ଦେଶ ବିଦେଶ

ଦୁର୍ଘଟଣାଗ୍ରସ୍ତ ହେଲା ଡିଆରଡିଓର ତାପସ୍ ଡ୍ରୋନ୍ – Utkal Mail


ବେଙ୍ଗାଲୁରୁ : ଡିଆରଡିଓ ଦ୍ୱାରା ଡିଜାଇନ୍ କରାଯାଇଥିବା ଡ୍ରୋନ୍ ତାପସ ରବିବାର କର୍ଣ୍ଣାଟକର ଚିତ୍ରଦୁର୍ଗା ଜିଲ୍ଲାର ଏକ ଗାଁରେ  ପରୀକ୍ଷଣ ଉଡ଼ାଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଡିଆରଡିଓ ଏହି ଦୁର୍ଘଟଣା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଅବଗତ କରିଛି। ତେବେ ଏହାର କାରଣ ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣାର ନିର୍ଦ୍ଦିଷ୍ଟ କାରଣ ଜାଣିବା ପାଇଁ ଅନୁସନ୍ଧାନ ଜାରି ରହିଛି।

ଡିଆରଡିଓର ସୂଚନା ଅନୁସାରେ ତାପସ୍ ଏକ ମଧ୍ୟମ ଉଚ୍ଚତାରେ ଉଡ଼ିପାରୁଥିବା ଏକ ଡ୍ରୋନ । ଇଲେକ୍ଟ୍ରୋ-ଅପ୍ଟିକାଲ୍ ଏବଂ ଏସ୍ଏଆର (ସିନ୍ଥେଟିକ୍ ଆପରଚର୍ ରାଡାର) ପେଲୋଡ୍ ସହିତ ୨୫୦ କିଲୋମିଟର ଦୂରତା ବିଶିଷ୍ଟ ଏହି ଡ୍ରୋନ୍ ଗୁଡ଼ିକର ୨୪ ଘଣ୍ଟିଆ ଉଡ଼ାଣ କ୍ଷମତା ରହିଛି। ଏହି ଡ୍ରୋନ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ।

ଚଳିତ ବର୍ଷ ବେଙ୍ଗାଲୁରୁରେ ଆୟୋଜିତ ଏରୋ ଇଣ୍ଡିଆ ଶୋ’ରେ ମଧ୍ୟ ଏହି ଡ୍ରୋନ ପ୍ରଦର୍ଶିତ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ଡ୍ରୋନକୁ ପ୍ରଶଂସା କରିଥିଲେ । ତାପସର ପୁରା ନାମ ହେଉଛି ଟେକ୍ଟିକାଲ ଏୟାରବୋର୍ଣ୍ଣ ପ୍ଲାଟଫର୍ମ ଫର ଏରିଆଲ ସର୍ଭେଲାନ୍ସ ।

ସୀମା ଉପରେ ନଜର ରଖିବା ସହ ଶତ୍ରୁଙ୍କୁ ଆକ୍ରମଣ କରିବା ପାଇଁ ତାପସ ଡ୍ରୋନ ବ୍ୟବହାର କରାଯାଇପାରିବ । ଏହି ଡ୍ରୋନ୍ ୨୮ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ୧୮ ଘଣ୍ଟାରୁ ଅଧିକ ସମୟ ଉଡ଼ିପାରିବ।

 

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button