ରାଜନୀତି

ବିଜେଡି ନେତାଙ୍କୁ ଦୁଇଟି ବିକଳ୍ପ: କ୍ରୀତଦାସ ଭଳି ରୁହନ୍ତୁ, ନ ହେଲେ ଜେଲ୍ – Utkal Mail


କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ଗତକାଲି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଗୋପାଳ ପାଣିଗ୍ରାହୀଙ୍କୁ ବିରୋଧ କରାଯାଇଥିଲା। ଏଥିଲାଗି ଯେଉଁ ହାଇ ଡ୍ରାମା ଦେଖିବାକୁ ମିଳିଲା, ତାକୁ ନେଇ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗଞ୍ଜାମରେ ଘଟିଥିବା ଘଟଣା ବିଜେଡିର ଆଭ୍ୟନ୍ତରୀଣ କନ୍ଦଳକୁ ଦର୍ଶାଉଛି। ଯାହାଙ୍କ ପ୍ରତି ଏଭଳି ଆଚରଣ ହେଲା ସେ ଜଣେ ଜନପ୍ରତିନିଧି। ବିଜେଡିରେ ଜନପ୍ରତିନିଧିଙ୍କର କିଛି ବି ସମ୍ମାନ ନାହିଁ। ସେମାନଙ୍କୁ ଦୁଇଟି ବିକଳ୍ପ ଦିଆଯାଇଛି। ସେମାନେ କ୍ରୀତଦାସ ଭଳି ରୁହନ୍ତୁ, ନ ହେଲେ ଜେଲରେ ରୁହନ୍ତୁ।
ସାମ୍ବାଦିକ ସମ୍ମିଳନୀରେ ବିଜୟ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ଅଣଓଡ଼ିଆ କଣ୍ଟ୍ରାକ୍ଟର କ୍ରିମ ଖାଇବା ଭଳି ସବୁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର। ଏବେ ରାଜ୍ୟରେ ଓଡିଶା ବିଡର କିପରି ପ୍ରତିଯୋଗିତା କରି ପାରିବେ ନାହିଁ, ତାହାର ବ୍ୟବସ୍ଥା କରାଯାଉଛି। ବସୁଧା ଯୋଜନା ପାଇ ଯେଉଁ ଟାଙ୍କି ଛିଡ଼ା କରାଯାଉଛି ହେଲେ ଟାଙ୍କିକୁ ପାଣି ପଶିବା କି ବାହାରିବାର ବ୍ୟବସ୍ଥା ନାହିଁ। ବିଧାନସଭାରେ କେତେ ଏଭଳି ପ୍ରକଳ୍ପ ଅଧାପନ୍ତରିଆ ଅଛି ଓ କିଏ ଏହି କାମ ନେଇଛି, ତାହାକୁ ନେଇ ପ୍ରଶ୍ନ କରାଯାଇଥିଲେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଉତ୍ତର ଆସିଛି।
ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କୁ କରି କହିଛନ୍ତି, ଛୋଟ ଛୋଟ ଟେଣ୍ଡରକୁ ମିଶାଇ ବଡ଼ କରିବା କାହା ନିର୍ଦେଶରେ ହେଉଛି? ସେହିପରି ଓ ବି ସି ସିକୁ ଜଗନ୍ନାଥ ମନ୍ଦିର କାମ ଦିଆଯାଇଛି, ହେଲେ ସିଏ ଟାଟାକୁ ଦେଇ ଦେଇଛି। ୨୦୨୦ରୁ ୨୦୨୨ ଭିତରେ ୮୪୩୯ କୋଟି ଟଙ୍କାର କାମ ବାହାର କଣ୍ଟ୍ରାକ୍ଟର ପାଇଛନ୍ତି। ମାତ୍ର ୭.୩୯ ପ୍ରତିଶତ କାମ ଓଡ଼ିଶାର କଣ୍ଟ୍ରାକ୍ଟର ପାଇଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button