ସ୍ୱାସ୍ଥ୍ୟ

ସତର୍କ! ପ୍ରୋଟିନ ସପ୍ଲିମେଣ୍ଟ ଖାଉଥିଲେ ସାବଧାନ, ଆସିଲା ସାଂଘାତିକ ରିପୋର୍ଟ

ନିଜକୁ ଫିଟ ରଖିବା ପାଇଁ ଏବେ ସମସ୍ତେ ଚାହୁଁଛନ୍ତି। କିଏ ବ୍ୟାୟାମ କରୁଛି ତ କିଏ ଜିମ ଯାଉଛି। ସେହିପରି କିଛି ଲୋକ ନିଜର ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ନିୟମିତ କ୍ଷୀର ପିଅନ୍ତି ଓ ଅନ୍ୟ ପାନୀୟ ସହ ବିଭିନ୍ନ ପ୍ରକାରର ସପ୍ଲିମେଣ୍ଟ ସବୁ ମିଶାଇ ପିଅନ୍ତି। ଶରୀରକୁ ଅଧିକ ଏନର୍ଜି ଓ ପୋଷକତତ୍ତ୍ୱ ପ୍ରଦାନ କରିବାକୁ ସେମାନେ ଏମିତି କରନ୍ତି। ପ୍ରୋଟିନ ସପ୍ଲିମେଣ୍ଟକୁ ଏବେ ଅଧିକାଂଶ ଲୋକ ବ୍ୟବହାର କରୁଛନ୍ତି। ମସଲ୍ସ ପାୱାର ବୃଦ୍ଧି ସହ ଷ୍ଟ୍ରେନ୍ଥ ବଢ଼ାଇବାକୁ ସେମାନେ ପ୍ରୋଟିନ ନେଉଛନ୍ତି।

ତେବେ ଏପରି ପ୍ରୋଟିନ ସପ୍ଲିମେଣ୍ଟକୁ ନେଇ ଆସିଛି ସାଂଘାତିକ ଖବର। ଲୋକମାନେ ଯେଉଁ ପ୍ରୋଟିନ ସପ୍ଲିମେଣ୍ଟକୁ ନିଜ ସ୍ୱାସ୍ଥ୍ୟ ପାଇଁ ପିଉଛନ୍ତି, ସେଗୁଡ଼ିକରେ ଭୁଲ ଲେବଲିଂ ହେଉଛି। ଭାରତରେ ବିକ୍ରି ହେଉଥିବା ୭୦% ପ୍ରୋଟିନ ସପ୍ଲିମେଣ୍ଟରେ ତ୍ରୁଟିପୂର୍ଣ୍ଣ ଲେବଲିଂ ବା ଭୁଲ ତଥ୍ୟ ଦିଆଯାଉଥିବା ଗୋଟିଏ ସର୍ଭେରୁ ଖୁଲାସା ହୋଇଛି।

ସର୍ଭେରେ ଆହୁରି କୁହାଯାଇଛି ଯେ ଏପରି ସପ୍ଲିମେଣ୍ଟଗୁଡ଼ିକରେ ବିଷାକ୍ତ ପଦାର୍ଥ ମଧ୍ୟ ମିଳିବାର ନଜିର ରହିଛି। ଭୁଲ ତଥ୍ୟ ସହ ଗୁଣବତ୍ତା ହ୍ରାସ କରାଯାଉଛି। ସେହିପରି ବିଜ୍ଞାପନ ଜରିଆରେ ଭୁଲ ତଥ୍ୟର ପ୍ରଚାର କରାଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button