ତମ୍ବା ପାତ୍ରରେ ପାଣି ପିଉଛନ୍ତି କି? ଜାଣନ୍ତୁ ଏହା ଶରୀର ପାଇଁ କେତେ ଲାଭକାରୀ

ପ୍ରାଚୀନ କାଳରେ ଲୋକମାନେ ପାଣି ପିଇବା ହେଉ କିମ୍ବା ଖାଦ୍ୟ ଖାଇବା ପାଇଁ ତମ୍ବା ପାତ୍ରର ବ୍ୟବହାର କରିଥାନ୍ତି । କାରଣ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ୱାରା ଗଣ୍ଠି, ଡାଇବେଟିଜ୍, ସଂକ୍ରମଣ ଏବଂ ଅତ୍ୟଧିକ ମୋଟାପଣ ଭଳି ସମସ୍ୟା ଦୂର ହୋଇଥାଏ । କେବଳ ଆୟୁର୍ବେଦ ନୁହେଁ ବରଂ ବିଜ୍ଞାନରେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା କ’ଣ କ’ଣ ଲାଭ ମିଳିଥାଏ ।
ଜାଣନ୍ତୁ କାହିଁକି ଲାଭକାରୀ ହୋଇଥାଏ ତମ୍ବା ପାତ୍ର:
ଆୟୁର୍ବେଦ ଅନୁଯାୟୀ ତମ୍ବା ଶରୀରର ବାତ, କଫ ଏବଂ ପିତ୍ତ ଦୋଷକୁ ସନ୍ତୁଳିତ ରଖିଥାଏ । ବାସ୍ତବରେ ଏଥିରେ ଷ୍ଟରଲାଇଜିଂ ଗୁଣ ରହିଥାଏ, ଯାହା ଭୋଜନରେ ଥିବା କୀଟାଣୁକୁ ନଷ୍ଟ କରିଥାଏ । ସେହିଭଳି ତମ୍ବା ପାଣିରେ ମିଶି ରାସାୟନିକ ପ୍ରତ୍ରିକୟା କରିଥାଏ, ଯାହାଦ୍ୱାରା ଶରୀରକୁ ବ୍ୟାକ୍ଟେରିଆ, ସଂକ୍ରମଣ ସହ ଲଢିବାରେ ସାହାଯ୍ୟ ମିଳିଥାଏ ।
ଜାଣନ୍ତୁ ତମ୍ବା ପାତ୍ରରେ ପାଣି ପିଇବାର ଉପକାରୀତା:
-ତମ୍ବା ପାତ୍ରରେ ପାଣି ପିଇବା କିମ୍ବା ଭୋଜନ କରିବା ଦ୍ୱାରା ଇମୁ୍ୟନିଟି ପାୱାର ବଢିଥାଏ, ଯାହାଦ୍ୱାରା ଶରୀରକୁ ଭାଇରସ, ଜର୍ମ୍ସ ଏବଂ ବ୍ୟାକ୍ଟେରିଆ ସହ ଲଢିବାରେ ଶକ୍ତି ମିଳିଥାଏ ।
-ବାସ୍ତବରେ ତମ୍ବା ଥାଇରାଏଡ୍ ଗ୍ରନ୍ଥିର କାର୍ଯ୍ୟ ସଠିକ୍ ରୂପେ ସଠିକ୍ ରୂପେ କରିଥାଏ, ଯାହାଦ୍ୱାରା ରୋଗର କାରକ ଥାୟରୋକ୍ସିନ୍ ହର୍ମୋନକୁ କଣ୍ଟ୍ରୋଲରେ ରଖିଥାଏ ।
-ଏହା ଶରୀରର ବ୍ୟାଡ୍ କୋଲେଷ୍ଟ୍ରଲ୍ ସମସ୍ୟା କମ କରିବା ସହ ଉଚ୍ଚରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ । ଏହାଦ୍ୱାରା ହୃଦୟ ସୁସ୍ଥ ରହିବା ସହ ହାର୍ଟଆଟାକ୍ ର ସମସ୍ୟା କମ ହୋଇଥାଏ ।
-ତମ୍ବା ପାତ୍ରରେ ଥିବା ପାଣି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଥାଏ, ଯାହା ଡାଇରିଆ, କବଚ ଭଳି ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହାଦ୍ୱାରା ପାଚନ ପ୍ରକ୍ରିୟା ସଠିକ୍ ରୂପେ ହୋଇଥାଏ ।
-ରିସର୍ଚ୍ଚ ଅନୁଯାୟୀ ପ୍ରତ୍ୟେକ ଦିନ ତମ୍ବା ପାଣିରେ ପାଣି ପିଇବା ଦ୍ୱାରା ଶରୀରରେ କ୍ୟାନସର ସେଲ୍ସ ବୃଦ୍ଧି ହ୍ରାସ ପାଇଯାଇଥାଏ । ଏହାଦ୍ୱାରା ଆପଣ ଏହି ଭୟଙ୍କର ରୋଗରୁ ରକ୍ଷା ପାଇପାରିବେ ।
-ଏଥିରେ ଆଣ୍ଟି-ଇଫ୍ଲୋମେଟରୀ ଗୁଣ ରହିଥାଏ, ଯାହା ଆର୍ଥାଇଟିସ୍, ଗଣ୍ଠିରେ ଯନ୍ତ୍ରଣା ଏବଂ ଶରୀରରେ ଫୁଲାପଣ ଆଦି ଦୂର ହୋଇଥାଏ ।
-ଏସବୁ ବ୍ୟତୀତ ତମ୍ବା ପାତ୍ରର ପାଣି ଭୋଜନରେ ଥିବା ସମସ୍ତ ବ୍ୟାକ୍ଟେରିଆକୁ ଶେଷ କରିଥାଏ, ଯାହାଦ୍ୱାରା ବ୍ରଣ ଏବଂ ତ୍ୱଚା ସମ୍ବନ୍ଧିୟ ସମସ୍ୟା ଦୂର ହୋଇଥାଏ ।