କ୍ରାଇମ

ସହଦେବ ନାୟକ ହତ୍ୟାକାଣ୍ଡ: ଆତ୍ମସର୍ମପଣ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଭୁବନେଶ୍ବର:  ଭୁବନେଶ୍ବର ସହଦେବ ନାୟକ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ରମା ନାଏକ ଗିରଫ । ରମା ନାଏକକୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ । ଆଜି ମଞ୍ଚେଶ୍ୱର ଥାନାରେ ସହଦେବ ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାଏକ ଆତ୍ମସମର୍ପଣ କରିଛି। ଘଟଣା ପରଠାରୁ ରମା ନାଏକ ଫେରାର ଥିଲା । ପୋଲିସ ତାକୁ ଧରିବା ପାଇଁ ଖୋଜୁଥିଲା । ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ଏବେ ମୁଖ୍ୟ ଅଭିଯୁକ୍ତ ରମା ନାଏକକୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, ଜାନୁଆରୀ ୮ ତାରିଖ ଦିନ ସକାଳ ସମୟରେ ଭୁବନେଶ୍ୱର ରସୁଲଗଡ଼ ଓଭରବ୍ରିଜ୍‌ ନିକଟରେ ସହଦେବ ନାୟକଙ୍କୁ ବାଇକ୍‌ରେ ଆସି ହତ୍ୟା କରାଯାଇଥିଲା । ମୃତକ ସହଦେବ ନାୟକ ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ। ଝିଅକୁ ସ୍କୁଲରେ ଛାଡି ସ୍କୁଟିରେ ଯାଉଥିବାବେଳେ ତାଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କରିଥିଲେ। ସହଦେବ ପୁଲିସ ମିତ୍ର ଭାବେ ମଧ୍ୟ କାମ କରୁଥିଲେ। ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା ନେଇ ସହଦେବଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ହତ୍ୟା ପରେ ଅଭିଯୁକ୍ତମାନେ ଦୟା ନଦୀରେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଫିଙ୍ଗି ଦେଇଥିଲେ ।

ଅନ୍ୟପଟେ ପୂର୍ବ ଶତ୍ରୁତାରୁ ସହଦେବଙ୍କୁ ହତ୍ୟା କରାଯାଇଥିବା ଡିସିପି ସୂଚନା ଦେଇଥିଲେ । ଡିସିପି କହିଥିଲେ, ଭୁବନେଶ୍ବର ମଞ୍ଚେଶ୍ବର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପାଇଁ ୩ଟି ସ୍ପେଶାଲ ଟିମ୍‌ ଗଠନ କରାଯାଇଥିଲା । ତଦନ୍ତରୁ ଅଭିଯୁକ୍ତ ଓ ତାଙ୍କ ଗାଡ଼ି ସମ୍ପର୍କରେ ଜଣାପଡ଼ିଥିଲା । ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା  । ହେଲେ ବାକି ହତ୍ୟାକାଣ୍ଡରେ ଆଉ ଜଣେ ଅଭିଯୁକ୍ତ ଫେରାର ରହିଥିଲେ । ଶେଷରେ ଏକ ମାସରୁ ଅଧିକ ସମୟ ପରେ ମୁଖ୍ୟ ଅଭିଯୁକ୍ତ ରମା ନାଏକ ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କରିଛନ୍ତି  ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button