ବ୍ୟବସାୟ

ବିମାନରେ ‘କେବଳ ପ୍ରାପ୍ତବୟସ୍କ’ଙ୍କ ସେକ୍‌ସନ୍‌ ଆରମ୍ଭ କଲା ଏୟାର୍‌ଲାଇନ୍‌ – Utkal Mail


ନୂଆଦିଲ୍ଲୀ: ୧୬ ବର୍ଷରୁ ଅଧିକ ବୟସ୍କ ଯାତ୍ରୀଙ୍କ ପାଇଁ ତୁର୍କୀ-ଡଚ୍‌ ଯାତ୍ରୀବାହୀ ବିମାନ ଚଳାଚଳ କରାଉଥିବା ‘କରେଣ୍ଡନ୍‌ ଏୟାର୍‌ଲାଇନ୍‌ସ୍‌’ ବିମାନ ଭିତରେ ‘କେବଳ ପ୍ରାପ୍ତବୟସ୍କ’ଙ୍କ ନିମନ୍ତେ ଉଦ୍ଦିଷ୍ଟ ବୋଲି ଏକ ସେକ୍ସନ୍‌ (ଭାଗ) ବ୍ୟବସ୍ଥା କରୁଥିବା କଥା ‘ଦି ହିଲ୍‌’ ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ ଅଛି, ଯେଉଁ ଯାତ୍ରୀମାନେ ସପରିବାର ବିମାନଯାତ୍ରା କରନ୍ତି, ସାଧାରଣତଃ ସେମାନଙ୍କ ପିଲାମାନେ ବିମାନ ଭିତରେ କୋଳାହଳ କରନ୍ତି। ତେଣୁ, ଯେଉଁ ପ୍ରାପ୍ତବୟସ୍କ ଯାତ୍ରୀମାନେ ପିଲାଙ୍କ କୋଳାହଳମୁକ୍ତ ପରିବେଶ ଚାହାଁନ୍ତି, ସେମାନଙ୍କ ପାଇଁ ଉପରୋକ୍ତ ବ୍ୟବସ୍ଥା କରାଯିବ।

ଏହି ଯୋଜନାରେ ‘କରେଣ୍ଡନ୍‌ ଏୟାର୍‌ଲାଇନ୍‌ସ୍‌’ ଚଳାଉଥିବା ‘ଏୟାର୍‌ବସ୍‌ ଏ୩୫୦’ର (ବିମାନ) କେତେକ ସିଟ୍‌ ସଂରକ୍ଷଣ ରଖାଯିବ। ଆଗାମୀ ନଭେମ୍ବର ମାସରେ ଆମ୍‌ଷ୍ଟର୍‌ଡାମ୍‌ ଓ ଡଚ୍‌ କ୍ୟାରିବିୟାନ୍‌ ଦ୍ବୀପ ‘କ୍ୟୁରାକାଓ’ ମଧ୍ୟରେ ଚଳାଚଳ କରିବାକୁ ଥିବା ବିମାନରେ ‘କେବଳ ପ୍ରାପ୍ତବୟସ୍କ ଜୋନ୍‌’ ଆରମ୍ଭ କରାଯିବ।

Image Courtesy of Times Now

ଏ ବିଷୟରେ ଏୟାର୍‌ଲାଇନ୍‌ ଜାରି କରିଥିବା ପ୍ରେସ୍‌ ବିବୃତି‌ର ଅନୁବାଦରେ ଉଲ୍ଲେଖ ଅଛି, ପିଲାମାନଙ୍କୁ ନ ନେଇ ଯାତ୍ରା କରୁଥିବା ଏବଂ ନିରୋଳାରେ ବସି କାମ କରିବାକୁ ଆଗ୍ରହୀ ବ୍ୟବସାୟ ଉଦ୍ଦେଶ୍ୟରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ବିମାନର ଏହି ‘ଜୋନ୍‌’ ଉଦ୍ଦିଷ୍ଟ।

ଏହି ‌‘ସେକ୍ସ୍‌ନ୍‌’ ବା ‘ଜ‌ୋନ୍‌’କୁ କାନ୍ଥ ବା ପରଦା ଦେଇ ବିମାନର ବାକି ଯାତ୍ରୀମାନେ ଯାତ୍ରା କରୁଥିବା ସିଟ୍‌ଗୁଡ଼ିକଠାରୁ ପୃଥକ୍‌ କରାଯିବ। ତେଣୁ, ବିମାନର ସମ୍ମୁଖ ଅଂଶରେ ଥିବା ସିଟ୍‌ଗୁଡ଼ିକ ଏଥିପାଇଁ ଉପଯୁକ୍ତ ବୋଲି ‘ଏୟାର୍‌ଲାଇନ୍‌ସ୍‌’ ସ୍ଥିର କରିଛି। ଅବଶ୍ୟ ନି‌ରୋଳାରେ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀମାନଙ୍କୁ ଏଥିପାଇଁ ଅଧିକ ମୂଲ୍ୟ ଦେଇ ଟିକେଟ୍‌ କିଣିବାକୁ ପଡ଼ିବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button