ସ୍ୱାସ୍ଥ୍ୟ

କ୍ୟାନ୍ସର ପାଇଁ ଆଉ ଚିନ୍ତା କରିବା ଦରକାର ନାହିଁ, ବାହାରିଲା କ୍ୟାନ୍ସର ଭ୍ୟାକ୍ସିନ, ସମସ୍ତଙ୍କୁ ମିଳିବ ମାଗଣା, ଜାଣନ୍ତୁ ପୁରା ଖବର

କ୍ୟାନସର ପାଇଁ ଆସିଲା ଟିକା। କର୍କଟ ରୋଗ ବିରୋଧରେ ଭ୍ୟାକସିନ ପ୍ରସ୍ତୁତ ନେଇ ଦାବି କରିଛି ରୁଷ। ୨୦୨୫ରୁ ଦେଶର ନାଗରିକଙ୍କୁ ମାଗଣାରେ ଟୀକା ପ୍ରଦାନ କରାଯିବ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଚଳିତ ଶତାବ୍ଦୀର ଏହା ସବୁଠାରୁ ବଡ଼ ଉଦ୍ଭାବନ ବୋଲି ସେ କହିଛନ୍ତି। ରୁଷ ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କ୍ୟାନସର ଭ୍ୟାକସିନ ପ୍ରସ୍ତୁତିରେ ସଫଳତା ନେଇ ଗତକାଲି ସ୍ପଷ୍ଟ କରିଥିଲା।

ଏହି ଟିକା କର୍କଟ ଚିକିତ୍ସାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇପାରେ । ଗାମାଲେୟା ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଫର ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜିର ନିର୍ଦ୍ଦେଶକ ଆଲେକଜାଣ୍ଡର ଗିଣ୍ଟସବର୍ଗ କହିଛନ୍ତି ଟିକାର ପ୍ରି-କ୍ଲିନିକାଲ ପରୀକ୍ଷଣ ସମୟରେ ଏହା ଦେଖାଯାଇଛି ଯେ ଏହା ଟ୍ୟୁମର ବୃଦ୍ଧି ଏବଂ ମେଟାଷ୍ଟାସିସ୍ ବା କର୍କଟ ବ୍ୟାପିବା ରୋକିବାରେ ପ୍ରଭାବଶାଳୀ ।

ରୁଷିଆର ଟିକା ବିଶେଷଜ୍ଞ ଗିଣ୍ଟସବର୍ଗ କହିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ସହାୟତାରେ ବ୍ୟକ୍ତିଗତ କ୍ୟାନସର ଟିକା ତିଆରି ପ୍ରକ୍ରିୟା ଘଣ୍ଟା ଘଣ୍ଟା ମଧ୍ୟରେ ଶେଷ ହୋଇପାରିବ । ବର୍ତ୍ତମାନ ସମୟରେ, ଏହି ପ୍ରକ୍ରିୟା ଲମ୍ବା ଏବଂ ଜଟିଳ, କାରଣ ଏଥିରେ ଗାଣିତିକ ପଦ୍ଧତି ବ୍ୟବହାର କରାଯାଏ ।

କିନ୍ତୁ ଏଆଇ ଏବଂ ନ୍ୟୁରାଲ ନେଟୱାର୍କ କମ୍ପ୍ୟୁଟିଂ ସାହାଯ୍ୟରେ ଏହାକୁ ମାତ୍ର ୩୦ ମିନିଟରୁ ୧ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ କରାଯାଇପାରିବ । କର୍କଟ ରୋଗର ଚିକିତ୍ସାରେ ଟିକା ରୋଗ ପ୍ରତିରୋଧକ ଶକ୍ତିକୁ କର୍କଟ କୋଷକୁ ଚିହ୍ନଟ କରି ନଷ୍ଟ କରିବାରେ ସାହାଯ୍ୟ କରିଥାଏ ।

ଥେରାପ୍ୟୁଟିକ୍ କ୍ୟାନସର ଟିକା ବିଶେଷ କରି ଟ୍ୟୁମର କୋଷରୁ ପ୍ରୋଟିନ୍ କିମ୍ବା ଆଣ୍ଟିଜେନକୁ ଟାର୍ଗେଟ କରି ଶରୀରର ପ୍ରାକୃତିକ ପ୍ରତିରକ୍ଷା ପ୍ରଣାଳୀକୁ ଟ୍ୟୁମରକୁ ଦୂର କରିବାରେ ସକ୍ଷମ କରିଥାଏ । ଏହାବ୍ୟତୀତ ଏଚପିଭି ଟିକା ଭଳି ପ୍ରତିଷେଧକ ଟିକା ଭୂତାଣୁ ସହ ଜଡିତ କର୍କଟ ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button