ଦେଶ ବିଦେଶ

ପାଉଁରୁଟି ଓ ମହୁକୁ ନେଇ ଭିଡିଓ ସେୟାର କଲେ ମହାକାଶଚାରୀ – Utkal Mail


ନୂଆଦିଲ୍ଲୀ: ୟୁଏଇର ମହାକାଶଚାରୀ ସୁଲତାନ ଅଲ ନେୟାଦି ମହାକାଶରୁ ଏକ ଭିଡିଓ ସେୟାର କରିଛନ୍ତି।  ଯିଏକି ଛଅମାସ ପାଇଁ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ଅଛନ୍ତି। ଆଗାମୀ ସପ୍ତାହରେ ସେ ପୃଥିବୀରେ ଓହ୍ଲାଇବେ।

ସେ ସୋସିଆଲ ମିଡିଆ ସାଇଟ ଟୁଇଟରରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ମହାକାଶରେ କେମିତି ଖାଦ୍ୟ ଖିଆଯାଏ ତାହାକୁ ଦେଖାଇଛନ୍ତି। ମହାକାଶଚାରୀ ସୁଲତାନ ଅଲ ନେୟାଦି ଭିଡିଓ ସେୟାର କରି ଲେଖିଛନ୍ତି, ‘ଆପଣ ମହାକାଶରେ ମହୁ ବିଷୟରେ କ’ଣ ଚିନ୍ତା କରନ୍ତି? ମୋ ପାଖରେ କିଛି ମହୁ ଅଛି। ଯାହାକୁ ମୁଁ ସମୟ ସମୟରେ ଖାଇଥାଏ। ମହୁ ମହାକାଶଚାରୀଙ୍କ ସ୍ବାସ୍ଥ୍ୟ ପାଇଁ ରାମବାଣ ସଦୃଶ୍ୟ ହୋଇଥାଏ।’

 

ଭିଡିଓରେ ଦେଖିବାକୁ ମିଳୁଛି, ପାଉଁରୁଟି ପବନରେ ଝୁଲୁଛି। ଯେତେବେଳେ  ମହାକାଶଚାରୀ ସୁଲତାନ ଅଲ ନେୟାଦି ତା’ ଉପରେ ମହୁ ପକାଉଛନ୍ତି ତାହା ଉପରକୁ ଉଠି ଯାଉଛି। କିନ୍ତୁ ପୃଥିବୀରେ ଏହାର ଓଲଟା ଦେଖିବାକୁ ମିଳିଥାଏ। ତେବେ ଯେତେବେଳେ ପାଉଁରୁଟିରେ ମହୁ ଲାଗି ଯାଉଛି। ମହୁମିଶା ପାଉଁରୁଟି ପବନରେ ଉଡ଼ି ଯାଉଛି। ଏହାପରେ ନେୟାଦି ପାଉଁରୁଟିକୁ ଭାଙ୍ଗି ତାକୁ ଖାଉଛନ୍ତି।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button