ଓଡିଶା
କଲରାପତରିଆ ବାଘ ଛାଲ ଜବତ, ୩ ଗିରଫ
ମାଲକାନଗିରି – ମାଲକାନଗିରି ବନ ବିଭାଗ କର୍ମଚାରୀମାନେ ଏକ କଲରାପତରିଆ ବାଘ ଛାଲ ଜବତ କରିଛନ୍ତି। ଏହି ବାଘ ଛାଲ ମୋଟୁ ରେଞ୍ଜ ଅନ୍ତର୍ଗତ ପୋଟେରୁ କେନାଲ ରାସ୍ତାରୁ ଜବତ ହୋଇଥିବା ସୂଚନା ରହିଛି। ବନ କର୍ମଚାରୀମାନେ ବାଘ ଛାଲ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛନ୍ତି। ଗୋଟିଏ ମୋଟର ସାଇକେଲ୍ ବି ଜବତ କରାଯାଇଛି। ଗିରଫ ସମସ୍ତ ଅଭିଯୁକ୍ତ ମୋଟୁ ଥାନାର ମାଂଗିପାଲି ଗାଁର ବୋଲି ଜଣାପଡ଼ିଛି।


