କେଉଁ ଧାତୁ ପାତ୍ରରେ ଖାଦ୍ୟ ଖାଇଲେ କଣ ଲାଭ ଏବଂ କଣ କ୍ଷତି ହୋଇଥାଏ ଜାଣନ୍ତୁ।

ନମସ୍କାର ଜୟ ଜଗନ୍ନାଥ ବନ୍ଧୁଗଣ , ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ୱାଗତ । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ କହିବୁ କେଉଁ ଧାତୁର ପାତ୍ରରେ ଖାଦ୍ୟ ଖାଇଲେ କଣ ଲାଭ ହୋଇ ଥାଏ । ସେଥିପାଇଁ ଏହି ଆର୍ଟିକିଲଟିକୁ ଶେଷ ଯାଏଁ ନିଶ୍ଚିତ ପଢନ୍ତୁ ।
ସୁନା:-
ସୁନା ହେଉଛି ଗୋଟେ ଗରମ ଧାତୁ ! ସୁନାରେ ନିର୍ମିତ ଗୋଟେ ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରି ସୁନା ପାତ୍ରରେ ଖାଇବା ଦ୍ୱାରା ଶରୀରର ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ଅଂଶ କଠିନ, ଶକ୍ତିଶାଳୀ ଏବଂ ମଜବୁତ ହୋଇଯାଏ ଏବଂ ତା ସହିତ ସୁନା ଆଖିର ଦୃଷ୍ଟି ଶକ୍ତି ବଢ଼ାଇ ଥାଏ।
ରୂପା:-
ରୂପା ଏକ ଥଣ୍ଡା ଧାତୁ, ଯାହା ଶରୀରକୁ ଆଭ୍ୟନ୍ତରୀଣ ଶୀତଳତା ଆଣିଥାଏ ! ଶରୀରକୁ ଶାନ୍ତ ରଖିଥାଏ, ଏହି ରୁପା ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରି ଏହି ପାତ୍ରରେ ଖାଇଲେ, ବୁଦ୍ଧି ତୀକ୍ଷ୍ଣ ହୋଇଥାଏ, ଆଖି ସୁସ୍ଥ ରହିଥାଏ,ଆଖିର ଦୃଷ୍ଟି ବଢି ଥାଏ, ଏହା ବ୍ୟତତ ପିତଜନିତ ପୀଡା, କଫ,ଗ୍ୟାଷ୍ଟିକ ଇତ୍ୟାଦି ନିୟନ୍ତ୍ରଣରେ ରହିଥାଏ।
ପିତ୍ତଳ :-
ପିତ୍ତଳ ପାତ୍ରରେ ଖାଦ୍ୟ ଖାଇବା ଦ୍ୱାରା ବୁଦ୍ଧି ତେଜ ହୋଇଥାଏ, ରକ୍ତରେ ପରିଷ୍କାର ହୋଇଥାଏ, ରକ୍ତ ପିତ ଶାନ୍ତ ରହିଥାଏ ଏବଂ ଭୋକ ବଢିଥାଏ! କିନ୍ତୁ ପିତ୍ତଳ ପାତ୍ରରେ ଖଟା ଜିନିଷ ଖାଇବା ଉଚିତ ନୁହେଁ, ଖଟା ଜିନିଷ ଏହି ଧାତୁ ସହିତ କାର୍ଯ୍ୟ କରି ବିଷାକ୍ତ ହୋଇଯାଏ ଯାହା କ୍ଷତି ପହଞ୍ଚାଇ ଥାଏ ! ଏକ ପିତ୍ତଳ ପାତ୍ରରେ ଖାଦ୍ୟ ରାନ୍ଧିବା ଦ୍ୱାରା କେବଳ ୩ ଶତକଡା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ!
ତମ୍ବା :-
ଏକ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ୱାରା ଜଣେ ବ୍ୟକ୍ତି ରୋଗମୁକ୍ତ ହୋଇଯାଏ, ରକ୍ତ ଶୁଦ୍ଧ ହୁଏ, ସ୍ମରଣ ଶକ୍ତି ଭଲ ହୋଇଥାଏ, ଯକୃତ ସମସ୍ୟା ଦୂର ହୁଏ, ତମ୍ବା ଜଳ ଶରୀରର ବିଷାକ୍ତ ଉପାଦାନକୁ ମାରିଦିଏ, ସେଥିପାଇଁ ଏହି ପାତ୍ରରେ ରଖା ଯାଇଥିବା ପାଣି ସ୍ୱାସ୍ଥ୍ୟ ପାଇଁ ହିତକାରକ ବୋଲି ମାନାଯାଏ। କ୍ଷୀରକୁ ଏକ ତମ୍ବା ପାତ୍ରରେ ପିଇବା ଉଚିତ୍ ନୁହେଁ, ତମ୍ବା ପାତ୍ରରେ କ୍ଷୀର ପିଇଲେ ଶରୀରକୁ କ୍ଷତି ପହଞ୍ଚାଏ!
ପିତ୍ତଳ :-
ପିତ୍ତଳ ପାତ୍ରରେ ଖାଦ୍ୟ ରାନ୍ଧିବା ଏବଂ ଖାଇବା ଦ୍ୱାରା କୁର୍ମୀ ରୋଗ, କଫ ଏବଂ ଗ୍ୟାଷ୍ଟିକ ଜନିତ ସମସ୍ୟା ଦେଖା ଦିଏ ନାହିଁ! କେବଳ ସାତ ପ୍ରତିଶତ ପୋଷକ ତତ୍ତ୍ୱ ଏକ ପିତ୍ତଳ ହାଣ୍ଡିରେ ରାନ୍ଧିବା ଦ୍ୱାରା ନଷ୍ଟ ହୋଇଯାଏ!
ଲୁହା:-
ଲୁହା ହାଣ୍ଡିରେ ତିଆରି ଖାଦ୍ୟ ଖାଇବା ଦ୍ୱାରା ଶରୀରର ଶକ୍ତି ବଢ଼ାଇଥାଏ, ଲୁହା ଶରୀରରେ ଆବଶ୍ୟକ ପୁଷ୍ଟି ତତ୍ୱ ବଢ଼ାଇ ଥାଏ ! ଲୁହା ଅନେକ ରୋଗକୁ ନଷ୍ଟ କରିଥାଏ, ଶରୀରରେ କୁଣ୍ଡିଆ ଏବଂ ପିତଜନିତ ସମସ୍ୟା ଆସିବାକୁ ଦେଇ ନଥାଏ। କୁର୍ମି ଜନିତ ରୋଗ ନଷ୍ଟ କରିଥାଏ, ଏବଂ ଜଣ୍ଡିସ ଭଳି ରୋଗକୁ ଦୂରେଇ ରଖିଥାଏ। କିନ୍ତୁ ଲୁହା ହାଣ୍ଡିରେ ଖାଦ୍ୟ ଖାଇବା ଉଚିତ୍ ନୁହେଁ କାରଣ ଏହାକୁ ଖାଇବା ଦ୍ୱାରା ବୁଦ୍ଧି କମିଯାଏ ଏବଂ ମନ ନଷ୍ଟ ହୋଇଯାଏ! ଲୁହା ପାତ୍ରରେ କ୍ଷୀର ପିଇଲେ ଭଲ ହୋଇଥାଏ !
ଷ୍ଟିଲ:-
ଷ୍ଟିଲ ବାସନଗୁଡିକ କ୍ଷତିକାରକ ନୁହେଁ କାରଣ ଏହା ଗରମ କିମ୍ବା ଏସିଡ୍ ସହିତ ପ୍ରତିକ୍ରିୟା କରନ୍ତି ନାହିଁ। ସେଥିପାଇଁ କୌଣସି କ୍ଷତି ହୋଇନଥାଏ।ଏଥିରେ ଖାଦ୍ୟ ରାନ୍ଧିବା ଏବଂ ଖାଇବା ଦ୍ୱାରା ଶରୀର ପାଇଁ କୌଣସି ଲାଭ ଦାୟକ ହୋଇନଥାଏ, ସେଥିପାଇଁ ଏଥିରେ ଖାଇଲେ କୌଣସି କ୍ଷତି ମଧ୍ୟ ନୁହେଁ।
