ଧର୍ମ

ଘରେ ଗଙ୍ଗାଜଳ ରଖିବା ସମୟରେ କରନ୍ତୁ ନାହିଁ ଏହି ବଡ଼ ଭୁଲ। ନଚେତ ହୋଇ ପାରନ୍ତି ବର୍ବାଦ

ହିନ୍ଦୁଧର୍ମରେ ଗଙ୍ଗାନଦୀକୁ ଅତ୍ୟନ୍ତ ପବିତ୍ର ମାନାଯାଇଥାଏ। ଅର୍ଥାତ ଗଙ୍ଗା ନଦୀକୁ ଦେବୀଙ୍କ ସ୍ୱରୂପ ବୋଲି ମଧ୍ୟ କୁହାଯାଏ। ଗଙ୍ଗାଜଳ ଅତ୍ୟନ୍ତ ପବିତ୍ର ହୋଇଥାଏ। କୁହାଯାଏ କି ଗଙ୍ଗାନଦୀରେ ସ୍ନାନ କରିବା ଦ୍ୱାରା ସବୁ ପାପରୁ ମୁକ୍ତି ମିଳିଥାଏ।ଏହାର ଜଳ ପିଇବା ଦ୍ୱାରା ମନୁଷ୍ୟକୁ ମୋକ୍ଷ ପ୍ରାପ୍ତି ହୋଇଥାଏ।

ଘରେ ଗଙ୍ଗାଜଳ ସିଞ୍ଚନ କରିବା ଦ୍ଵାରା ଘରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ପ୍ରାୟତଃ ସମସ୍ତଙ୍କ ଘରେ ଗଙ୍ଗାଜଳ ରହିଥାଏ। କିନ୍ତୁ ଘରେ ଗଙ୍ଗାଜଳ ରଖିବାର କିଛି ବିଶେଷ ନିୟମ ଗୁଡ଼ିକ ରହିଛି। ଏହି ନିୟମ ଗୁଡ଼ିକୁ ପାଳନ ନକଲେ, କୌଣସି ସୁଫଳ ମିଳି ନଥାଏ। ତେବେ ଚାଲନ୍ତୁ ଜାଣିବା ଜାଣିବା, ଘରେ ଗଙ୍ଗାଜଳ ରଖିବାର କିଛି ବିଶେଷ ନିୟମ ଗୁଡ଼ିକ ବିଷୟରେ।

ଘରେ ଗଙ୍ଗାଜଳ ରଖିବା ସମୟରେ ଏହି ନିୟମ ଗୁଡିକ ପାଳନ କରନ୍ତୁ :-

୧/ ଆପଣ ଦେଖିଥିବେ କି ଅଧିକାଂଶ ଲୋକେ ଗଙ୍ଗାଜଳକୁ ପ୍ଲାଷ୍ଟିକ ବୋତଲରେ ରଖିଥାନ୍ତି।ଏହା ଭୁଲ ଅଟେ। ଗଙ୍ଗାଜଳକୁ ତମ୍ବା, ପିତଳ ବା ରୁପା ପଦାର୍ଥରେ ରଖିବା ଉଚିତ। ଏହାର ଶୁଭ ପଦାର୍ଥ ଆପଣ ନିଶ୍ଚିତ ଦେଖିବାକୁ ପାଇବେ। ପୁରାତନ କାଳରେ ପ୍ଲାଷ୍ଟିକ ବସ୍ତୁ ନଥିଲା। ତେଣୁ ତମ୍ବା, ପିତଳ, ରୁପା ପଦାର୍ଥରେ ଗଙ୍ଗାଜଳର ଗୁଣବତ୍ତା ବଜାୟ ରହିଥାଏ।

୨/ ଗଙ୍ଗାଜଳକୁ ସର୍ବଦା ଠାକୁର ଘରେ ରଖିବା ଉଚିତ।ଅର୍ଥାତ ଆପଣ ଏହାକୁ କୌଣସି ସଫାସୁତୁରା ପରିବେଶରେ ରଖିବା ଉଚିତ। କିନ୍ତୁ ଏହାକୁ କେବେବି ଅନ୍ଧାର ଘରେ ରଖିବା ଉଚିତ ନୁହେଁ।ନଚେତ ଘରେ ଅଶାନ୍ତି ଲାଗି ରହିବ।

୩/ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗଙ୍ଗାଜଳକୁ ଐଶାନ୍ୟ କୋଣରେ ରଖିବା ଉଚିତ। ଐଶାଣ୍ୟ କୋଣ ଅର୍ଥାତ ଘରର ଉତ୍ତରପୂର୍ବ ଦିଗ।ଏହି ଦିଗରେ ଦେବୀ ଓ ଦେବତା ମାନଙ୍କର ବାସ ହୋଇଥାଏ। ତେଣୁ ଏହାର ଶୁଭ ପ୍ରଭାବ ପରିବାର ଉପରେ ପଡ଼ିଥାଏ। ଏହାସହିତ ଅଧିକ ଧନଲାଭ ମଧ୍ୟ ହୋଇଥାଏ।

୪/ ଯେଉଁ ଘରେ ଗଙ୍ଗାଜଳ ରଖାଯାଇଥାଏ, ସେହି ଘରେ କେବେବି ମାଂସ, ମଦୀରା ଆଦିର ସେବନ କରିବା ଉଚିତ ନୁହେଁ। ଏଭଳି କରିବା ପାପ ହୋଇଥାଏ। କାରଣ ଗଙ୍ଗାଜଳ ଅତ୍ୟନ୍ତ ପବିତ୍ର ଅଟେ। ଏହାକୁ କେବେବି ଅପମାନ କରିବା ଉଚିତ୍।ନଚେତ ଦେବୀ ଓ ଦେବତା କ୍ରୋଧିତ ହୋଇଯିବେ।

୫/ ଯଦି ଘରେ କୌଣସି ଶିଶୁ ଜନ୍ମ ହୋଇଛି ବା କୌଣସି ପରିବାର ବ୍ୟକ୍ତିର ମୃତ୍ୟୁ ଘଟିଛି, ଅର୍ଥାତ୍ ସୂତକ କାଳ ସମୟରେ କେବେବି ଗଙ୍ଗାଜଳକୁ ସ୍ପର୍ଶ କରିବା ଉଚିତ ନୁହେଁ। ଏହାଦ୍ବାରା ଗଙ୍ଗାଜଳ ଅପବିତ୍ର ହୋଇ ଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button