ମନୋରଞ୍ଜନ

“ତୋ ଗୋରା ଦେହେ ଲାଗିଯିବ ରଙ୍ଗର ଛିଟା…” Viral Boy Santanu ଙ୍କ ଏହି ମଜାଦାର ଗୀତ ଶୁଣିଲେ ଆପଣ ବି ମଜିଯିବେ, 7 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

ସିଦ୍ଧାର୍ଥ ଟିଭିରେ ପ୍ରସାରିତ ଗୀତ ରିୟାଲିଟି ଶୋ “ଓଡିଶାର ନୂଆ ସ୍ଵର- ଜୁନିୟର” ବର୍ତ୍ତମାନ ଓଡିଶାର ଘରେ ଘରେ ଖୁବ ଲୋକପ୍ରିୟ । ଶୋ’ରେ କୁନି କୁନି ପିଲାଙ୍କ ପ୍ରତିଭା ଲୋକଙ୍କୁ ଖୁବ ମନୋରଞ୍ଜନ କରୁଛି । ବିଶେଷ କରି ଶୋ’କୁ ଆହୁରି ରୋଚକ କରୁଛି ଭାଇରାଲ ବୟ ସାନ୍ତନୁଙ୍କ ଗୀତ ଏବଂ ତା’ ସାଙ୍ଗକୁ ତାଙ୍କ ମଜାମସ୍ତି । ଶୋ’ର ଜଜ୍ ଏବଂ ଅନ୍ୟ ପ୍ରତିଯୋଗୀଙ୍କ ଠାରୁ ଆରମ୍ଭ କରି ଦର୍ଶକଙ୍କ ପର୍ଯ୍ୟନ୍ତ ସମସ୍ତେ ସାନ୍ତନୁଙ୍କ କଥା ଶୁଣିବାକୁ ଖୁବ ଭଲ ପାଆନ୍ତି ।

କଥା ଯେମିତି ଟଙ୍କା ଗୀତ ଗାଇବା ଶୈଳୀ ସେମିତି ଖୁବ ନିଆରା । ଗୀତ ଗାଇବା ସମୟରେ ଗୀତର ତାଳେ ତାଳେ ଅଭିନୟ ମଧ୍ୟ କରନ୍ତି ସାନ୍ତନୁ । ଭାଇରାଲ ବୟ ସାନ୍ତନୁ କୁହା ଯାଉଥିବା ସାନ୍ତନୁଙ୍କ ପୁରା ନାମ ହେଉଛି ସାନ୍ତନୁ କୁମାର ମହାନ୍ତି ଓ ତାଙ୍କୁ ମାତ୍ର ୮ ବର୍ଷ ବୟସ । ଛୋଟ ବେଳୁ ଗୀତ ଗାଈ ଓଡିଶାର କୋଟି କୋଟି ଦର୍ଶକକ ମନରେ ଘର କରି ସାରିଲେଣି ସାନ୍ତନୁ । ତାଙ୍କର ଗୀତ ଓ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।

ସବୁ ସୋ-ସି-ଆ-ଲ ମି-ଡି-ଆ-ରେ ସାନ୍ତନୁଙ୍କ କମାଲ ଦେଖିବାକୁ ମିଳୁଛି । ତାଙ୍କ ନଟଖଟ ଅନ୍ଦାଜ ଓ ହସହସ ମୁହଁ ସମସ୍ତଙ୍କୁ ଖୁବ ପସନ୍ଦ ହେଉଛି । ଯାହା ଦେଖି ଏବେ ତାଙ୍କୁ ଅନେକ ଗୀତ ଅଫର୍ ମଧ୍ୟ ଆସୁଛି । ଏବେ ନିକଟରେ ସାନ୍ତନୁ ଏକ ଗୀତ ରେକଡିଂ କରିଛନ୍ତି ଯାହାର ନାମ ହେଉଛି “ରଙ୍ଗର ଛିଟା” । ତାଙ୍କ ସହ ଅଙ୍କିତା ରାଣୀ ମଧ୍ୟ ଏହି ଗୀତଟିକୁ ଗାଇଛନ୍ତି । ଗୀତଟି ୟୁଟ୍ଯୁବରେ ଅଫଲୋଡ ହେବା ପରେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖୁଛନ୍ତି ।

ସାନ୍ତନୁଙ୍କ ଗୀତ ସମସ୍ତଙ୍କୁ ଖୁବ ପସନ୍ଦ ହେଉଛି । ତାଙ୍କ ସହ ଗୀତ ଗାଇଥିବା ଅଙ୍କିତା ରାଣୀଙ୍କ ମଧ୍ୟ କଣ୍ଠକୁ ମଧ୍ୟ ଦର୍ଶକେ ଖୁବ ପସନ୍ଦ କରୁଛନ୍ତି । “ଫଗୁ ଫଗୁ ଦିଶେ ଆଜି ଏଇ ଆକାଶଟା, ତୁ ଦିଶୁଛୁ ସତେ ଆଜି ପୁନେଇଁ ଜହ୍ନଟା, ଝିଲିମିଲି କରୁଛି କାଇଁ ଏଇ ପୃଥିବୀ, ପାଖେ ରହିଛି ତୋର ମୁଁ ରହିଥିବି, ଏବେ ଦେବି ତୋତେ ରଙ୍ଗ ଅବିର, ତୋର ମୋର ପ୍ରେମ ହବ ଗଭୀର, ଆରେ କହିଦେ ମୋତେ ଥରେ ତୋ କଥା ମିଠା ମିଠା… ତୋ ଗୋରା ଦେହେ ଲାଗିଯିବ ରଙ୍ଗର ଛିଟା ।”

ଏହିପରି କିଛି ରହିଛି ଏହି ଗୀତଟିର ଲେଖା । ଯାହା ଆପଣଙ୍କୁ ଖୁବ ଭଲ ଲାଗିଥିବ । ସାନ୍ତନୁଙ୍କ ଏହି ଗୀତ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button