ଓଡିଶା

ଗଜପତି ଉତ୍ସବ ଉଦଘାଟିତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବୁଧବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳା। ଆସାମ, ଗୁଜରାଟ, ହରିଆଣା, ମଧ୍ୟପ୍ରଦେଶର କଳାକାରଙ୍କ ଲୋକନୃତ୍ୟ ସହ ଓଲିଉଡ୍ ତାରକା ସମ୍ବିତ୍ ଆଚାର୍ଯ୍ୟ ଓ ସୂର୍ଯ୍ୟମଣି ମହାପାତ୍ର ଦର୍ଶକଙ୍କ ଭରପୁର ମନୋରଞ୍ଜନ କରାଇଥିଲେ। ମହେନ୍ଦ୍ରଗିରିରୁ ମଶାଲ ଅଣାଯାଇ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରରେ ରଖାଯାଇଥିଲା। ପରେ ତାହାକୁ ଏକ ପଟୁଆରରେ ଉତ୍ସବ ସ୍ଥଳ ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରେ ୫ଦିନିଆ ଗଜପତି ଉତ୍ସବ ସାଙ୍ଗକୁ ପଲ୍ଲୀଶ୍ରୀ ମେଳା ଆରମ୍ଭ କରାଯାଇଥିଲା। ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା ତ ପଲ୍ଲୀଶ୍ରୀ ମେଳାରେ ଭଳିକି ଭଳି ଜିନିଷ କିଣି ଲୋକେ ସନ୍ଧ୍ୟାରେ ନିଜର ମନୋରଞ୍ଜନ କରିଥିଲେ।

ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଏସପି ସ୍ବାତୀ ଏସ୍. କୁମାର ପ୍ରମୁଖ ମଞ୍ଚାସୀନ ଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button