ଓଡିଶା

ଗୋଟିଏ ନଳକୂପ ଉପରେ ୨୦ ପରିବାରର ଭରସା: ଟୋପାଏ ପିଇବା ପାଣି ପାଇଁ ହନ୍ତସନ୍ତ ଗାନିପଡା ସାହି ବାସିନ୍ଦା

ଘୁ.ଉଦୟଗିରି: ଆଗକୁ ଗ୍ରୀଷ୍ମ ଋତୁ। ପ୍ରବଳ ଖରାକୁ ପାଣି ସମସ୍ୟା ଅଧିକ ଜଟିଳ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ହେଲେ ପ୍ରଶାସନ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ନକରି ହାତ ଯୋଡି ବସିଥିବା ବେଳେ ଗ୍ରାମାଞ୍ଚଳରେ ଲୋକେ ଟୋପାଏ ପିଇବା ପାଣି ପାଇଁ ହନ୍ତସନ୍ତ ହେବା ଦୃଶ୍ୟ ଦେଖିବାକୁ ମିଳିଲାଣି।

ଏହିଭଳି ଦୃଶ୍ୟ କନ୍ଧମାଳ ଜିଲ୍ଲା କନୂଆଗାଁ ବ୍ଲକ୍ ଅନ୍ତର୍ଗତ ସାଇନପଡ଼ା ପଞ୍ଚାୟତ ଗାନିପଡ଼ା ସାହିରେ ଦେଖିବାକୁ ମିଳିଛି। ପ୍ରାୟ ୨୦ରୁ ଉର୍ଦ୍ଧ୍ବ ପରିବାର ଏହି ସାହିରେ ରହୁଥିବା ବେଳେ ମାତ୍ର ଗୋଟିଏ ନଳକୂପ ଏବଂ ଗୋଟିଏ କୂଅ ରହିଛି।

କୂଅରେ ବର୍ଷ ତମାମ ପାଣି ରହୁ ନଥିବା ଯୋଗୁ ସମସ୍ତ ସାହି ବାସିନ୍ଦା ଗୋଟିଏ ନଳକୂପ ଉପରେ ଭରସା କରୁଛନ୍ତି । ଯାହାକି ସମୁଦ୍ରକୁ ଶଙ୍ଖେ ଭଳି ମନେହେଉଛି। ଫଳରେ ଗାନିପଡ଼ା ସାହିରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ପରିବାର ପାଣି ବୁନ୍ଦେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବର୍ଷ ବର୍ଷ ଧରି ସାହିରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟାକୁ ନେଇ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ଦାବି କରିଥିଲେ ମଧ୍ୟ ଆଜିଯାଏଁ ସମାଧାନ ହୋଇପାରୁ ନଥିବା କହିଛନ୍ତି ଗ୍ରାମବାସୀ।
ଅଧିକ ପଢ଼ନ୍ତୁ: ପୁଣି ନକ୍ସଲଙ୍କ ବଡ଼ ଧରଣର ଯୋଜନାକୁ ପଣ୍ଡ କଲେ ସୁରକ୍ଷାକର୍ମୀ

ତେଣୁ ସାହିରେ ଏକ ନୂତନ ନଳକୂପ କିମ୍ବା ସୋଲାର ପମ୍ପ ପ୍ରକଳ୍ପ ନିର୍ମାଣ କରି ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନିମନ୍ତେ ରାଜନ୍ତି ସାହୁ, ରାଇମତି ପ୍ରଧାନ, ଲକିନା ସାହୁ, ଲକ୍ଷ୍ମୀ ପ୍ରଧାନ, ରିତା ସାହୁ, ଜଛନା ସାହୁ, ସୁକୁଲା ସାହୁ, ରମେଶ ପ୍ରଧାନ, ଜାନୁ ସାହୁ,ସହ ଗାନିପଡ଼ା ସାହି ବାସିନ୍ଦା ଦାବି କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button