ନୂଆଦିଲ୍ଲୀ: ଦେଶର ଅନେକ ସ୍ଥାନରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁ ଲୋକ ସଙ୍କଟାଗ୍ରସ୍ତ ହୋଇଛନ୍ତି । ଉତ୍ତରପ୍ରଦେଶର ଅନେକ ଅଞ୍ଚଳରେ ବାତ୍ୟା ଭଳି ସ୍ଥିତି ଉପୁଜି ଥିବାବେଳେ ଦିଲ୍ଲୀ-ଏନସିଆରର ଅନେକ ସ୍ଥାନ ଜଳମଗ୍ନ ହୋଇଯାଇଛି । ୟୁପିରେ ବର୍ଷା ସହ ଜଡ଼ିତ ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଉତ୍ତରାଖଣ୍ଡରେ ବର୍ଷା ଯୋଗୁ ଭୂସ୍ଖଳନ ହୋଇଛି । ଆଗମୀ କିଛି ଦିନରେ ଅନେକ ରାଜ୍ୟରେ ଆହୁରି ଭାରି ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।
ଭାରତୀୟ ପାଣିପାଗ ବିଭାଗ ପୂର୍ବ ଉତ୍ତର ପ୍ରଦେଶ ପାଇଁ ରେଡ ଆଲର୍ଟ ଜାରି କରି ସେପ୍ଟେମ୍ବର ୧୧ରେ ଭାରି ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି । ଦିଲ୍ଲୀ ଆଂଶିକ ରୂପେ ବାଦଲ ଘେରରେ ରହିବା ସହ ଗୋଟିଏ କିମ୍ବା ୨ଟି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ତଟ୍ଟୀୟ ଆନ୍ଧ୍ରପ୍ରଦେଶ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ଜଣାପଡ଼ିଛି ।
Back to top button