ଓଡିଶା

ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଉଦ୍‌ଘାଟନ କରିବେ ମୋଦୀ: ୨୮ରେ ଦୁଇ ଘଣ୍ଟା ପାଇଁ ଓଡ଼ିଶା ଆସିବେ

ଯାଜପୁର ସଦର: ଇ‌-କେୱାଇସି ହେବା ପରେ ରାସନକାର୍ଡ କେଳେଙ୍କାରୀ ସାମନାକୁ ଆସିଛି। ଯାଜପୁର ଜିଲ୍ଲାରେ ୫ ହଜାର ଅଯୋଗ୍ୟ ହିତାଧିକାରୀ ରାସନ ନେଉଥିବା ଜଣାପଡ଼ିଛି। ଏହି ତାଲିକାରେ ସରକାରୀ ଚାକିରିଆ, ପୁଲିସ ଓ ଯନ୍ତ୍ରୀଙ୍କ ନାମ ରହିଛି। ଗରିବଙ୍କ ପାଇଁ ଥିବା ଏହି ଯୋଜନାକୁ ଅଯୋଗ୍ୟ ହିତାଧିକାରୀ ଲୁଟି ନେଉଛନ୍ତି। ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାରେ ବର୍ତ୍ତମାନ ୫୫୩୨ ଜଣ ଅଯୋଗ୍ୟ ହିତାଧିକାରୀ (ସରକାରୀ କର୍ମଚାରୀ)ଙ୍କ ପରିବାର ରାସନ ନେଉଥିବା ଜଣାପଡ଼ିଛି। ଏହି ଅଯୋଗ୍ୟ ହିତାଧିକାରୀଙ୍କ ପରିବାରରୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସରକାରଙ୍କଠାରୁ ଦରମା ନେଉଛନ୍ତି। ତେବେ ଏଥିରେ ଅଧ୍ୟାପକ, ଡାକ୍ତର, ମେଡିକାଲ ଅଫିସର, ନର୍ସିଂ ଅଫିସର, ପିଇଓ, ସ୍କୁଲ ଶିକ୍ଷକ, ସେନା ଓ ପୁଲିସ କର୍ମଚାରୀଙ୍କ ସମେତ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀଙ୍କ ପରିବାର ଚିହ୍ନଟ ହୋଇଛନ୍ତି।

ତାଲିକାରେ ସ୍ବାସ୍ଥ୍ୟ ଅଧିକାରୀ, ପୁଲିସ ଓ ସେନା କର୍ମଚାରୀ

ତଥ୍ୟ ଅନୁସା‌ରେ ବଡ଼ଚଣା ବ୍ଲକ୍‌ରେ ୫୨୫ଜଣ, ବିଂଝାରପୁରରେ ୪୭୧, ବରୀରେ ୫୨୧, ଦଶରଥପୁରର ୫୬୫, ଯାଜପୁର ୫୦୩, ଦାନଗଦୀରେ ୪୧୭, ଧର୍ମଶାଳାରେ ୬୭୨, ଯାଜପୁର ପୌରପାଳିକାରେ ୧୫୯, କୋରେଇରେ ୩୮୨, ରସୁଲପୁରରେ ୬୬୭, ସୁକିନ୍ଦାରେ ୫୮୧, ବ୍ୟାସନଗର ପୌରପାଳିକାରେ ୫୯ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ତେବେ ଏହି ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ଜିଲ୍ଲାରେ ୭୮୭ ଡିଲରଙ୍କ ଅଧୀନରେ ୧୫ଲକ୍ଷ ୩୧ ହଜାର ୪୭୧ ହିତାଧିକାରୀ ରାସନ ନେଉଛନ୍ତି। ଆଜି ସୁଦ୍ଧା ୧୩ଲକ୍ଷ ୫୫ହଜାର ୫୩୨ ଜଣ ଇ-କେୱାଇସି କରିଛନ୍ତି। ଏହି ହାର ୮୯ ପ୍ରତିଶତ ରହିଛି। ଜିଲ୍ଲାରେ ଏଯାଏଁ ୧ଲକ୍ଷ ୭୫ ହଜାର ୯୩୯ ହିତାଧିକାରୀ ଇ‌-କେୱାଇସି କରିବାକୁ ବାକି ରହିଛି। ଏଥିରୁ ବି ସରକାରୀ କର୍ମଚାରୀ ପରିବାର ଚିହ୍ନଟ ହେବାର ସମ୍ଭାବନା ରହିଛି। ବଡ଼ଚଣାରେ ୨୦୨୬୦, ବରୀରେ ୧୯୧୨୪, ବିଂଝାରପୁରରେ ୧୫୫୬୯, ଦାନଗଦୀରେ ୧୩୫୫୦, ଧର୍ମଶାଳାରେ ୨୧୦୪୭, ଯାଜପୁରରେ ୧୪୫୩୬, ଯାଜପୁର ପୌରପାଳିକାରେ ୨୩୫୦, କୋରେଇରେ ୧୩୬୧୦, ରସୁଲପୁରରେ ୧୭୭୦୬, ସୁକିନ୍ଦାରେ ୧୬୫୧୨, ବ୍ୟାସନଗର ପୌରପାଳିକାରେ ୨୩୦୪ ହିତାଧିକାରୀଙ୍କ ନାମ ଇ-କେୱାଇସି ‌ଅପେକ୍ଷାରେ ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button