ଦୀର୍ଘ ବର୍ଷର ତିକ୍ତତାରେ ପଡ଼ିଲା ପୂର୍ଣ୍ଣଛେଦ; ଶେଷରେ ସଲ୍ମାନଙ୍କ ପାଇଁ ଗୀତ ଗାଇଲେ ଅରଜିତ ସିଂହ – Utkal Mail
ମୁମ୍ବାଇ: ସୁପର୍ଷ୍ଟାର୍ ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ୩’ ‘ର ପ୍ରଥମ ଗୀତର ଏକ ଝଲକ୍ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି। ଏହି ଗୀତରେ କ୍ୟାଟ୍ରିନା ସଲମାନଙ୍କ ସହ ଖୁବ୍ ରୋମାଣ୍ଟିକ୍ ହୋଇ ନାଚୁଥିବାର ନଜର ଆସିଛନ୍ତି। ‘ଲେକେ ପ୍ରଭୁ କା ନାମ’ର ବାସ୍ ଟିକିଏ ହିଁ ଝଲ୍କା ଦେଖିବା ପରେ ଖୁସି ହୋଇ ଯାଇଛନ୍ତି ପ୍ରଶଂସକ।
ସଲମାନ ଖାନ ନିଶ୍ଚିତ କରିଛନ୍ତି ଯେ କଣ୍ଠଶିଳ୍ପୀ ଅରିଜିତ ସିଂହଙ୍କ ସହ ତାଙ୍କର ପୁରୁଣା ମତଭେଦ ଶେଷ ହୋଇଛି। ତାଙ୍କର ଏହି ଗୀତଟିକୁ ସେ ହିଁ ଗାଇଛନ୍ତି। ଏହି ଗୀତଟି ୨୩ ଅକ୍ଟୋବରରେ ମୁକ୍ତିଲାଭ କରୁଛି ବୋଲି ସଲୁ ମିଆଁ ସୂଚନା ଦେଇଛନ୍ତି।
ସଲ୍ମାନ ତାଙ୍କ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ରେ ତାଙ୍କର ଓ କ୍ୟାଟ୍ରିନା କୈଫ୍ଙ୍କର ଏକ ସୁନ୍ଦର ଯୁଗଳ ଫଟୋ ସେୟାର କରିଛନ୍ତି। ଫଟୋରେ କ୍ୟାଟ୍ ଏକ ନାଲି ରଂଗର ଆଧୁନିକ ପୋଷାକ ପିନ୍ଧିିଥିବା ବେଳେ କଳା ରଂଗର ପୋଷାକରେ ନଜର ଆସିଛନ୍ତି ସଲ୍ମାନ। ଲେଖିଛନ୍ତି, ‘ପ୍ରଥମ ଗୀତର ପ୍ରଥମ ଝଲକ୍। ‘ଲେକେ ପ୍ରଭୁ କା ନାମ’। ଇଏ ହେଉଛି ମୋ ପାଇଁ ଅରିଜିତ ସିଂହଙ୍କ ପ୍ରଥମ ଗୀତ। ଅକ୍ଟୋବର ୨୩ରେ ଗୀତ ରିଲିଜ୍ ହେଉଛି। ‘ଟାଇଗର୍ ୩’ ଥିଏଟର୍ରୁ ଦୀପାବଳିରେ (ନଭେମ୍ବର ୧୨) ଆସୁଛି। ହିନ୍ଦୀ, ତାମିଲ୍ ଓ ତେଲୁଗୁ ଭାଷାରେ ରିଲିଜ୍ ହେବାକୁ ଯାଉଛି।’
ନିକଟରେ ଅକ୍ଟୋବର ୪ ତାରିଖରେ ଅରିଜିତ ସିଂଙ୍କୁ ସଲ୍ମାନଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟରୁ ବାହାରୁଥିବାର ଦେଖି ସେମାନଙ୍କର ଦୀର୍ଘ ଦିନର ଶତ୍ରୁତା ଶେଷ ହୋଇଛି ବୋଲି ପ୍ରଶଂସକ ଅନୁମାନ କରୁଥିଲେ। ଶେଷରେ ପ୍ରଶଂସକମାନେ ଆଜି ଏହି ଖୁସି ଖବର ପାଇଛନ୍ତି। ଏହାସହ ଅରିଜିତ ପ୍ରଥମ ଥର ପାଇଁ ଆଦିତ୍ୟ ଚୋପ୍ରାଙ୍କ ସହ କାମ କରିବାକୁ ଯାଉଛନ୍ତି। ସଲମାନ ଖାନଙ୍କ ଫିଲ୍ମରେ ଅରିଜିତ ଗୀତ ଗାଇବାର ଖବର ପାଇ ପ୍ରଶଂସକଙ୍କ ମଧ୍ୟରେ ଖୁସି ବ୍ୟାପିଛି।