ସ୍ୱାସ୍ଥ୍ୟ

ଶରୀର ଦିଏ ଏହି ସବୁ ସଂକେତ ଦେଖନ୍ତୁ ଆଗୁଆ ଜାଣି ପାରିଲେ ହିଁ ଆପଣଙ୍କ ପାଇ ଭଲ ନହେଲେ …

ବନ୍ଧୁଗଣ ନମସ୍କାର। ବନ୍ଧୁଗଣ ଶରୀରରେ ପ୍ରତ୍ୟେକ ଅଙ୍ଗର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ସେହିପରି କିଡ୍ନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ। କିଡ୍ନୀରେ କୌଣସି ସମସ୍ୟା ଦେଖା ଯାଇଥିଲେ ଭବିଷ୍ୟତ ରେ ଆମକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
ତେଣୁ ଯଦି ଆପଣଙ୍କ ମଧ୍ୟ କିଡ୍ନୀ ଜନିତ କୌଣସି ସମସ୍ୟା ରହିଛି ତେବେ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଡ୍ନୀ ଖରାପ ହେବା ପୂର୍ବରୁ ଦେଖା ଦେଇଥିବା କିଛି ସଂକେତ ସମ୍ବନ୍ଧରେ କହିବୁ।
Kedney

୧- କିଡ୍ନୀ ଖରାପ ହେବା ଦ୍ୱାରା ରକ୍ତ ରେ ୟୁରିଆ ର ପରିମାଣ ଅଧିକ ହୋଇଯାଏ। ଯାହାଦ୍ୱାରା ପାଟି ରୁ ଦୁର୍ଗନ୍ଧ ବାହାରି ଥାଏ। ଏହା ସ୍ପଷ୍ଟ ଲକ୍ଷଣ ଅଟେ। ଯଦି ଏଭଳି ଲକ୍ଷଣ ଆପଣଙ୍କ ମଧ୍ୟରେ ଦେଖା ଯାଉଛି ତେବେ ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ।
୨- କିଡ୍ନୀ ଖରାପ ହେବା ଦ୍ୱାରା ପରିସ୍ରା ରେ ଫେଣ ପଡ଼ିଥାଏ। ଯଦି ଆପଣଙ୍କ ପରିସ୍ରା ରେ ମଧ୍ୟ ଫେଣ ପଡ଼ୁଛି ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ। ନଚେତ ଆପଣଙ୍କୁ ଏହାର ବହୁତ ବଡ଼ ମୂଲ୍ୟ ଦେବାକୁ ପଡ଼ିବ।
୩. କିଡ୍ନୀ ଖରାପ ହେବା ଦ୍ବାରା ସର୍ଵ ପ୍ରଥମେ ଶରୀରରେ ରକ୍ତ ଖରାପ ହୋଇଯାଏ ଯାହା ଫଳରେ ଶରୀର ଫୁଲିବାକୁ ଲାଗିଯାଏ। ତେବେ ଯଦି ଆପଣଙ୍କ ଶରୀରରେ ମଧ୍ୟ ଏହି ସମସ୍ୟା ଦେଖା ଦେଉଛି ତେବେ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ।
୪. ଯଦି ଆପଣ କୌଣସି କାମ ନକରି ମଧ୍ୟ ବହୁତ ଶୀଘ୍ର ଥକି ଯାଉଛନ୍ତି ତେବେ ଏହାର ଅର୍ଥ ଆପଣ କୌଣସି ଏକ ବଡ଼ ରୋଗର ଶିକାର ହେଉଛନ୍ତି। ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
୫. କିଡ୍ନୀ ଖରାପ ହେବା ପରେ ଯେଉଁ ଏନିମିଆ ରୋଗ ହୋଇଥାଏ ତାହା ଯୋଗୁଁ ଗରମ ପରିବେଶରେ ମଧ୍ୟ ଥଣ୍ଡା ଲାଗିଥାଏ। ତେଣୁ ବନ୍ଧୁଗଣ ଯଦି ଆପଣ ମଧ୍ୟ ଏହି ସମସ୍ୟା ରେ ଅଛନ୍ତି ତେବେ ତୁରନ୍ତ ଏହାର ଚିକିତ୍ସା କରନ୍ତୁ।
୬. ପରିସ୍ରା ରେ କୌଣସି ପ୍ରକାର ପରିବର୍ତ୍ତନ କିଡ୍ନୀ ଖରାପ ହେବାର ଲକ୍ଷଣ ଅଟେ। ଯଦି ଆପଣଙ୍କ ପରିସ୍ରାରେ ରକ୍ତ ପଡୁଛି ତେବେ ଏହାର ଅର୍ଥ ଆପଣଙ୍କ କିଡ୍ନୀ ସମ୍ପୂର୍ଣ୍ଣ ଭାବରେ ଖରାପ ହୋଇ ସାରିଛି। ତେଣୁ ବିଳମ୍ବ ନକରି ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ଏହାର ଚିକିତ୍ସା କରନ୍ତୁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button