ଦେଶ ବିଦେଶ

ସେପ୍ଟେମ୍ବର ୩ରେ ପଶ୍ଚିମବଙ୍ଗ ବିଧାନସଭାରେ ଆଗତ ହେବ ଦୁଷ୍କର୍ମ ବିରୋଧୀ ବିଲ୍

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ଏକ ସ୍ୱତନ୍ତ୍ର ଦୁଇ ଦିନିଆ ଅଧିବେଶନ ସେପ୍ଟେମ୍ବର ୨ (ସୋମବାର)ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ମୃତ୍ୟୁଦଣ୍ଡ ପ୍ରସ୍ତାବ ପାରିତ ହେବ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୁଧବାର (ଅଗଷ୍ଟ ୨୮) ରେ ରାଜ୍ୟ କମିଟିର ଏକ ବୈଠକରେ ଏହି ସ୍ୱତନ୍ତ୍ର ଅଧିବେଶନ ଆୟୋଜନ ପ୍ରସ୍ତାବ ସଂପର୍କରେ ଉଠାଇଥିଲେ।

ସେପ୍ଟେମ୍ବର ୩ରେ ପଶ୍ଚିମବଙ୍ଗ ବିଧାନସଭାରେ ଆଗତ ହେବ ଦୁଷ୍କର୍ମ ବିରୋଧୀ ବିଲ୍। ଏହି ବିଲ୍ରେ ଅଭିଯୁକ୍ତଙ୍କୁ ୧୦ ଦିନ ମଧ୍ୟରେ ଫାଶୀ ଦଣ୍ଡର ବ୍ୟବସ୍ଥା ରହିବ। ମମତା ସରକାରଙ୍କ ପ୍ରସ୍ତାବିତ ଆଇନକୁ ନେଇ ବିତର୍କ ବଢ଼ିବାରେ ଲାଗିଛି।

ତେବେ ଦୋଷୀକୁ ଫାଶୀ ଦଣ୍ଡ ଦେବା ମମତାଙ୍କ ଏହି ପ୍ରସ୍ତାବକୁ ନେଇ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି। ଆରଜି କର ମେଡିକାଲ୍ର ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ଏବେ ସିବିଆଇ କରୁଛି। ଏପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୋଷୀଙ୍କୁ ଫାଶୀଦଣ୍ଡ ଦାବି କରି କେନ୍ଦ୍ର ସରକାରଙ୍କୁ ୨ ଥର ଚିଠି ଲେଖି ସାରିଲେଣି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button