ବିଚାର

ପ୍ରତ୍ୟକ ମଙ୍ଗଳବାର କରନ୍ତୁ ଏହି ସାମାନ୍ୟ କାମ ସବୁ ଦେବୀମାଙ୍କ କୃପା ବର୍ଷିବ

ସଂସାରରେ ସମସ୍ତେ ଧନୀ ହେବାକୁ ଚାହାନ୍ତି ସତ କିନ୍ତୁ ଏହା ସମସ୍ତଙ୍କ ଭାଗ୍ୟରେ ନ ଥାଏ । ଯାହା ପାଇଁ ବହୁତ ଲୋକ ଅଛନ୍ତି ଯେଉଁମାନେ କିଛି ବି କରିବାକୁ ପଛନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ସେହିଭଳି ଏକ ଉପାୟ କହିବୁ ଯାହା କରିବା ଦ୍ଵାରା ଆପଣଙ୍କ ଉପାରେ ସବୁ ଦେବୀ ମାନଙ୍କର କୃପା ରହିବ ଏବଂ ବିଶେଷ କରି ମାତା ଲକ୍ଷ୍ମୀଙ୍କ କୃପା ବର୍ଷିବ । ଦୁନିଆ ରେ ସମସ୍ତେ କିଛି ନା କିଛି ଉପାୟ କରନ୍ତି ଧନୀ ହେବ ପାଇଁ । ମାତ୍ର କିଏ କୋଟିପତି ତ କିଏ ଭିକାରି ହେଇଥାଏ । ଅନେକ ଲୋକ ବହୁତ କଷ୍ଟ କରି ମଧ୍ୟ ଲକ୍ଷ୍ମୀ ମାଙ୍କ କୃପାରୁ ବଞ୍ଚିତ ହେଇ ସବୁବେଳେ ଦରିଦ୍ର ହେଇ ରହିଯାନ୍ତି ।

ତେବେ ଆମେ ଆଜି ଆପଣଙ୍କୁ ଏପରି କଥା କହିବୁ ଯାହା ଆପଣ କରିବା ଦ୍ଵାରା କେବଳ ମାତା ଲକ୍ଷ୍ମୀ ନୁହେଁ ବରଂ ସମସ୍ତ ଦେବୀ ମାତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ ଓ ଆପଣ ଜୀବନରେ କେବେବି ହାରିବେ ନାହିଁ ।  ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଯେଉଁ ଜାତକ ରାଶିରେ ବୃହସ୍ପତି ଥାଏ ସେମାନଙ୍କୁ ଧନ ର ଅଭାବ ହେଇନଥାଏ ।  ତେବେ ଏହି କିଛି କଥାର ଧ୍ୟାନ ରଖିଲେ ଆପଣ ଅତ୍ୟନ୍ତ ଶୁଭଫଳ ପାଇବେ

1- ଶାସ୍ତ୍ର ଅନୁଯାଇ ମଙ୍ଗଳ ବାର ହେଉଛି ମା ମଙ୍ଗଳା ବା ଦେବୀ ଦୂର୍ଗା ମାଙ୍କ ବାର, ଏହି ଦିନ ମା ଦୂର୍ଗାଙ୍କୁ ପୂଜା କରିବା ଦ୍ଵାରା ମା ଲକ୍ଷ୍ମୀ, ମା ପାର୍ବତୀ ଓ ମା ସରସ୍ଵତୀ ପ୍ରଶନ୍ନ ହୁଅନ୍ତି ।

2- ତେବେ କେବଳ ମା ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରିବାକୁ ଆପଣ ମଧ୍ୟ ଭକ୍ତି ସହକାରେ ପ୍ରତ୍ୟକ ଗୁରୁବାର ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ହଳଦିଆ ପୋଷାକ ପରିଧାନ କରି କଞ୍ଚା ବିଶୁଦ୍ଧ କ୍ଷୀର କୁ ଏକ ସ୍ୱର୍ଚ୍ଛ ପାତ୍ର ରେ ମା ତୁଳସୀ ଙ୍କୁ କ୍ଷୀର ସମର୍ପଣ କରନ୍ତୁ, ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ମିଳିବା ସହ ଧନର ଅଭାବ ମଧ୍ୟ ଦୂର ହେବ ।

3- ତେବେ ଏହି ପୂଜା କରିବା ସମୟରେ ମା ଲକ୍ଷ୍ମୀ , ସରସ୍ଵତୀ, ପାର୍ବତୀ ଙ୍କ ସହ ବିଷ୍ଣୁ , ବୃହସ୍ପତି ଏବଂ ତୁଳସୀଙ୍କ ଆରାଧନା ମଧ୍ୟ କରନ୍ତୁ, ଏହା ଦ୍ଵାରା ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହେବ ।

4 – ଶାସ୍ତ୍ର ରେ ଅଛି ସକାଳୁ ସ୍ନାନ ସାରି ମା ତୁଳସୀ ଙ୍କୁ ପୂଜା କଲେ ସବୁ ଦୋଷ କଟିଯାଏ ଏବଂ ଭଗବାନ ବିଷ୍ଣୁ ଙ୍କ ପ୍ରସନ୍ନତା ଲାଭ ହେବା ସହିତ ବୃହସ୍ପତି ଙ୍କର ଅଶୁଭ ନଜର କଟିଯାଇଥାଏ

5- ପ୍ରତ୍ୟକ ମଙ୍ଗଳବାର ଓ ଗୁରୁବାର ରେ ଘରକୁ ପରିସ୍କାର କରି ଅରୁଆ ଚାଉଳ ଚିତା ରେ ମା ଲକ୍ଷ୍ମୀ ଙ୍କ ଝୋଟି ଆଙ୍କନ୍ତୁ , ଘରେ କଳହ କରନ୍ତୁ ନାହିଁ , ମଙ୍ଗଳବାର ଦିନ ଘରେ ଆମିଷ ରାନ୍ଧି ଭୋଜନ କରନ୍ତୁ ନାହିଁ ଦେଖିବେ ମା ଲକ୍ଷ୍ମୀ ଏବଂ ବୃହସ୍ପତି ଙ୍କ ଶୁଭ ନଜର ଆପଣଙ୍କ ଉପରେ ପଡିବ ଏବଂ ଆପଣଙ୍କ ଘରେ ଧନ ସହିତ ଶାନ୍ତି ରେ ଭରିଯିବ I

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button