ମନୋରଞ୍ଜନ

ନାଚିକି IPL ରୁ କେତେ ରୋଜଗାର କରନ୍ତି ଏହି ଚିୟର ଲିଡ଼ର୍ସ,ଦରମା ଜାଣିଲେ ଆପଣଙ୍କର ଉଡିଯିବ ହୋସ୍

PL ରେ ପଡ଼ିଆରେ ଖେଳୁଥିବା ଖେଳାଳିଙ୍କ ଉପରେ  ମସ୍ତଙ୍କ ନଜର ରହିଥାଏ। କିନ୍ତୁ ଚିୟର ଲିଡ଼ର୍ସ ମାନେ ମଧ୍ୟ IPL ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଯେତେବେଳେ ବ୍ୟାଟ୍ସମ୍ୟାନ ଚୌକା କିମ୍ବା ଛକା ମାରିଲେ କିମ୍ବା ବୋଲରମାନେ ୱିକେଟ୍ ନେଲେ ଚିୟର ଲିଡ଼ର୍ସ ମାନେ ନାଚନ୍ତି ଏବଂ ଫ୍ୟାନ୍ସ ମାନଙ୍କ ମନୋରଞ୍ଜନ କରନ୍ତି। ଚିୟର ଲିଡ଼ର୍ସ ମାନଙ୍କ ରୋଜଗାର କେତେ ହୁଏ ଆପଣ ଜାଣିନଥିବେ ତେବେ ଚାଲନ୍ତୁ ଜାଣିବା।

Google

ଚିୟର ଲିଡ଼ର୍ସ ମାନାଙ୍କର IPL ସମୟରେ ଭଲ ରୋଜଗାର ହୋଇଥାଏ। ପ୍ରତ୍ୟେକ ଦଳର ନିଜସ୍ୱ ଚିୟର ଲିଡ଼ର୍ସ ଅଛନ୍ତି, ଯେଉଁଥିପାଇଁ ସେମାନଙ୍କୁ ଦରମା ମିଳିଥାଏ। ପୁରୁଣା ଆକଳନ ଅନୁଯାୟୀ, ଚିୟର ଲିଡ଼ର୍ସ ପ୍ରତି ମ୍ୟାଚରେ 6-12 ହଜାର ଟଙ୍କା ପର୍ଯ୍ୟନ୍ତ ପାଆନ୍ତି। କିନ୍ତୁ ଯେତେବେଳେ ଦଳ ଜିତେ ସେତେବେଳେ ସେମାନଙ୍କୁ 3000 ଟଙ୍କା ଅତିରିକ୍ତ ପ୍ରଦାନ କରାଜାଏ ଏବଂ ପାର୍ଟିରେ ଯୋଗଦେବା ପାଇଁ ଚିୟର ଲିଡ଼ର୍ସଙ୍କୁ 7 ରୁ 12000ଟଙ୍କା ମିଳିଥାଏ। ଏହା ବ୍ୟତୀତ ଖବରକାଗଜ ଏବଂ ପତ୍ରିକା ପାଇଁ ଫଟୋସୁଟ ପାଇଁ ପ୍ରାୟ 5 ହଜାର ଟଙ୍କା ମିଳିଥାଏ।

Google

ପୁରୁଣା ଆକଳନ ଅନୁଯାୟୀ କୋଲକାତା ନାଇଟ୍ ରାଇଡର୍ସ ଦଳର ମାଲିକ ଶାହରୁଖ ଖାନ୍ ତାଙ୍କ ଚିୟର ଲିଡ଼ର୍ସଙ୍କୁ ପ୍ରତ୍ୟେକ ମ୍ୟାଚ୍ ପାଇଁ 12000 ଟଙ୍କା ଦିଅନ୍ତି। ଅନ୍ୟପକ୍ଷରେ ଆରସିବି ଟିମ୍ ଏହି ମାମଲାର ଦ୍ୱିତୀୟ ସ୍ଥାନରେ ଅଛି। ଆରସିବି ଦଳର ଚିୟର ଲିଡ଼ର୍ସ ମାନଙ୍କୁ ଏକ ମ୍ୟାଚ୍ ପାଇଁ 10 ହଜାର ଟଙ୍କା ପର୍ଯ୍ୟନ୍ତ ଫିସ୍ ମିଳିଥାଏ। ତୃତୀୟ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସର ଦଳ ଅଛି, ଯାହାର ଚିୟର ଲିଡ଼ର୍ସ ମାନଙ୍କୁ ପ୍ରତି ମ୍ୟାଚରେ 8 ହଜାର ଟଙ୍କା ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button