ଦେଶ ବିଦେଶ

ଅରୁଣାଚଳ ପ୍ରଦେଶ ଚପର ଦୁର୍ଘଟଣା: ସବୁ ମୃତଦେହ ଉଦ୍ଧାର

ଇଟାନଗର: ଅରୁଣାଚଳ ପ୍ରଦେଶର ପାହାଡିଆ ଇଲାକାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ମିଗିଙ୍ଗ ଆଡଭାନ୍ସ ଲାଇଟ ହେଲିକପ୍ଟରର ସମସ୍ତ ସେନା କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଥିସହ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଶୁକ୍ରବାର ସକାଳୁ ଏହି ଲାଇଟ ଚପର ୨ ପାଇଲଟଙ୍କ ସହ ୩ ଜଣ ସେନା କର୍ମଚାରୀ ନିୟମିତ ଉଡାଣ ଭରିଥିଲେ। ଦିନ ୧୦ଟା ୪୩ରେ ତୁତିଙ୍ଗ ବସ୍ତି ନିକଟରୁ ପ୍ରାୟ ୨୫ କିଲୋମିଟର ଦୂରରେ ଚପର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ରକ୍ଷା ପ୍ରବକ୍ତା ଲେପ୍ଟେନାଣ୍ଟ କର୍ନଲ ଏ ଏସ ଭାଲିଆ କହିଛନ୍ତି, ଚୀନସୀମାରୁ ପ୍ରାୟ ୩୫ କିମି ଦୂରରେ ଘଞ୍ଚ ଜଙ୍ଗଲ ଭିତରେ ଚପର ଖସିପଡିଥିଲା। ଶୁକ୍ରବାର ସଂଧ୍ୟା ସୁଦ୍ଧା ୪ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ଦୁର୍ଘଟଣାର କିଛି ଘଣ୍ଟା ମଧ୍ୟରେ ଆଉ ଏକ ଶରୀର ମିଳିଥିଲା।

ସୂଚନାଯୋଗ୍ୟ,  ଦୁର୍ଘଟଣାଗ୍ରସ୍ତ ଚପରଟି ଦୁର୍ଘଟଣା ପୂର୍ବରୁ ବିମାନ ଯାତାୟାତ ନିୟନ୍ତ୍ରଣ କକ୍ଷକୁ ଯାନ୍ତ୍ରିକ ତ୍ରୁଟି ନେଇ ସୂଚନା ଦେଇଥିଲା। ଚପର ଉଡାଣ ଭରିବା ବେଳେ ପାଣିପାଗ ଠିକ ଥିଲା। ଦୁଇ ପାଇଲଟଙ୍କର ମିଳିତ ଭାବେ ୬୦୦ ଘଣ୍ଟାରୁ ଅଧିକ ସମୟର ଉଡାଣ ଅନୁଭବ ଥିଲା। ହେଲିକପ୍ଟରଟି ୨୦୧୫ରୁ ସେନାରେ ସାମିଲ ହୋଇଥିଲା, ଯାହାକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ନିର୍ମାଣ କରିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button