ସ୍ୱାସ୍ଥ୍ୟ

ସକାଳୁ ଖାଲି ପେଟରେ ଗୁଡ ଖାଇବା ଦ୍ଵାରା ମୂଳରୁ ଶେଷ ହୋଇଯାଏ ଏହି ସବୁ ରୋଗ, କେବେ ବି ଆସେ ନାହିଁ ବୁଢାପା, କେବଳ ସଠିକ ଉପାୟ ଜଣାଥିବା ଦରକାର ( Healthy Tips )

ନମସ୍କାର ବନ୍ଧୁଗଣ ତେବେ ଗୁଡକୁ ପୁରାତନ ଯୁଗରେ ହଜମ କ୍ରିୟା ଉତ୍ତମ ରଖିବା ପାଇଁ ଏହାର ପ୍ରୟୋଗ କରୁଥିଲେ । ଆଜି ମୁଁ ଆପଣଙ୍କୁ ଗୁଡ଼ର ସେହି ଫାଇଦା ବିଷୟରେ ଯାହା ଆପଣ ଜାଣି ନଥିବେ । ଆସନ୍ତୁ ଜାଣିବା ।
ପ୍ରଥମ ହେଉଛି ରକ୍ତହୀନତା ଦୂର କରିଥାଏ । ଗୁଡ଼ରେ ଆଇରନ ପ୍ରଚୁର ପରିମାଣରେ ରହିଥାଏ । ତେଣୁ ରକ୍ତହୀନତା ଯୋଗୁଁ ଦେଖାଯାଉଥିବା ବିଭିନ୍ନ ସମସ୍ୟା ଦୂର ହୋଇଥାଏ ।

ଯେଉଁ ଲୋକଙ୍କ ଶରୀରରେ ରକ୍ତର ଅଭାବ ରହିଛି, ସେମାନେ ସର୍ବଦା ଗୁଡର ସେବନ କରିବା ଆବଶ୍ୟକ । ମହିଳା ମାନଙ୍କର ମାସିକ ଋତୁସ୍ରାବ ସମୟରେ ରକ୍ତ ଅଭାବ ହୋଇଥାଏ । ସେହିଭଳି ଗର୍ଭାବସ୍ଥା ସମୟରେ ମହିଳା ମାନଙ୍କର ରକ୍ତ ଅଭାବ ଦେଖା ଦେଇଥାଏ । ଏହା ଶିଶୁ ପାଇଁ କ୍ଷତିକାରକ ହୋଇଥାଏ ।

ତେବେ ଦ୍ଵିତୀୟ ହେଉଛି ହଜମ କ୍ରିୟା ଭଲ କରିଥାଏ । ଯଦି ଆପଣଙ୍କୁ କୋଷ୍ଠ କାଠିନ୍ୟ ଭଳି ସମସ୍ୟା ରହିଛି, ପେଟ ଠିକ ଭାବରେ ସଫା ହେଉ ନାହିଁ, ଖାଦ୍ୟ ଭଲଭାବରେ ହଜମ ହେଉନାହିଁ କିମ୍ବା ଖଟା ହେକୁଟୀ ହେଉଥାଏ ତାହେଲେ  ଏମିତି କ୍ଷେତ୍ରରେ ଆପଣ ଗୁଡ଼ର ସେବନ କରି ପାରନ୍ତି । ଆପଣ ପ୍ରତ୍ୟେକଦିନ ଖାଇସାରିବା ପରେ ଗୁଡ଼ର ସେବନ କରି ଉଷୁମ ପାଣିର ସେବନ କରନ୍ତୁ । ଏହାଦ୍ବାରା ହଜମ ଜନିତ ସମସ୍ୟା ଦୂର ହୋଇଥାଏ ।

ତୃତୀୟ ହେଉଛି ଲିଭର ସଫା କରେ । ବାରମ୍ବାର ଯକୃତ ଆମ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବାର କାର୍ଯ୍ୟ କରିଥାଏ । କିନ୍ତୁ ଖରାପ ଭୋଜନର ସେବନ ଯୋଗୁଁ ଲିଭର ଠିକ ଭାବରେ କାର୍ଯ୍ୟ କରି ନଥାଏ । ଲିଭରରେ ଅନେକ ପ୍ରକାରର ବିଷାକ୍ତ ପଦାର୍ଥ ଜମା ହେବାକୁ ଲାଗିଥାଏ । ଲିଭରକୁ ସଫା ରଖିବା ପାଇଁ ଗୁଡ଼ ସେବନ କରିବା ଆବଶ୍ୟକ । ଏହା ଶରୀରକୁ ସଫା ରଖିବା ସହିତ ଶରୀରରୁ ଅଦରକାରୀ ପଦାର୍ଥ ବାହାର କରିଦେଇଥାଏ ।

ଚତୁର୍ଥ ହେଉଛି ରକ୍ତକୁ ଶୁଦ୍ଧ କରିଥାଏ । ଆମ ଶରୀରରେ ଦେଖା ଯାଉଥିବା ଅନେକ ରୋଗର କାରଣ ହୋଇଥାଏ ଦୂଷିତ ରକ୍ତ । ରକ୍ତ ଦୂଷିତ ହେଲେ ବ୍ରଣ, ଚର୍ମ ରୋଗ ଆଦି ଦେଖା ଯାଇଥାଏ । ତେଣୁ ଏପରି ସମସ୍ୟା ଥିଲେ ଆପଣ ଗୁଡ଼ ର ସେବନ କରି ପାରିବେ । ଏହା ରକ୍ତରୁ ଦୂଷିତ ପଦାର୍ଥକୁ ଅଲଗା କରିଥାଏ ପଞ୍ଚମ ହେଉଛି ରୋଗପ୍ରତିରୋଧକ ଶକ୍ତି ବଢେଇ ଥାଏ । ଯଦି ଆପଣଙ୍କୁ ବାରମ୍ବାର ଥଣ୍ଡା, ସର୍ଦ୍ଦି ହେଉଥାଏ ଏବଂ ଦୀର୍ଘଦିନ ପର୍ଯ୍ୟନ୍ତ ଏଭଳି ସମସ୍ୟା ଲାଗି ରହିଛି, ତେବେ ଆପଣ ଜାଣି ଯିବେ ଯେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ସୁଦୃଢ ନୁହେଁ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ସର୍ବଦା ଗୁଡ଼ ସେବନ କରନ୍ତୁ । ଛୋଟ ପିଲାମାନଙ୍କୁ ଯଦି ଥଣ୍ଡା ବାରମ୍ବାର ହେଉଛି ତାହେଲେ ପ୍ରତ୍ୟେକଦିନ ସେମାନଙ୍କୁ ଗୁଡ଼ ଦେବା ଆରମ୍ଭ କରନ୍ତୁ । ଷଷ୍ଠ ହେଉଛି ମାସିକ ଋତୁସ୍ରାବ ସମସ୍ୟା ଦୂର କରିଥାଏ । ମହିଳା ମାନଙ୍କ କ୍ଷେତ୍ରରେ ମାସିକ ଋତୁସ୍ରାବ ସମୟରେ ତଳିପେଟରେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହିସବୁ ସମସ୍ୟା ଥିଲେ ଆପଣ ଗୁଡ ର ସେବନ କରିପାରିବେ । ଏହା ପେଟରେ ଯନ୍ତ୍ରଣାକୁ ଦୂର କରିଥାଏ ।

ସପ୍ତମ ହେଉଛି ଶ୍ୱାସ ସମ୍ବନ୍ଧିତ ସମସ୍ୟା ଦୂର କରିଥାଏ । ଶ୍ୱାସ ସମ୍ବନ୍ଧୀୟ ରୋଗ ପାଇଁ ମଧ୍ୟ ଗୁଡ଼ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ । ଯଦି ଆପଣଙ୍କୁ ଫୁସଫୁସ ଜନିତ ସମସ୍ୟା ଦେଖା ଦେଉଛି, ତାହେଲେ ଆପଣ ଗୁଡ଼ ସେବନ କଲେ ଏହି ରୋଗରୁ ମୁକ୍ତି ପାଇ ପାରିବେ । ଯେଉଁ ଲୋକଙ୍କୁ ଆଜମା ହୋଇଥାଏ, ସେମାନଙ୍କ ପାଇଁ ମଧ୍ୟ ଗୁଡ଼ ଲାଭକାରୀ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button