ଓଡିଶା

୬୧ ତମ ଗୃହରକ୍ଷୀ ଦିବସ: ଭୁବନେଶ୍ଵର ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ମହାସମାରୋହରେ ପାଳିତ – Utkal Mail



ଭୁବନେଶ୍ଵର: ଆଜି ୬୧ ତମ ଗୃହରକ୍ଷୀ ଦିବସ । ଭୁବନେଶ୍ଵର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ମହାସମାରୋହରେ ପାଳନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵର ସହରାଞ୍ଚଳ ପୁଲିସ ବିଭାଗରେ କାର୍ଯ୍ୟରତ ଗୃହରକ୍ଷୀ ମାନଙ୍କ ଦ୍ଵାରା ଏକ ପ୍ୟାରେଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

କଟକ-ଭୁବନେଶ୍ୱର ଟ୍ଵିନ୍ ସିଟି ର ପୋଲିସ କମିଶନର, ସୌମେନ୍ଦ୍ର ପ୍ରିୟଦର୍ଶି, ଆଇପିଏସ, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ପୋଲିସ କମିଶନର ବ୍ରିଜେଶ ରାଏ, ଆଇପିଏସ, ଗୃହରକ୍ଷୀ ବିଭାଗର କମାଣ୍ଡାଣ୍ଟ ତଥା ଭୁବନେଶ୍ଵର ଡିସିପି, ପ୍ରତୀକ ସିଂହ, ଆଇପିଏସ, ଡେପ୍ୟୁଟି କମାଣ୍ଡାଣ୍ଟ ଅଶୋକ ପାଣିଗ୍ରାହୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ଏହି ପରିପ୍ରେକ୍ଷିରେ ଶୃଙ୍ଖଳିତ ପ୍ୟାରେଡ ପ୍ରଦର୍ଶନ ପାଇଁ ଜ୍ୟୋତିରଞ୍ଜନ ସ୍ବାଇଁ ଏବଂ ସସ୍ମିତା ଦାସ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସେହିପରି ଉତ୍ତମ ପୋଷାକ ପରିଧାନ ପାଇଁ ଶ୍ରୀ ଦୀପକ କୁମାର ସାହୁଙ୍କୁ ସମ୍ବର୍ଦ୍ଧନା କରାଯାଇଥିବା ସ୍ଥଳେ ଗୃହରକ୍ଷୀ ବିଭାଗରେ ଉତ୍ତମ ଖ୍ୟାତିସମ୍ପନ୍ନ ପାଇଁ ସୁଷମା ପ୍ରଧାନ ଏବଂ ଉତ୍ତମ ଶୃଙ୍ଖଳିତ ଆଚରଣ ନିମନ୍ତେ ପ୍ରଣବ ପାଇକରାୟଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା।

ସମାରୋହ ଅବସରରେ, “ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହ ସଚିବ, ହୋମ ଗାର୍ଡ କମାଣ୍ଡାଣ୍ଟ ଜେନେରାଲ, ଭାରତ ଏବଂ ହୋମ ଗାର୍ଡ ମହାନିର୍ଦ୍ଦେଶକ ଓଡ଼ିଶା” ଙ୍କ ପ୍ରଦତ୍ତ ବାର୍ତ୍ତା ମୁଖ୍ୟ ଅତିଥି ପଠନ କରିଥିଲେ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button