ଦେଶ ବିଦେଶ
ଏନକାଉଣ୍ଟରରେ ୩ ଆତଙ୍କୀଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ ପିଲିଭିତରେ ଏନକାଉଣ୍ଟର। ପଞ୍ଜାବ ଓ ଉତ୍ତପ୍ରଦେଶ ପୋଲିସର ମିଳିତ ଏନକାଉଣ୍ଟରରେ ୩ ଖଲିସ୍ତାନୀ କମାଣ୍ଡୋ ଫୋର୍ସର ୩ ଆତଙ୍କୀଙ୍କ ମୃତ୍ୟୁ ହୋଇଛି। ତେବେ ମୃତକ ହେଲେ ଗୁରବିନ୍ଦର ସିଂହ, ବିରେନ୍ଦ୍ର ସିଂହ ଏବଂ ଯଶନପ୍ରିତ ସିଂହ। ଏହାସହ ଏହି ଘଟଣାରେ ୨ କନଷ୍ଟେବଳ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ୨ଟି ଏକେ-୪୭ ବନ୍ଧୁକ ଜବତ କରିଛି ପୋଲିସ। ତେବେ ଗୁରୁଦାସପୁରର ଏକ ଥାନା ଉପରେ ଆକ୍ରମଣ କରିଥିଲେ ଏହି ୩ ଆତଙ୍କବାଦୀ। ଗ୍ରେନେଡ ଏବଂ ବୋମାମାଡ କରିଥିଲେ। ପିଲିଭିତ ଥାନା ଅଞ୍ଚଳର କମରିୟା ପଏଣ୍ଟରେ ୩ ଜଣ ଗୋଟିଏ ବାଇକରେ ଆସିଥିଲେ। ସାଙ୍ଗେସାଙ୍ଗେ ପଞ୍ଜାବ ପୋଲିସ ସେମାନଙ୍କ ପିଛା କରି ଧରିବା ପାଇଁ ଚେଷ୍ଟା କରିଥିଲା। ହେଲେ ପୋଲିସ ଉପରକୁ ସେମାନେ ଗୁଳିଚାଳନା କରିଥିଲେ। ପୋଲିସ ମଧ୍ୟ ସେମାନଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲେ।