କ୍ରାଇମ

ଚିଟ୍‌ଫଣ୍ଡ ସଂସ୍ଥା କୋଲକାତା ୱେର୍‌ ଇଣ୍ଡଷ୍ଟ୍ରିଜ୍‌ର ଶାଖା ପରିଚାଳକଙ୍କୁ ଜେଲ୍‌ – Utkal Mail


ବାଲେଶ୍ବର: ଜମାକାରୀଙ୍କଠାରୁ ଟଙ୍କା ହଡ଼ପ ମାମଲାରେ ଚିଟ୍‌ଫଣ୍ଡ ସଂସ୍ଥା କୋଲକାତା ୱେର୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଶାଖା ପରିଚାଳକ ତଥା ​ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ମାନଗୋବିନ୍ଦପୁର ଅଞ୍ଚଳର ସଂଗ୍ରାମ କେଶରୀ ପାତ୍ର (୪୧)ଙ୍କୁ ଆଜି ୩ ବର୍ଷ ଜେଲ୍‌ ଓ ୬୧ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ଓପିଆଇଡି କୋର୍ଟ ବିଚାରପତି ବିଶ୍ୱଜିତ ଦାସ। ଜରିମାନା ଅନାଦେୟ ଅଧିକ ୯ ମାସ ଜେଲ୍‌ଦଣ୍ଡ ଭୋଗିବାକୁ କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ସୂଚନାଥାଉକି, ଜମାକାରୀଙ୍କୁ ଲୋଭନୀୟ ସ୍କିମ୍ ଦେଖାଇ କୋଲକାତା ୱେର୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (କ୍ବିଲ୍‌) ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ଶାଖା କାର୍ଯ୍ୟାଳୟ ଖୋଲି ଏଜେଣ୍ଟମାନଙ୍କ ଜରିଆରେ ବିପୁଳ ପରିମାଣର ଅର୍ଥ ସଂଗ୍ରହ କରିଥିଲା। ଅନୁରୂପ ଭାବେ ମୟୂରଭଞ୍ଜ ଉଦଳାରେ ଶାଖା କାର୍ଯ୍ୟାଳୟ ଖୋଲି ଏହି ସଂସ୍ଥା ଜମାକାରୀଙ୍କଠାରୁ ଅର୍ଥ ଆଦାୟ କରିଥିଲା। ତେବେ ରାତାରାତି ଶାଖା କାର୍ଯ୍ୟାଳୟ ବନ୍ଦ ହୋଇଯିବା ପରେ ଜମାକାରୀ ଆଉ ଟଙ୍କା ଫେରସ୍ତ ପାଇନଥିଲେ। ଏ ସଂକ୍ରାନ୍ତରେ ଉଦଳା ଥାନାର ତତ୍କାଳୀନ ଥାନା ଅଧିକାରୀ ସୁବ୍ରତ ବେହେରା ସଂସ୍ଥାର ଶାଖା ପରିଚାଳକ ସଂଗ୍ରାମ କିଶୋର ପାତ୍ରଙ୍କ ସମେତ ପଶ୍ଚିମବଙ୍ଗ ଉତ୍ତର ଚବିଶପ୍ରଗଣା ଜିଲ୍ଲା ଡାଇମଣ୍ଡ ହାର୍ବର୍ ଅଞ୍ଚଳର ସାମ୍‌ସୁଲ ଆଲମ୍ ଖାଁ, ରାମକୃଷ୍ଣ ମଣ୍ଡଳ ଓ ସାହାଜାନ ଖାଁଙ୍କ ବିରୋଧରେ କେସ୍ ନଂ ୬୧/୧୩ରେ ମାମଲା ରୁଜୁ କରିଥିଲେ। ବାଲେଶ୍ବର ଚିଟ୍‌ଫଣ୍ଡ ଅଦାଲତରେ ଏହି ମାମଲା ବିଚାରାଧୀନ ଥିବା ବେଳେ ଆଜି ବିଚାରପତି ବିଶ୍ୱଜିତ ଦାସ ୧୦ ଜଣ ସାକ୍ଷୀ ଓ ୧୮ଟି ଦସ୍ତାବିଜ ଆଧାରରେ ଅଭିଯୁକ୍ତ ଶାଖା ପରିଚାଳକଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button