୍ରବେଶ କରିବା ସମୟରେ ରୋଷେଇ ଘରର କବାଟ ଖୋଲିବା ମାତ୍ରେ ଏହି ଜିନିଷ କେବେବି ଦେଖନ୍ତୁ ନାହିଁ। ଏହାକୁ ସକାଳେ ଦେଖିଲେ ଘର ପରିବାରରେ ଗରିବୀ ଆସିଯାଏ।

ବନ୍ଧୁଗଣ ଆପଣ ଯେବେ ସକାଳେ ଉଠିବେ ରୋଷେଇ ଘରର କବାଟ ପ୍ରଥମେ ଖୋଲିଲେ ଚାକୁ ଛୁରୀ କେବେବି ଦେଖନ୍ତୁ ନାହିଁ। ସକାଳୁ ସକାଳୁ ଏହି ଜିନିଷ ଦେଖିଲେ ବ୍ୟକ୍ତି ଉପରେ ନକରାତ୍ମକତାର ପ୍ରଭାବ ରହିଥାଏ। ଯେବେ ଆପଣ ରୋଷେଇ ଘରକୁ ପ୍ରବେଶ କରିବେ ତ ପ୍ରଥମେ ମା ଅନ୍ନପୂର୍ଣ୍ଣାଙ୍କ ନାମ ନିଅନ୍ତୁ। ଆଉ ରୋଷେଇ ଘରକୁ ପ୍ରବେଶ କରନ୍ତୁ। ଏହା କରିବା ଦ୍ୱାରା ମା ଅନ୍ନପୂର୍ଣ୍ଣାଙ୍କ ବାସ ଆପଣଙ୍କ ଘରେ ହୋଇଥାଏ। ମା ଖୁସି ହୋଇଥାନ୍ତି ଆଉ ଅନ୍ନର କେବେବି ଅଭାବ ହୋଇନଥାଏ।

ଧ୍ୟାନ ରଖନ୍ତୁ ରୋଷେଇ ଘରେ କୌଣସି ପ୍ରକାରର ଭଙ୍ଗା ରୁଜା କିମ୍ବା ଅପରିଷ୍କାର ପାତ୍ର ଥିବ ତ ତୁରନ୍ତ ବାହାର କରିଦିଅନ୍ତୁ। ବିଦ୍ୟୁତ ସାମଗ୍ରୀ ଯାହା ଆପଣଙ୍କ କାମରେ ଆସୁନଥିବ ତାକୁ ତୁରନ୍ତ ରୋଷେଇ ଘରୁ ବାହାର କରିଦେବା ଉଚିତ। ଏମିତି କଲେ ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିବା ଭଳି ହୋଇଥାଏ।

ଭୋଜନ କରିବା ପାଇଁ ସବୁଠାରୁ ଉତ୍ତମ ପିତଳର ବାସନକୁ ମାନାଯାଇଛି। ଏହା ସହିତ ଭଗବାନଙ୍କୁ ବି ପ୍ରସାଦ ଦେବା ପାଇଁ
ତମ୍ବା ପିତଳ ଏବଂ ଚାନ୍ଦିର ପାତ୍ର ବ୍ୟବହାର କରିବା ଉଚିତ।

ରୋଷେଇ ଘରେ ଏହି ଭୁଲ ସର୍ବଦା ହେଲେ ଆପଣଙ୍କ ଗରିବିର କାରଣ ହୋଇଥାଏ ଯେମିତିକି କ୍ଷୀର ବାରମ୍ବାର ଉତୁରି ପଡିଯିବା। ତେଲ ବାରମ୍ବାର ପଡିଯିବା ଖାଦ୍ୟରେ ଲୁଣ ଅଧିକ ହୋଇଯିବା ଗରମ ତେଲ ଆପଣଙ୍କ ଉପରେ ପଡିଯିବା ଆଖି ହାତ ପଡିବା ଏମିତି ହେଉଥିଲେ ବୁଝିନିଅନ୍ତୁ ଆପଣଙ୍କ ଘରେ ରାହୁ କେତୁଙ୍କ ପ୍ରଭାବ ଅଛି ତ ଏମିତିରେ ଶନି ବି ଆପଣଙ୍କ ଉପରେ କ୍ରୋଧିତ ଅଛନ୍ତି। କୁହାଯାଏ ଯେବେ ରାହୁ କେତୁଙ୍କ ପ୍ରଭାବ ପଡ଼ିଯାଏ ତ ବ୍ୟକ୍ତିଙ୍କ ଜୀବନରେ ସମସ୍ୟା ଆରମ୍ଭ ହୋଇଯାଏ। ଏମିତି ହେଉଥିଲେ ଆପଣ ପ୍ରତିଦିନ ଗାଈକୁ ଗୋଟେ ରୁଟି ଏବଂ ଶେଷ ରୁଟି କୁକୁର ପାଇଁ ବନେଇବା ଉଚିତ। ଯାହା ଦ୍ୱାରା ରାହୁ କେତୁ ଶାନ୍ତ ହୋଇଯିବେ ଆଉ ମା ଅନ୍ନପୂର୍ଣ୍ଣାଙ୍କ ଆପଣଙ୍କ ଘରେ ବାସ ହୋଇଯିବ।।

ବାସ୍ତୁଶାସ୍ତ୍ର ଅନୁସାରେ ମା ଅନ୍ନପୂର୍ଣ୍ଣା ଏମିତି ଘରେ କେବେବି ବାସ କରନ୍ତି ନାହିଁ ଯେଉଁଠି ଖାଦ୍ୟକୁ ନଢାଙ୍କି ଖୋଲା ରଖିଦିଅନ୍ତି। ଏହା ଦ୍ବାରା ଖାଦ୍ୟ ଦୂଷିତ ହୋଇଥାଏ ଏଥିପାଇଁ ଖାଦ୍ୟକୁ ସର୍ବଦା ଢାଙ୍କି କରି ରଖିବା ଉଚିତ। ଖାଦ୍ୟକୁ ଖୋଲା ରଖିଲେ ରାହୁ କେତୁଙ୍କ ଖରାପ ପ୍ରଭାବ ପଡିଥାଏ। ଭୂତ ପ୍ରେତ ବି ଟାଣି ହୋଇ ଆସିଥାନ୍ତି। ସେ ବ୍ୟକ୍ତି ଗରିବ ହୋଇଯାନ୍ତି। ଶାସ୍ତ୍ର ଅନୁସାରେ

ଭୋଜନ କରିବ ସମୟରେ ଦିଗ ପ୍ରତି ଧ୍ୟାନ କରିବା ଉଚିତ। ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଖ କରି ଭୋଜନ କରିବା ଉଚିତ। ଏହା କଲେ ମନୁଷ୍ୟର ସ୍ୱାସ୍ଥ୍ୟ ଠିକ ରହିଥାଏ। ଆଉ ଦେବୀ ଦେବତାଙ୍କ କୃପା ବନି ରହିଥାଏ।

ଦକ୍ଷିଣ ଦିଗକୁ ମୁଖ କରି ଭୋଜନ କଲେ ସୁଖ ମାନ ସମ୍ମାନ ପ୍ରାପ୍ତି ହୋଇଥାଏ ଏବଂ ପିତୃପୁରୁଷଙ୍କ ଆଶୀର୍ବାଦ ମିଳିଥାଏ। କିନ୍ତୁ ଯେଉଁ ଲୋକଙ୍କର ମାତା ପିତା ଜୀବିତ ଅଛନ୍ତି ସେମାନେ ଦକ୍ଷିଣ ଦିଗକୁ ମୁଖ କରି କେବେବି ଭୋଜନ କରିବା ଉଚିତ ନୁହେଁ ବରଂ ତାଙ୍କ ମୁଖ ପଶ୍ଚିମକୁ ମୁଖ କରି ଭୋଜନ କରିବ ଉଚିତ।

ବାସ୍ତ ଅନୁସାରେ ନୈରତ କୋଣ ଅର୍ଥାତ ଦକ୍ଷିଣ ଏବଂ ପଶ୍ଚିମ ଦିଗ ଆଡ଼କୁ ମୁଖ କରି ଭୋଜନ କଲେ ପାଚନ ଶକ୍ତି କମଜୋର ହୋଇଥାଏ। ତଥା ପେଟ ସମ୍ବଦ୍ଧିତ ସମସ୍ୟା ହୋଇପାରେ। ଏଥିପାଇଁ ଏହି ଦିଗକୁ ମୁଖ କରି ଭଜନ କରନ୍ତୁ ନାହିଁ।

ଆସନ୍ତୁ ଜାଣିବା ଭୋଜନ କରିବା ପୂର୍ବରୁ କଣ କରିବା ଉଚିତ।

ଭୋଜନ କରିବା ପୂର୍ବରୁ ପ୍ରଥମେ ହାତ ଗୋଡ଼ ଏବଂ ମୁଖକୁ ଭଲ ଭାବରେ ଧୋଇନେବା ଉଚିତ। ଏହା ଦ୍ବାରା ଆୟୁରେ ବୃଦ୍ଧି ହୋଇଥାଏ। ମଇଳା ଗୋଡ଼ରେ ଭୋଜନ କରିବା ଅଶୁଭ ବୋଲି ମାନାଯାଏ। ଜଳ ପଞ୍ଚତତ୍ତ୍ୱ ମଧ୍ୟରୁ ଗୋଟେ ଅଟେ। ଭୂମି ଉପରେ ବସିଲେ ପୃଥିବୀ ଏବଂ ଜଳ ତତ୍ତ୍ୱର ମିଳନ ହେବା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ। ଏହା ଦ୍ୱାରା ଶରୀରରେ ଉର୍ଜା ପ୍ରବାହ ଭଲ ଭାବରେ ହୋଇଥାଏ। ଏହା ସହିତ ମନକୁ ଏହା ଶାନ୍ତ ରଖିଥାଏ ଆଉ କ୍ରୋଧକୁ ଶାନ୍ତ ରଖିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button