ବିଚାର

ରବିବାର ଦିନ ଏହି ଉପାୟ ଜୀବନରେ ଆଣିବ ଖୁସି , ଅନେକ ସମସ୍ୟା ହୋଇପାରେ ଦୂର

ରବିବାର ଦିନକୁ ସୂର୍ଯ୍ୟଦେବଙ୍କର ଉପାସନା ଦିନ ଭାବରେ ବିବେଚନା କରାଯାଏ। ଏଥିପାଇଁ ଏହି ବିଶେଷ ଅବସରରେ ସୂର୍ଯ୍ୟଙ୍କର ପୂଜା କରାଯାଇଥାଏ। କୁହାଯାଏ ଯେ ଯଦି ସପ୍ତାହ ସାରା ଆପଣ ସୂର୍ଯ୍ୟଙ୍କୁ ଜଳ ଅର୍ପଣ ନ କରିପାରିଲେ , ତେବେ ଅତିକମରେ ରବିବାର ଦିନ ନିଶ୍ଚିତ ଭାବରେ ଅର୍ପଣ କରନ୍ତୁ। ଯାହାର ଅନେକ ଗୁଣ ଫଳ ଆପଣଙ୍କୁ ମିଳିଥାଏ। ଏଥିସହିତ କୁହାଯାଏ ଯେ ରବିବାର ଦିନ କିଛି ବିଶେଷ ଉପାୟ କରାଯିବା ଦ୍ୱାରା ପ୍ରତ୍ୟେକ ସମସ୍ୟାରୁ ମୁକ୍ତି ପାଇ ଜୀବନରେ ଖୁସିକୁ ଅଣା ଯାଇପାରିବ। ଆସନ୍ତୁ ରବିବାର ଦିନ କରାଯାଉଥିବା କିଛି ବିଶେଷ ଉପାୟ ବିଷୟରେ ଜାଣିବା।

ଜୀବନରେ ଖୁସି ଆଣୁଥିବା ରବିବାରର ଉପାୟ:-

୧) ଯଦି ଆପଣ ଏହି ଦିନ କିଛି ଗୁରୁତ୍ୱପୂର୍ଣ୍ଣ କାମରେ ଯାଉଛନ୍ତି , ତେବେ ସେହି ଗୁରୁତ୍ୱପୂର୍ଣ୍ଣ କାମ ପୂର୍ବରୁ ଗାଈକୁ ରୋଟି ନିଶ୍ଚିତ ଭାବରେ ଖାଇବାକୁ ଦିଅନ୍ତୁ। ଏହା ଦ୍ୱାରା ସେହି କାର୍ଯ୍ୟରେ ନିଶ୍ଚିତ ଭାବରେ ସଫଳତା ମିଳିବ।

୨) ରବିବାର ଦିନ ତମ୍ବା ପାତ୍ରରେ ଜଳ ନେଇ ସେଥିରେ ଟିକିଏ କୁମକୁମ ପକାନ୍ତୁ ଏବଂ ବର ଗଛ ମୂଳରେ ଜଳ ଅର୍ପଣ କରନ୍ତୁ। ଏହାସହ ହଳଦୀ ସାହାଯ୍ୟରେ ବଡ଼ ପତ୍ରରେ ସ୍ୱସ୍ତିକ ତିଆରି କରନ୍ତୁ।

୩) ରବିବାର ଦିନ ଘରର ସମସ୍ତ ସଦସ୍ୟଙ୍କ ମଥାରେ ଚନ୍ଦନ ତିଳକ ଲଗାଇବା ଉଚିତ।

Google

୪) ଏହି ଦିନ ମାଛ ମାନଙ୍କୁ ଅଟାର ଗୋଳି ପ୍ରସ୍ତୁତ କରି ଖାଇବାକୁ ଦେବା ଉଚିତ। ଏହାକୁ ଶୁଭଫଳ ଦାୟକ ଭାବରେ ବିବେଚନା କରାଯାଇଛି।

୫) ଏହିଦିନ ପିମ୍ପୁଡ଼ି ମାନଙ୍କୁ ମଧ୍ୟ ଚିନି ଖାଇବାକୁ ଦେବା ଉଚିତ।

୬) ଶୁଦ୍ଧ କସ୍ତୁରୀକୁ ହଳଦିଆ ରଙ୍ଗର ବସ୍ତ୍ରରେ ଗୁଡାଇ ଏହିଦିନ ଆଲମାରୀରେ ରଖନ୍ତୁ। ଏହାଦ୍ବାରା ଜୀବନରେ ସମୃଦ୍ଧତା ଏବଂ ଖୁସି ରହିଥାଏ।

୭) କୁହାଯାଏ ଯେ ରବିବାର ଦିନ ପଇସା ସହ ଜଡିତ କୌଣସି କାର୍ଯ୍ୟ କରାଯାଏ ନାହିଁ। ସାଧାରଣତଃ ଆମେ ଏହି କଥା ଉପରେ ଧ୍ୟାନ ଦେଉନାହିଁ କିନ୍ତୁ କୁହାଯାଏ ଯେ ଏହିଦିନ ଧନ ସମ୍ବନ୍ଧୀୟ କାର୍ଯ୍ୟ କରାଯିବା ଦ୍ୱାରା ଘରକୁ ଦାରିଦ୍ର୍ୟତା ଆସିଥାଏ।

୮) ଏହିଦିନ ଆଦିତ୍ୟ ହୃଦୟ ସ୍ରୋତର ପାଠ ନିଶ୍ଚିତ ଭାବରେ କରାଯିବା ଉଚିତ। ଏହାଦ୍ବାରା ସୂର୍ଯ୍ୟଦେବଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ।

ରବିବାର ଦିନ କାହିଁକି ସୂର୍ଯ୍ୟଦେବଙ୍କର ପୂଜା କରିବା:-

କୁହାଯାଏ ଯେ ଯଦି କୌଣସି ବ୍ୟକ୍ତିଙ୍କର କୁଣ୍ଡଳୀରେ ସୂର୍ଯ୍ୟଦେବ ଦୁର୍ବଳ ହୋଇଥିବେ କିମ୍ବା ଘରେ ଅଶୁଭ ରହିଥିବ , ତେବେ ସୂର୍ଯ୍ୟଦେବଙ୍କର ଆରାଧନା ଅତ୍ୟନ୍ତ ଆବଶ୍ୟକ ବୋଲି ବିବେଚନା କରାଯାଇଛି। ଏବଂ କାହିଁକି ନା ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ କରାଯାଇଛି , ସେଥିପାଇଁ ଏହିଦିନ ସୂର୍ଯ୍ୟଦେବଙ୍କ ନିମିତ୍ତ କିଛି ବିଶେଷ ଉପାୟ ଶୁଭ ଫଳଦାୟକ ପ୍ରମାଣିତ ହୋଇଥାଏ। କେବଳ ବ୍ୟକ୍ତିଗତ କାରଣ ପାଇଁ ନୁହେଁ ପରିବାରର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ଭଲପାଇବା ବଜାୟ ରଖିବାପାଇଁ ଏବଂ ମାନ ସମ୍ମାନ ପ୍ରାପ୍ତି ପାଇଁ ମଧ୍ୟ ଏହିଦିନ ସୂର୍ଯ୍ୟଦେବଙ୍କର ଉପାସନା ଅତ୍ୟନ୍ତ ଆବଶ୍ୟକୀୟ ଅଟେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button