ଦେଶ ବିଦେଶ
ଲାଟୁର୍ର ୧୦୦ କୃଷକଙ୍କ ଜମିକୁ କବ୍ଜା ପାଇଁ ୱକଫ୍ ନୋଟିସ

ଲାଟୁର (ମହାରାଷ୍ଟ୍ର): ଉତ୍ତରପ୍ରଦେଶ, ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ ପରେ ବର୍ତ୍ତମାନ ମହାରାଷ୍ଟ୍ରର ଲାଟୁର୍ର ଶତାଧିକ କୃଷକଙ୍କ ଚାଷ ଜମିକୁ ନିଜର ବୋଲି ଦାବି କରି ୱକଫ୍ ବୋର୍ଡ ନୋଟିସ୍ ଜାରି କରିଛି। ଦୁଇ ମାସ ପୂର୍ବେ ଲାଟୁର ତାଲେଗାଓଁର ୧୦୩ଜଣ କୃଷକ ୱକଫ୍ର ନୋଟିସ୍ ପାଇଥିଲେ। ସେମାନେ ଚାଷ କରୁଥିବା ୩ ଶହ ଏକର ଜମି ୱକଫ୍ ସମ୍ପତ୍ତି (ଇସଲାମୀୟ ଧାର୍ମିକ ସମ୍ପତ୍ତି) ବୋଲି ଦାବି କରାଯାଇଛି। ଶନିବାର ସେମାନଙ୍କୁ ପୁଣି ନୋଟିସ୍ ଜାରି କରି ଜମି ଫେରାଇବାକୁ ୱକଫ୍ କହିଛି। ପୀଡ଼ିତ ଚାଷୀ ତୁକାରମ କନୱାତେ କହିଛନ୍ତି, ଏହି ଜମିଗୁଡ଼କ ସେମାନେ ପିଢ଼ି ପରେ ପିଢ଼ି ଚାଷ କରିଆସୁଛନ୍ତି। ଏହା ୱକଫ୍ ସମ୍ପତ୍ତି ନୁହେଁ। ମହାରାଷ୍ଟ୍ର ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ। ଏନେଇ ଛତ୍ରପତି ଶାମ୍ଭାଜୀନଗରସ୍ଥିତ ମହାରାଷ୍ଟ୍ର ଓକଫ୍ ଟ୍ରିବୁନାଲ୍ କୋର୍ଟରେ ଦୁଇଟି ଶୁଣାଣି ହୋଇସାରିଛି। ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୦ ତାରିଖକୁ ଧାର୍ଯ୍ୟ ହୋଇଛି।