ବିଚାର

ଧନକୁ ଆକର୍ଷିତ କରିଥାଏ ଏହି ବିଶେଷ ଗଛ,ଏହାର ଚମତ୍କାର ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ

ଆଜି ଆମେ ଆପଣଙ୍କୁ ଏକ ଚମତ୍କାରୀ ଫଳ ବିଷୟରେ କହିବାକୁ ଯାଉଛୁ। ଏହାକୁ ଅନେକ ତନ୍ତ୍ର ସାଧନାରେ ମଧ୍ୟ ପ୍ରୟୋଗ କରାଯାଇଥାଏ। ତାହା ହେଉଛି ଗୁଞ୍ଜ ଫଳ। ଏହି ଫଳ ଆପଣଙ୍କୁ ଅନେକ ନଦୀତଟ, ଝାଡି ସ୍ଥାନରେ ମିଳି ଯିବ। କିନ୍ତୁ ଆଜିକାଲି ମାର୍କେଟରେ ଏହା ଅତ୍ୟନ୍ତ ଦୁର୍ଲଭ ଅଟେ। ଏହାକୁ ପୁରାତନ ଯୁଗରେ ସୁନା ରୁପା ଓଜନ କରିବା ପାଇଁ ବ୍ୟବହାର କରାଯାଉଥିଲା।

କହିବାକୁ ଗଲେ ଅନେକ ପ୍ରକାରର ଗୁଞ୍ଜ ରହିଛି। ଲାଲ ରଙ୍ଗ ଥିବା ଗୁଞ୍ଜ ତନ୍ତ୍ର କାର୍ଯ୍ୟରେ ବ୍ୟବହାର ହୋଇଥାଏ। ଯେଉଁ ତନ୍ତ୍ର ସାଧକ ଲାଲ ଗୁଞ୍ଜ ମାଳ ନିଜ ଗଳାରେ ଧାରଣ କରିଥାନ୍ତି, ସମସ୍ତେ ତାଙ୍କର ବଶ ହୋଇ ଯାଇଥାନ୍ତି। ସନ୍ତାନ ସୁଖ ଇଛା ରହିଥିବା ଲୋକଙ୍କୁ ଧଳା ରଙ୍ଗର ଗୁଞ୍ଜ ବ୍ୟବହାର କରିବା ଉଚିତ। ଧଳା ଗୁଞ୍ଜକୁ ଠାକୁର ଘରେ ରଖି ପୂଜାର୍ଚ୍ଚନା କରି ମାଳା ପ୍ରସ୍ତୁତ କରି ନିଜ ଗଳାରେ ଧାରଣ କରିବା ଉଚିତ।

ଶତ୍ରୁ ମାନଙ୍କ ଠାରୁ ମୁକ୍ତି ପାଇବା ପାଇଁ ଆପଣ ଲାଲ ଗୁଞ୍ଜ ନେଇ ନିଜ ଶତ୍ରୁଙ୍କ ନାମ ସ୍ମରଣ କରି ମହୁରେ ପକାଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଶତ୍ରୁ ଆପଣଙ୍କର କିଛି ମଧ୍ୟ ବିଗାଡି ପାରିବେ ନାହିଁ। ତନ୍ତ୍ର ଶାସ୍ତ୍ର ଅନୁସାରେ ଗୁଞ୍ଜକୁ ହାତରେ ଘଷିବା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ଏହା ତନ୍ତ୍ର ସାଧକ ମାନଙ୍କ ପାଇଁ ରକ୍ଷା କବଚ ଭଳି କାର୍ଯ୍ୟ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button