ତୁଳସୀ ଚଉରାରେ ଜଳ ଦେବାର ବିଧି, ଜଳଦେବା ସମୟରେ କେଉଁ ଦିଗକୁ ମୁହଁ ହେବ
ତେବେ ଦର୍ଶକ ବନ୍ଧୁ ହିନ୍ଦୁ ରୀତିନୀତି ଅନୁଯାୟୀ ଆମ ସମସ୍ତ ଙ୍କ ଘରେ ତୁଳସୀ ଚଉରା ଟିଏ ଥିବ ନିଶ୍ଚୟ | ତେବେ ଏହି ତୁଳସୀ ଚଉରା ରେ ଆମେ ପ୍ରତିଦିନ ପାଣି ମଧ୍ୟ ଦେଉଥାଏ ଓ ମା ବୃନ୍ଦାବତୀ କୁ ପୂଜା ମଧ୍ୟ କରିଥାଉ | ତେବେ ମା ବୃନ୍ଦାବତୀ ଙ୍କୁ କେଉଁ ଦିନ ରେ ପାଣି ଦିଆଯିବ ଓ କେଉଁ ଦିନ ରେ ପାଣି ଦେବା ଉଚିତ ନୁହେଁ ସେ ବିଷୟରେ ହୁଏତ କିଛି ଲୋକ ଜାଣିନଥିବେ | ତେବେ କେଉଁ ଦିନ ମାନଙ୍କ ରେ ମା ବୃନ୍ଦାବତୀ ଙ୍କୁ ପାଣି ଦେଲେ ଘର ମଙ୍ଗଳ ହେବା ସହିତ ଘର ର କୌଣସି ଅନିଷ୍ଟ ହେଇନଥାଏ ଓ କେଉଁ ଦିନ ରେ ପାଣି ଦେଲେ ଅମଙ୍ଗଳ ହେଇଥାଏ ଆସନ୍ତୁ ଏହାର ବିଧି ବିଷୟରେ ଜାଣିବା |
ତେବେ ଆମର ହିନ୍ଦୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ମା ତୁଳସୀ ଙ୍କୁ ବା ମା ବୃନ୍ଦାବତୀ ଙ୍କୁ ପୂଜା କରାଯାଏ ସେହି ଘରେ ମଙ୍ଗଳ ହେବା ସହିତ କୌଣସି ଦୃଷ୍ଟି ଶକ୍ତି ର ପ୍ରଭାବ ପଡିନୋଥାଏ | ତେବେ ଶାସ୍ତ୍ର ଅନୁସାରେ ଯେତେବେଳେ ପୂର୍ବାକାଶ ରେ ସୂର୍ଯ୍ୟଦ୍ୱୟ ହେବ | ସେତେବେଳେ ଆପଣ ସ୍ନାନଧି କାର୍ଯ୍ୟ ଶେଷ କରି ଭଗବାନ ସୂର୍ଯ୍ୟ ଙ୍କୁ ଜଳଅର୍ପଣ କରିସାରିବା ପରେ ମା ବୃନ୍ଦାବତୀ ଙ୍କୁ ଆପଣ ଜଳ ଦିୟନ୍ତୁ | ଯଦି ଆପଣ ସୂର୍ଯ୍ୟଦ୍ୱୟ ସମୟରେ ମା ତୁଳସୀ ଙ୍କୁ ଜଳ ଅର୍ପଣ କରୁଛନ୍ତି ତାହେଲେ ଆପଣଙ୍କୁ ବହୁତ ଶୁଭ ଫଳ ପ୍ରାପ୍ତ ହେଇଥାଏ ବୋଲି କୁହାଯାଏ |
ତେବେ କେବଳ ରବିବାର ବା ଏକାଦଶୀ ତିଥିରେ ମା ବୃନ୍ଦାବତୀ ଙ୍କୁ ଜଳ ଅର୍ପଣ କରଯାଏ ନାହିଁ | ଶାସ୍ତ୍ର ଅନୁସାରେ ଏହାର କାରଣ ହେଉଛି ରବିବାର ବା ଏକାଦଶୀ ରେ ମା ବୃନ୍ଦାବତୀ ଭଗବାନ ବିଷ୍ଣୁ ଙ୍କ ପାଇଁ ନିର୍ଜଳା ଉପବାସ କରିଥାନ୍ତି | ଏକାଦଶୀ ଦିନ ଏକାଦଶୀ ବ୍ରତ ଓ ରବିବାର ଦିନ ପ୍ରଭୂ ଗୋଲକ ବିହାରୀ ଙ୍କ ପାଇଁ ନିର୍ଜଳା ବ୍ରତ ରଖିଥାନ୍ତି | ସେଥିପାଇଁ ରବିବାର ବା ଏକାଦଶୀ ତିଥିରେ ମା ବୃନ୍ଦାବତୀ ଙ୍କ ଠାରେ ଜଳ ଅର୍ପଣ କରାଯାଏ ନାହିଁ | ଏହିଭଳି ଭାବରେ ଆମେ ମା ବୃନ୍ଦାବତୀ ଙ୍କୁ ପୂଜା କରିକି ଅପାର କୃପା ପାଇପାରିବା |
ତାହେଲେ ବନ୍ଧୁ ଗଣ ପ୍ରତି ଦିନ ସକାଳେ ଓ ସନ୍ଧ୍ୟା ସମୟରେ ମା ବୃନ୍ଦାବତୀ ଙ୍କ ଠାରେ ଦୀପ ଟି ଜାଳିବାକୁ ଭୁଲନ୍ତୁ ନାହିଁ | ତେବେ ଏହି ଦ୍ୱୀପ ଆପଣ ଏକାଦଶୀ ଓ ରବିବାର ରେ ମଧ୍ୟ ଦେଇପାରିବେ ଓ ଏହି ଦ୍ୱୀପ କୁ ଭୂମି ରେ ରଖିବେ ନାହିଁ ଏହାକୁ କୌଣସି ଆସନ ବା ଫୁଲ ଉପରେ ରଖନ୍ତୁ | ତେବେ ଶାସ୍ତ୍ର ଅନୁସାରେ ତୁଳସୀ ଚଉରା ରେ ପାଣି ଦେବା ସମୟରେ ଉତ୍ତର ଦିଗକୁ ମୁହଁ କରି ତୁଳସୀ ଚଉରା ରେ ପାଣି ଦିୟନ୍ତୁ | ତାସହିତ ଗୋଟିଏ କଥା ମନେ ରଖନ୍ତୁ ତୁଳସୀ ଚଉରା ରେ ପାଣି ଦେବା ସମୟରେ ତୁଳସୀ ଗଛ ଉପରେ ପାଣି ନ ଦେଇ ତାହାର ମୂଳ ରେ ପାଣି ଅର୍ପଣ କରନ୍ତୁ | ତା ସହିତ ତୁଳସୀ ଚଉରା ରେ ପାଣି ଦେବା ସମୟରେ ଆପଣଙ୍କର ବୃଦ୍ଧା ଆଙ୍ଗୁଳି ଓ ତର୍ଜନୀ ଆଙ୍ଗୁଠି କୁ ତୁଳସୀ ଚଉରା ରେ ପାଣି ଦେବା ବେଳେ ଏକାଠି କରିବେ ନାହିଁ | ତେବେ ଏହିଭଳି ଭାବରେ ଆମେ ବୃନ୍ଦାବତୀ ଙ୍କର ଆଶୀର୍ବାଦ ପାଇପାରିବା |



