ଓଡିଶା

ଆରବ ସାଗର ପରେ ଏବେ ବଂଗୋପ ସାଗରରେ ଆସୁଛି ଆଉ ଏକ ବାତ୍ୟା, ଦେଖନ୍ତୁ ଓଡିଶା ଉପରେ କଣ ରହିବ ଏହାର ପ୍ରଭାବ

ବନ୍ଧୁଗଣ ପଶ୍ଚିମ ଉପକୂଳ ପରେ ଏବେ ପୂର୍ବ ତଟ ଉପରେ ନଜର । ଆରବସାଗର ପରେ ଏବେ ବଙ୍ଗୋପସାଗର । ଆସନ୍ତା ୨୩ ରେ ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗର ରେ ସୃଷ୍ଟି ହେବ ଲଘୁଚାପ ବଳୟ ।

ଏହାକୁ ଅନୁମାନ କରିଛି ଭାରତୀୟ ପାଣି ପାଗ ବିଭାଗ । କିନ୍ତୁ ଏହି ଲଘୁଚାପ ବାତ୍ୟା ର ରୂପ ନେବ କି ନାହିଁ ଚାଲନ୍ତୁ ସେ ବିଷୟରେ ଆଲୋଚନା କରି ନେବା । ଭାରତୀୟ ପାଣି ପାଗ ସୂଚନା ଦ୍ଵାରା ଆସନ୍ତା ୨୩ ତାରିଖରେ ହେବାକୁ ଯାଉଛି ଏକ ଲଘୁଚାପ । ଏବଂ ଏହି ଲଘୁଚାପ ଫଳ ରେ ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି । ଏବଂ ଏହି ହେବାକୁ ଯାଉଥିବା ଲଘୁଚାପ ବାତ୍ୟା ର ରୁପ ନେଇ ପାରେ ବୋଲି ସମସ୍ତେ ଅନୁମାନ କରୁଛନ୍ତି ।

ଏହାର ପ୍ରଭାବ ଉତ୍ତର-ପୂର୍ବ ଭାରତ,ବାଂଗଲାଦେଶ ଏବଂ ମିଆଁମାର ଉପରେ ପଡିପାରେ । ସାଧାରଣତଃ ଅପ୍ରେଲ,ମଇ,ଜୁନ ମାସ ବାତ୍ୟା ର ମାସ ଅଟେ । ଗତ ତିନି ବର୍ଷ ଧରି ମଇ ମାସ ରେ ଭୟଙ୍କର ବାତ୍ୟା ଆସୁଛି ଏବଂ ଅନେକ କ୍ଷୟକ୍ଷତି କରାଇ ଯାଉଛି । ୨୦୧୯ ମଇ ରେ ବଙ୍ଗୋପସାଗର ରେ ଲଘୁଚାପ ସୃଷ୍ଟି ହୋଇ ଫନି ଭଳି ବାତ୍ୟା ଆସିଥିଲା ।

୨୦୨୦ ରେ ମଧ୍ୟ ବଙ୍ଗୋପସାଗର ରେ ଲଘୁଚାପ ସୃଷ୍ଟି କରି ଅମ୍ଫନ ନାମକ ବାତ୍ୟା ଆସିଥିଲା ଏବଂ ୨୦୨୧ ମସିହା ମଇ ମାସ ରେ ଫୁଣି ଆରବ ସାଗର ରେ ଲଘୁଚାପ ସୃଷ୍ଟି ହୋଇ ତାଉତେ ବାତ୍ୟା ଆସିଛି ଏବେ ବର୍ତ୍ତମାନ ଫୁଣି ବଙ୍ଗୋପସାଗର ରେ ଲଘୁଚାପ ସୃଷ୍ଟି ହୋଇ ଏକ ନୂତନ ବାତ୍ୟା ମଧ୍ୟ ଆସୁଛି ।

ଭାରତୀୟ ପାଣି ପାଗ ବିଭାଗର ଅନୁସାରେ ମଇ ୨୧ ରେ ଆଣ୍ଡାମାନ ନିକଟରେ ମୌସୁମୀ ସକ୍ରିୟ ହେବ ଏବଂ ଏହି ସମୟ ବାତ୍ୟା ପାଇଁ ଅନୁକୂଳ ରହିବ । ତେଣୁ ୨୩ ତାରିଖରେ ହେବାକୁ ଯାଉଥିବା ଲଘୁଚାପ ଉପରେ ନଜର ରଖା ଯାଇଛି ।

ଏହା ଛଡା ବଙ୍ଗୋପସାଗର ରେ ସୃଷ୍ଟି ହେଉଥିବା ଲଘୁଚାପ ର ପ୍ରଭାବ ରାଜ୍ୟର କିଛିଟା ଜିଲ୍ଲା ଉପରେ ମଧ୍ୟ ହେବାର ସମ୍ଭାବନା ରହିଛି । କୋରାପୁଟ, ନବରଙ୍ଗପୁର,ସୁନ୍ଦରଗଡ,ଦେଓଗଡ଼, ଏବଂ ମାଲକାନଗିରି ଏହି ପାଂଚ ଟି ଜିଲ୍ଲା କୁ ରେଡ଼ ୱାର୍ନିଙ୍ଗ ଦିଆ ଯାଇଛି । ଏହି ଜିଲ୍ଲା ଗୁଡିକ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ କ୍ଷୟକ୍ଷତି ର ମଧ୍ୟ ସମ୍ଭାବନା ରହିଛି ।

ଏହା ଛଡା କଳାହାଣ୍ଡି, ବଲାଙ୍ଗିର,ବରଗଡ଼,ସମ୍ବଲପୁର ଆଦି ଜିଲ୍ଲାକୁ ଓରେଞ୍ଜ ୱାର୍ନିଙ୍ଗ ଦିଆଯାଇଛି ଏବଂ ଭଦ୍ରକ,ଯାଜପୁର,ବୌଦ୍ଧ, ମୟୁରଭଂଜ ଆଦି ଜିଲ୍ଲା କୁ ୟେଲୋ ୱାର୍ନିଙ୍ଗ ଦିଆ ଯାଇଛି । ଏହା ସହିତ ବାକି ଜିଲ୍ଲାକୁ ମଧ୍ୟ ସତର୍କ ରହିବା ଆବଶ୍ୟକ ଏବଂ ବାତ୍ୟା ସହିତ ମୁକାବଲା ପାଇଁ ପ୍ରସ୍ତୁତ ରହିବା ମଧ୍ୟ ଆବଶ୍ୟକ ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button