ଦେଶ ବିଦେଶ

ଲଖିମପୁର ଖେରି ହିଂସା ମାମଲା: ଆଶିଷ ମିଶ୍ରଙ୍କ ସମେତ ୧୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ୍

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଲଖିମପୁର ଖେରି ହିଂସା ମାମଲାରେ କୋର୍ଟ ମଙ୍ଗଳବାର ସମସ୍ତ ୧୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ୍ କରିଛନ୍ତି। ସମସ୍ତଙ୍କୁ ହତ୍ୟା, ହତ୍ୟା ଉଦ୍ୟମ ସମେତ ବିଭିନ୍ନ ଦଫାରେ ଅଭିଯୁକ୍ତ କରାଯାଇଛି । ଏହି ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ଟେନିଙ୍କ ପୁଅ ଆଶିଷ ମିଶ୍ର ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଲଖିମପୁର ଖେରି ହିଂସାରେ ଚାରି ଜଣ ଚାଷୀଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା।

ଗତକାଲି ଆଶିଷ ମିଶ୍ରଙ୍କ ସହ ଅନ୍ୟ ୧୩ ଅଭିଯୁକ୍ତଙ୍କ ଡିସଚାର୍ଜ ଆବେଦନ କୋର୍ଟ ଖାରଜ କରିଦେଇଥିଲେ। ଏହି ଅଭିଯୁକ୍ତମାନେ ଦାବି କରିଥିଲେ ଯେ ସେମାନେ ଏହି ଘଟଣାରେ ସମ୍ପୃକ୍ତ ନୁହଁନ୍ତି । ସେଥିପାଇଁ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଉ । କିନ୍ତୁ ଅଭିଯୁକ୍ତଙ୍କ ଆବେଦନକୁ କୋର୍ଟ ଖାରଜ କରିଥିଲେ ।

ଉଲ୍ଲେଖଯୋଗ୍ୟ, ୩ ଅକ୍ଟୋବର ୨୦୨୧ରେ ୟୁପିର ଲଖିମପୁର ଖେରି ଜିଲ୍ଲାର ତିକୁନିଆରେ ଚାଷୀମାନେ ବିକ୍ଷୋଭ କରୁଥିବା ବେଳେ ସେମାନଙ୍କୁ ଏକ ଏସୟୁଭି ଗାଡି ମଡାଇ ଚାଲି ଯାଇଥିଲା । ଚାରିଜଣ ଚାଷୀ ଏବଂ ଜଣେ ସାମ୍ବାଦିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରବର୍ତ୍ତୀ ଘଟିଥିବା ହିଂସାରେ ଆଉ ଚାରି ଜଣଙ୍କ ମୃତ୍ୟୁ ହୋଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button