ନୀତି

୧୮ମାସର ଦରମା ନମିଳିବାରୁ ‘ଚନ୍ଦ୍ରଯାନ-୩’ ଲଞ୍ଚପ୍ୟାଡ୍ ନିର୍ମାଣକାରୀ ବିକୁଛନ୍ତି ଇଡଲୀ ! – Utkal Mail


ରାଞ୍ଚି: ୧୮ମାସର ଦରମା ନମିଳିବାରୁ ‘ଚନ୍ଦ୍ରଯାନ-୩’ ଲଞ୍ଚପ୍ୟାଡ୍ ନିର୍ମାଣକାରୀ ବିକୁଛନ୍ତି ଇଡଲୀ। ଖବରଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ହେଲେ ଏହା ସତ। ଆମେ ଏଠାରେ କହୁଛୁ ଇସ୍ରୋର ‘ଚନ୍ଦ୍ରଯାନ-୩’ ଲଞ୍ଚପ୍ୟାଡ୍ ନିର୍ମାଣରେ କାର୍ଯ୍ୟ କରୁଥିବା ଏଚଇସି (ହେଭି ଇଞ୍ଜିନିୟରିଂ କର୍ପୋରେସନ୍ ଲିମିଟେଡ୍)ର ଟେକ୍ନିସିଆନ ଦୀପକ କୁମାର ଅପରାରିଆଙ୍କ ବିଷୟରେ। ରାଞ୍ଚିର ଏକ ରାସ୍ତା କଡ଼ରେ ଥିବା ଷ୍ଟଲରେ ସେ ଏବେ ଇଡଲୀ ବିକ୍ରି କରୁଛନ୍ତି।

ବିସିସିଆଇ ଅନୁଯାୟୀ, ରାଞ୍ଚିର ଧୁରୱା ଅଞ୍ଚଳରେ ଥିବା ପୁରୁଣା ବିଧାନସଭା ସମ୍ମୁଖରେ ଅପରାରିଆଙ୍କର ଏକ ଦୋକାନ ଅଛି, ଯେଉଁଠି ସେ ପ୍ରତିଦିନ ଇଡଲୀ-ଚଟଣୀ ବିକ୍ରି କରୁଛନ୍ତି। ଭାରତ ସରକାରଙ୍କ କମ୍ପାନି ଏଚଇସି ‘ଚନ୍ଦ୍ରଯାନ-୩’ ପାଇଁ ଫୋଲ୍ଡିଂ ପ୍ଲାଟଫର୍ମ ଏବଂ ସ୍ଲାଇଡିଂ କବାଟ ତିଆରି କରିଥିଲା। ଏହି କାମରେ ନିୟୋଜିତ ଥିବା ଅପରାରିଆଙ୍କୁ ୧୮ମାସ ପର୍ଯ୍ୟନ୍ତ ଦରମା ନମିଳିବାରୁ ସେ ରାସ୍ତା କଡ଼ରେ ଇଡଲୀ ବିକିବାକୁ ବାଧ୍ୟ ହୋଇଥିବା କହିଛନ୍ତି।

ଅଗଷ୍ଟରେ ‘ଚନ୍ଦ୍ରଯାନ-୩’ ଚନ୍ଦ୍ରର ଦକ୍ଷିଣ ମେରୁରେ ସପ୍ଟ ଲ୍ୟାଣ୍ଡିଂ କରିଥିଲା ଏବଂ ଏହା ସହିତ ଭାରତ ଏହି ସଫଳତା ହାସଲ କରିବାରେ ପ୍ରଥମ ଦେଶ ହୋଇଥିଲା। ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ‘ଚନ୍ଦ୍ରଯାନ-୩’ ମିଶନର ଲଞ୍ଚପ୍ୟାଡ କର୍ମଚାରୀଙ୍କୁ ସମ୍ବୋଧିତ କରିଥିଲେ। ହେଲେ ଏବେ ରାଞ୍ଚିରେ ଥିବା ଏଚଇସିର କର୍ମଚାରୀମାନେ ସେମାନଙ୍କର ୧୮ ମାସର ବେତନ ବକେୟା ପାଇଁ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button