ଓଡିଶା

ବାଇକ ଭିତରେ ଲୁଚିଥିବା ସାପ ଗାଡି ଚଲାଉଥିବା ସମୟ ରେ ବାହାରିଲା ସାମ୍ନାକୁ ଆଉ ତା ପରେ… କଣ ହେଲା ପଢନ୍ତୁ ସମ୍ପୁର୍ଣ୍ଣ ଖବର

ମଧ୍ୟପ୍ରଦେଶର ଶ୍ୟୋପୁର ଜିଲ୍ଲା ରେ ଦୁଇଟି ଅଲଗା ଅଲଗା ଘଟଣା ହୋଇଅଛି ଦୁଇଟି ମୋଟରସାଇକଲ ଚଲାଉଥିବା ଲୋକଙ୍କୁ ଗାଡି ରେ ଲୁଚିଥିବା ସାପ ଚୋଟ ମାରିଛନ୍ତି, ସେହି ଦୁଇ ଜଣଙ୍କକର ହସ୍ପିଟାଲ ରେ ଚିକିତ୍ସା ଚାଲିଛି । ଖବର ଅନୁଯାଇ ରବିବାର ଦିନ ପୂରଣ ମୀଣା ନାମକ ଯୁବକ ବାଇକ ଚଲାଇ ନିଜ ଗାଁ ବର୍ଦ୍ଧା ଯାଉଥିଲା, ସେହି ସମୟ ରେ ହଟାତ ଇଞ୍ଜିନ ରେ ଲୁଚିଥିବା ସାପ ବାହାରି ତାଙ୍କ ଗୋଡ ରେ କାମୁଡି ଦେଲା ।

ଯୁବକ କୁ କିଛି ସମୟ ରେ ବେହୋସ ଅବସ୍ଥା ରେ ହସ୍ପିଟଲ ନିଆ ଗଲା, ଏବେ ତାଙ୍କ ଅବସ୍ଥା ଭଲ ଅଛି ଏବଂ ଏବେ ସେ ବିପଦ ବାହାରେ ଅଛନ୍ତି ।

ଅନ୍ୟ ଏକ ଖବର ଅନୁସାରେ ରାହୁଲ ଶର୍ମା କାଲି ଶ୍ୟୋପୁର ରୁ ନିଜ ଗାଁ ସୋଇ ପାଇଁ ବାହାରିଥିଲେ, ସେତେବେଳେ ହଟାତ ବାଇକ ଉପରେ ଗୋଟେ ସାପ ବାହାରିଲା ଓ ରାହୁଲଙ୍କୁ ଚୋଟ ମାରିଦେଲା ।

ତାଙ୍କୁ ଗମ୍ଭୀର ଅବସ୍ଥା ରେ ହସ୍ପିଟାଲ ନିଆ ଗଲା, କିନ୍ତୁ ଏବେ ସେ ବିପଦ ବାହରେ ଅଛନ୍ତି । ବର୍ଷା ଋତୁ ରେ ଏହି ଜିଲ୍ଲା ରେ ୩ ଡର୍ଜନ ରୁ ବି ଅଧିକ ଘଟଣା ସାପ ଚୋଟ ମାରିବା ର ଶୁଣିବାକୁ ମିଳିଛି ।

ଏହିଭଳି ଘଟଣାରୁ ବଞ୍ଚିବା ପାଇଁ ସବୁବେଳେ ସତର୍କ ରୁହନ୍ତୁ । ନିଜ ଗାଡିକୁ ସୁରକ୍ଷିତ ସ୍ଥାନ ରେ ରଖିବା ସହ ଯେତେବେଳେ ବି ଘରୁ ବାହାରୁଛନ୍ତି ପ୍ରଥମେ ଭଲଭାବେ ଗାଡିକୁ ଚେକ କରି ନିଅନ୍ତୁ କେହି ଜୀବ ଜନ୍ତୁ ଯେମିତି ତା ଭିତରେ ଲୁଚି ନଥିବେ । ନଚେତ ଆପଣଙ୍କ ଜୀବନ ବି ଯାଇପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button