ବିଚାର

ସୋମବାରେ ଭୁଲରେ କରନ୍ତୁ ନାହିଁ ଏହି ସବୁ କାମ, ପୂରଣ ହେବନି ମନୋକାମନା, ହେବ ବଡ଼ କ୍ଷତି!

ଶାସ୍ତ୍ର ଅନୁସାରେ ସୋମବାରକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଇଛି । ଏହି ଦିନ ଭଗବାନ ଶିବଙ୍କୁ ସମର୍ପିତ । ବିଶ୍ବାସ ରହିଛି, ସୋମବାର ଦିନ ନିଷ୍ଠାର ସହ ମହାଦେବଙ୍କୁ ପୂଜା କଲେ ସମସ୍ତ ମନୋକାମନା ପୂରଣ ହେବା ସହ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ ।

ଏହି ଦିନ ଭଗବାନ ଶିବଙ୍କୁ ନିଷ୍ଠାର ସହ ପୂଜା କଲେ ସମସ୍ତ ଦୁଃଖ କଷ୍ଟ ଦୂର ହେବା ସହ ଜାତକରେ ଚନ୍ଦ୍ରଙ୍କ ସ୍ଥିତି ମଜଭୁତ ହୋଇଥାଏ । ଶାସ୍ତ୍ର ଅନୁଯାୟୀ, ସମସ୍ତ ଦେବତାମାନଙ୍କ ମଧ୍ୟରେ ଭଗବାନ ଶିବ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି, ଏହି କାରଣରୁ ତାଙ୍କୁ ଭୋଳାନାଥ ବୋଲି କୁହାଯାଇଥାଏ।

ସୋମବାର ଭୋଳା ଶଙ୍କରଙ୍କୁ ପୂଜା କରିବା ସହ କିଛି ବିଶେଷ ଉପାୟ କରିବା ଦ୍ବାରା ତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ସେହିପରି ଏପରି କିଛି କାମ ରହିଛି ଯାହା ସୋମବାର ଦିନ କରିବା ଆଦୌ ଉଚିତ୍ ନୁହେଁ ।  ତେବେ ଆସନ୍ତୁ ଜାଣିବା ସେହି ବିଷୟରେ…

*ସୋମବାର ଦିନ କମ୍ ପରିମାଣର ଚିନି ବ୍ୟବହାର କରନ୍ତୁ। ଏହି ଦିନ କାହାକୁ ଧଳା ବସ୍ତ୍ର କିମ୍ବା କ୍ଷୀର ଦାନ କରନ୍ତୁ ନାହିଁ ।

*ଏହି ଦିନ ଉତ୍ତର, ପୂର୍ବ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ଯାତ୍ରା କରିବା ଅଶୁଭ ବୋଲି ବିବେଚନା କରାଯାଏ । ଯଦି କିଛି ଜରୁରୀ କାମ ପାଇଁ ଭ୍ରମଣ କରିବାକୁ ପଡୁଛି ତାହାଲେ, ପ୍ରଥମେ ବିପରୀତ ଦିଗକୁ କିଛି ପାଦ ଚାଲିବା ପରେ ଏହି ସବୁ ଦିଗକୁ ଯାତ୍ରା କରିପାରିବେ ।

* ଏହି ଦିନ କୂଳ ଦେବତାଙ୍କୁ ନିଶ୍ଚିତ ଭାବେ ପୂଜାର୍ଚ୍ଚନା କରନ୍ତୁ, ସୋମବାର କୂଳ ଦେବୀ ବା ଦେବତାଙ୍କୁ ପୂଜା ନକରିବା ଅତ୍ୟନ୍ତ ଅଶୁଭ ହୋଇଥାଏ, ଫଳରେ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

*ସୋମବାର ଦିନ ରାହୁ କାଳରେ ଯାତ୍ରା କରିବା ଠାରୁ ଦୂରେଇ ରୁହନ୍ତୁ। ଏହି ସମୟ ମଧ୍ୟରେ କୌଣସି ପ୍ରକାରର ଆଧ୍ୟାତ୍ମିକ ଓ ଶୁଭ କାର୍ଯ୍ୟ କରନ୍ତୁ ନାହିଁ । ସୋମବାର ଦିନ ଶନି ଦେବଙ୍କ ସହ ଜଡିତ ଖାଦ୍ୟ ଓ ପୋଷାକ ପିନ୍ଧିବା ଉଚିତ୍।

*ଏହି ଦିନ କଦଳୀ, ସୋରିଷ ଶାଗ, କଳା ତେଲ ଓ କଞ୍ଚା ଫଳ ଖାଆନ୍ତୁ ନାହିଁ । ଏହା ବ୍ୟତୀତ କଳା, ନୀଳ, ବାଦାମୀ ଓ ବାଇଗଣୀ ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ ।

*ଏହି ଦିନ ଭଗବାନ ଶିବଙ୍କୁ ହଳଦିଆ ମିଠା ଓ କଳା ରଙ୍ଗର ଫୁଲ ଅର୍ପଣ କରନ୍ତୁ ନାହିଁ । ଏପରି କରିବା ଅଶୁଭ ମନାଯାଇଥାଏ ।

*ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ଚନ୍ଦ୍ର ଦୋଷ ରହିଛି ତେବେ ସେ ଏହି ଦିନ କ୍ଷୀର ଦାନ କରିବା ଉଚିତ୍ ନୁହେଁ ।

Related Articles

Leave a Reply

Your email address will not be published. Required fields are marked *

Back to top button