ବିଚାର

ବେଙ୍ଗ ଷ୍ଟେମ୍ କୋଷରୁ ସୃଷ୍ଟି ହୋଇଥିବା ବିଶ୍ୱର ପ୍ରଥମ ଜୀବନ୍ତ ରୋବଟ୍, କ୍ୟାନ୍ସର କୋଷିକା ଗୁଡିକୁ କରିବ ଶେଷ!

ବୈଜ୍ଞାନିକମାନେ ବେଙ୍ଗ ଷ୍ଟେମ୍ ସେଲ ଦ୍ଵାରା ଦୁନିଆର ପ୍ରଥମ ଜୀବିତ ଏବଂ ସେଲ୍ଫ ହିଲିଙ୍ଗ ରୋବଟ ତିଆରି କରିଛନ୍ତି, ଏହି ରୋବଟକୁ ତିଆରି କରିବା ପାଇଁ ଆଫ୍ରିକାରେ ମିଳୁଥିବା ଷ୍ଟେମ୍ ସେଲକୁ ପ୍ରୟୋଗ କରା ଯାଇଛି । ଏହା କ୍ୟାନ୍ସର କୋଷିକା କୁ ନଷ୍ଟ କରିବାରେ ବହୁତ ବଡ ସାହାଯ୍ୟ କରିପାରେ । ଦୁନିଆରେ ବୈଜ୍ଞାନିକ ବହୁତ ବହୁତ ଆଗକୁ ବଢି ଯାଇଛନ୍ତି କିନ୍ତୁ ଏବେ ବି ବହୁତ ଜିନିଷ ଅଛି ଯାହାର ଉତର ମଣିଷ ଜାଣି ନାହିଁ । ଭେର୍ମୋନ୍ଟ ୟୁନିଭର୍ସିଟି ଓ ଟଫ୍ଟସ ୟୁନିଭର୍ସିଟି ମିଶି ଏହି ରୋବଟ ତିଆରି କରିଛନ୍ତି, ୟୁନିଭର୍ସିଟି ଅନୁଯାଇ ଏହା ପୂର୍ଣ ରୂପରେ ଗୋଟେ ନୂଆ ଜୀବନ ଅଟେ ।

ଏହି ରିସର୍ଚ ନାମ ଜେନୋବୋଟ୍ସ ରଖା ଯାଇଛି, ଆକାରରେ ଏହି ରୋବଟ ଗୋଟେ ମିଲି ମିଟର ଠାରୁ ବି କମ ଅଟେ, ବୈଜ୍ଞାନିକ କହିବା ଅନୁଯାଇ ଏହି ରୋବଟ ମଣିଷ ଶରୀର ଭିତରେ ଆରାମରେ ଚାଲି ପାରିବ ଏବଂ ପହଁରୀ ପାରିବ ଏହା ମଧ୍ୟ କୁହା ଯାଇଛି, ଏହାକୁ ଗୋଟେ ପ୍ରକାରରେ ଜୀବିତ ମେଶିନ କୁହାଯାଏ, ଏହାକୁ କୌଣସିବି ମଣିଷର ଚିକିତ୍ସା ପାଇଁ ବ୍ୟବହାର କରା ଯାଇ ପାରିବ ।

ଏହା ଚିକିତ୍ସା ପାଇଁ ବହୁତ ସାହାଯ୍ୟ କାରୀ ଅଟେ, ରିସର୍ଚ ଅନୁଯାଇ ଏହା ଗୋଟେ ବାଇଲୋଜିକାଲ ମେଶିନ ଅଟେ । ଜେନୋବୋଟ୍ସ ପରମ୍ପରା ରୋବଟ ଭଳି ନାହିଁ, ଏହା ପାଖରେ ନା ଗିଅର ଅଛି ନା ଆର୍ମ୍ସ ଅଟେ । କ୍ୟାନ୍ସର କୋଷିକା ନଷ୍ଟ କରିବା ପାଇଁ ବା ସମୁଦ୍ର ରେ ମାଈକ୍ରୋପ୍ଲାଷ୍ଟିକ୍ସ ହଟେଇଥାଏ ଏହି ରୋବଟ ଏହି ଭଳି କାମରେ ପ୍ରୟୋଗ କରା ଯାଇ ପାରିବ । ଜେନୋବୋଟ୍ସ ମଣିଷ ଶରୀର ଭିତରେ ଔଷଧ ନେଇ ଯାଇ ପାରିବ, ତେବେ ବୈଜ୍ଞାନିକମାନଙ୍କ କହିବା ଅନୁଯାଇ ଏହା ଧମନୀରେ ମଧ୍ୟ ସହଜ ଭାବରେ ବୁଲି ପାରିବ ।

ଜେନୋବୋଟ୍ସ ନିଜ ଉପଚାର ନିଜେ କରି ପାରିବ ଯେତେବେଳେ ବୈଜ୍ଞାନିକ ଏହାକୁ ଖଣ୍ଡ କରିଦେଲେ ସେତେବେଳେ ଏହା ନିଜ ଉପଚାର କରି ଆଉଥର ଚାଲିବା ଆରମ୍ଭ କଲା । ତେବେ ଆଶା କରୁଛୁ ଏହା କ୍ୟାନ୍ସର କୋଷିକାକୁ ନଷ୍ଟ କରିବାରେ ସାହାଯ୍ୟ କରି ପାରିବ । ଯଦି ଏହା ଆହୁଏ ତେବେ ଏହା କୌଣସି ଚମତ୍କାରଠୁ କମ ହେବନି । ଆଜିକାଲି ବିଭିନ୍ନ ପ୍ରକାର ରୋଗ ବାହାରୁଛି ଯାହାର ଚିକତ୍ସା କରିବା ବହୁତ କଷ୍ଟ ସାଧ୍ୟ ହୋଇ ପଡୁଛି । ତେବ ଏଜାଡି ଏହି ସମୟରେ ଏମିତି ଏକ ଜିନିଷ ବାହାରେ ତେବେ ବହୁତ ଲୋକ ଏହାର ଫାଇଦା ପାଇ ପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button