ଦେଶ ବିଦେଶ

“ଖେଳପଡ଼ିଆରୁ କ୍ୟାବିନେଟ” ଆସନ୍ତୁ ଜାଣିବା ଖେଳାଳିରୁ ମନ୍ତ୍ରୀ ହୋଇଥିବା କିଛି ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ପ୍ରେରଣାଦାୟୀ ଯାତ୍ରା

“ଖେଳପଡ଼ିଆରୁ କ୍ୟାବିନେଟ” । ଦେଶର ଏମିତି କିଛି ପ୍ରସିଦ୍ଧ ବ୍ୟକ୍ତିତ୍ୱ, ଯେଉଁମାନେ ଖେଳପଡ଼ିଆରୁ ସଂସଦ ପର୍ଯ୍ୟନ୍ତ ଉଭୟ କ୍ଷେତ୍ରରେ ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି । ଖେଳ ପଡିଆରେ “ସେମାନେ ଥିଲେ ହିରୋ, ଦେଶ ପାଇଁ ମେଡାଲ ଆଣିଥିଲେ, ଦେଶକୁ ଅନ୍ତର୍ଜାତୀୟ ସ୍ତରରେ ଗର୍ବିତ କରାଇଥିଲେ। କିନ୍ତୁ ତା’ପରେ ସେମାନେ ବାଛିଲେ ନୂଆ ମଞ୍ଚ ‘ରାଜନୀତି’। ଯେମିତି କ୍ରିକେଟ, ହକି, ସୁଟିଙ୍ଗ ବା ଅନ୍ୟ ଖେଳ ମଞ୍ଚରେ ଭାରତର ପତାକାକୁ ହାତରେ ଧରି ଦେଶର ପ୍ରତିନିଧିତ୍ବ କରୁଥିଲେ, ପରେ ସେମାନେ ଜନତାର ପ୍ରତିନିଧି ସାଜି ରାଜ୍ୟ ଓ କେନ୍ଦ୍ରର ମନ୍ତ୍ରୀ ପଦ ପର୍ଯ୍ୟନ୍ତ ପହଞ୍ଚିଲେ। ଆଜିର ଏହି ବିଶେଷ ଉପସ୍ଥାପନାରେ , ଆସନ୍ତୁ ଦେଖିବା ଖେଳାଳିରୁ ମନ୍ତ୍ରୀ ହୋଇଥିବା କିଛି ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ପ୍ରେରଣାଦାୟୀ ଯାତ୍ରା।”

ମହମ୍ମଦ ଆଝରୁଦ୍ଦିନ… ଭାରତୀୟ କ୍ରିକେଟ୍ ଇତିହାସର ଏକ ସୁପର ଷ୍ଟାଇଲିସ୍ ବ୍ୟାଟ୍ସମ୍ୟାନ। ସିଲ୍କ ଗତି। ସିଲ୍କ ଟାଇମିଂ। ମାଷ୍ଟର ଷ୍ଟ୍ରୋକ କଭର ଡ୍ରାଇଭ । ୧୯୮୪ରେ ଟେଷ୍ଟ ଡେବ୍ୟୁ ଇଡେନ ଗାର୍ଡେନ୍ସ, କଲକତାରେ। ପଦାର୍ପଣ ମ୍ୟାଚରେ ଶତକ ଅର୍ଜନ କଲେ ଆଝରୁଦ୍ଦିନ । ଆଉ ଲଗାତାର ଭାବେ ୩ଟି ଟେଷ୍ଟ ମ୍ୟାଚରେ ତିନିଟି ଶତକ କରି କଲେ ହ୍ୟାଟ୍-ଟ୍ରିକ୍ ସେଞ୍ଚୁରୀ। କ୍ରିକେଟରେ ପଦାର୍ପଣରେ ହିଁ ବନିଗଲେ ଷ୍ଟାର ବ୍ୟାଟସ ମ୍ୟାନ। ଆଉ ତାପରେ ପଛକୁ ଫେରି ଚାହିଁ ନାହାନ୍ତି .. କ୍ରିକେଟ ମୈଦାନରେ ଏକ୍ସପ୍ରେସ ଭଳି ଦୌଡ଼ିଥିଲା ତାଙ୍କ କ୍ୟାରିଅର । ଖାଲି ସେତିକି ନୁହେଁ ଜଣେ ଚମତ୍କାର ଫିଲଡର ମଧ୍ୟ ଥିଲେ ଆଝାର । ସର୍ଟ ଫିଲଡ ପୋଜିସନରେ ଆଖି ପିଛୁଲାକେ କ୍ୟାଚ୍ ଧରି ନେଉଥିଲେ ।

୨୧୫ ଦିନିକିଆ । ୯୯ ଟେଷ୍ଟ । ୩ଟି ଦିନିକିଆ ବିଶ୍ବକପ୍ ରେ ଅଧିନାୟକତ୍ୱ । ସେ ଦୀର୍ଘ ଦିନ ଧରି ସାଜିଥିଲେ ଭାରତୀୟ କ୍ରିକେଟର ଜଣେ ନିରବ ରଣନୀତିକାର । କିନ୍ତୁ ହଠାତ ତାଙ୍କ କ୍ୟାରିଅର ସହ ଯୋଡି ହୋଇଥିଲା ଏକ ବିବାଦ । ମ୍ୟାଚ୍-ଫିକ୍ସିଂ ଅଭିଯୋଗ । ଆଉ ୨୦୦୦ ମସିହା ପରଠାରୁ ସେ ହେଲେ କ୍ରିକେଟରୁ ବାସନ୍ଦ । କିଛି ଦିନର ନିରବତା ପରେ ମଇଦାନ ବଦଳାଇଲେ ଆଝରୁଦ୍ଦିନ । ଖେଳ ପଡ଼ିଆରୁ ବାହାରି ପାଦ ଦେଲେ ରାଜନୀତିରେ । ୨୦୦୯ ମସିହାରେ ଜାତୀୟ କଂଗ୍ରେସ ଦଳରେ ଯୋଗ ଦେଲେ ସେ । ଆଉ ସେହି ବର୍ଷ ଉତ୍ତର ପ୍ରଦେଶର ‘ମୋରାଦାବାଦ’ରୁ Member of ପାର୍ଲିଆମେଣ୍ଟ ଭାବେ ବିଜୟ ଲାଭ କଲେ। ଏହାପରେ ଦଳ ଭିତରେ ତାଙ୍କୁ ମିଳିଥିଲା ନିର୍ଣ୍ଣୟାତ୍ମକ ଭୂମିକା ।

ଏହାପରେ ଏକ ଷ୍ଟାଇଲିସ୍ଟ ସ୍ପୋର୍ଟ୍ସ ଆଇକନରୁ ସେ ପାଲଟି ଗଲେ ରାଜନେତା । ଆଉ ଏବେ ସେ ତେଲେଙ୍ଗାନା ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେମାନଙ୍କ ଯାତ୍ରା ପ୍ରମାଣ କରେ — ଦେଶସେବା କେବଳ ଏକ ମଞ୍ଚରେ ସୀମିତ ନୁହେଁ। ଖେଳ ହେଉ କିମ୍ବା ରାଜନୀତି, ସବୁଥିରେ ମୁଖ୍ୟ ହେଉଛି ଦେଶ ପାଇଁ ସମର୍ପଣ ଭାବ। ଖେଳ ମାଟିରୁ ଯେମିତି ସେମାନେ ଭାରତ ପାଇଁ ଗୌରବ ଆଣିଥିଲେ,ଆଜି କିନ୍ତୁ ସେମାନେ ରାଜନୀତିରେ ଦେଶସେବାର ନୂଆ ମଡେଲ ହୋଇ ଛିଡା ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଲିମ୍ପିକ୍ ପଦକ ବିଜେତା ‘ରାଜ୍ୟବର୍ଦ୍ଧନ ସିଂହ ରାଠୋଡ଼’ ହେଉଛନ୍ତି ଅନ୍ୟତମ । ଭାରତୀୟ ଖେଳ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ନାମ । ଏକ ସୁଟର୍,ଏକ ସେନା ଅଧିକାରୀ ଓ ପରେ ଏକ ରାଜନେତା ।

‘ରାଜ୍ୟବର୍ଦ୍ଧନ ସିଂହ ରାଠୋଡ଼” । ଖେଳର ମଞ୍ଚରୁ ମନ୍ତ୍ରୀ ପଦ ପର୍ଯ୍ୟନ୍ତ ତାଙ୍କ ସଫଳତାର ଯାତ୍ରା… । ୨୦୦୪ – ଏଥେନ୍ସ ଅଲମ୍ପିକ୍ସରେ ରଚିଲା ଇତିହାସ । Double Trap Shooting re Silver Medal । ଏହା ଥିଲା Indian shooting ର ବିରଳ ମୁହୂର୍ତ୍ତ । ଭାରତ ପାଇଁ ପ୍ରଥମ ବ୍ୟକ୍ତିଗତ ଅଲମ୍ପିକ ରୌପ୍ୟ ପଦକ.. ଆଉ ସେହି ପଦକ ଥିଲା ଜଣେ ସେନା ଅଧିକାରୀଙ୍କ ହାତରେ । ‘ରାଜ୍ୟବର୍ଦ୍ଧନ ସିଂହ ରାଠୋଡ଼” ରାଜସ୍ଥାନର ମାଟିରେ ଜନ୍ମ ନେଇଥିବା ରାଜ୍ୟବର୍ଦ୍ଧନ ଉଭୟ ଇଣ୍ଡିଆନ ଆର୍ମି ଓ ସ୍ପୋର୍ଟସ—ଦୁଇଟି କ୍ଷେତ୍ରରେ ନିଜକୁ ପ୍ରମାଣିତ କରିଥିଲେ । ଏହାପରେ ତାଙ୍କୁ ମିଳିଥିଲା ପଦ୍ମଶ୍ରୀ ଆଉ ଅର୍ଜୁନ ଆୱାର୍ଡ ଭଳି ଅନେକ ସମ୍ମାନ। ଏହାପରେ ବଦଳିଥିଲା ତାଙ୍କ ଗତିପଥ । ୨୦୧୩ ରେ ସେ ଯୋଗଦେଇଥିଲେ ଭାରତୀୟ ଜନତା ପାର୍ଟିରେ, ଆଉ ୨୦୧୪ ରେ ସେ ରାଜସ୍ଥାନର ଜୟପୁର ଗ୍ରାମୀଣ ଲୋକସଭା ଆସନ ପାଇଁ ନିର୍ବାଚନ ଲଢ଼ି ଜିତିଥିଲେ ।

ତା’ପରେ ତାଙ୍କୁ ମିଳିଥିଲା Minister of State ଏବଂ ୨୦୧୭ରେ ସେ Union Cabinet Minister (Youth Affairs & Sports) ଭାବେ ଶପଥ ନେଲେ । ତାଙ୍କ କାର୍ଯ୍ୟକାଳ ସମୟରେ ଆୟୋଜିତ ହେଇଥିଲା “ଖେଲୋ ଇଣ୍ଡିଆ” । youth sports ecosystem ପାଇଁ ଏହାଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ । ଏକ ଅଲିମ୍ପିଆନରୁ ଏକ policy making leader ଭାବେ ସେ ପ୍ରମାଣିତ କରିଥିଲେ ନିଜକୁ । ସେ ଏମିତି ଏକ ନାମ ଯେଉଁଠାରେ କ୍ରିକେଟର ସିକ୍ସରସ, କମେଣ୍ଟାରୀ ବକ୍ସର ପଞ୍ଚଲାଇନ୍ସ ଓ ପଲିଟିକ୍ସର ଷ୍ଟ୍ରଙ୍ଗ ଓପିନିଆନସ,ଏହି ତିନିଟି ପ୍ରତିଭାର ମିଶ୍ରଣର ଅଧିକାରୀ ସେହି ପ୍ରସିଦ୍ଧ ଖେଳାଳି ଆଉ ରାଜନେତା ହେଲେ sixer.ସିଦ୍ଧୁ । କ୍ରିକେଟ ପିଚରୁ ବାହାରି ପବ୍ଲିକ ଲାଇଫ ଆଉ ତାପରେ ପଞ୍ଜାବ ରାଜନୀତିରେ ବନିଗଲେ ଏକ ଦିଗଜ ନାମ ।

ନବଜୋତ ସିଂ ସିଦ୍ଧୁ । Indian cricket team ର ଏକ aggressive opener । ୮୦ ଓ ୯୦ ଦଶକର ଦିନିକିଆ କ୍ରିକେଟରେ ତାଙ୍କର ଜଲୱା । କ୍ରିକେଟ ପଡ଼ିଆରେ ବିଶାଳକାୟ ସିକ୍ସ ତାଙ୍କୁ ଦେଲା “Sixer Sidhu” ନାମ । Retirement ପରେ commentary box,ଟିଭି ସୋ’ଜ ଆଉ ତାପରେ ରାଜନୀତିର ମୈଦାନ । ୨୦୦୪ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ସେ । ପଞ୍ଜାବର ଅମୃତସର ଲୋକସଭା ଆସନରୁ ନିର୍ବାଚନ ଜିତିଲେ । ୨୦୦୪-୨୦୧୪ ପର୍ଯ୍ୟନ୍ତ ସେ ଲୋକସଭା ସଦସ୍ୟ ରହିଥିଲେ । ୨୦୧୭ରେ ସିଦ୍ଧୁ ଭାରତୀୟ ଜନତା ପାର୍ଟି ଛାଡ଼ି କଂଗ୍ରେସରେ ଯୋଗ ଦେଲେ । ପୂର୍ବ ଅମୃତସରରୁ ବିଧାୟକ ଭାବେ ଜିତି ପଞ୍ଜାବ ସରକାରରେ ପର୍ଯ୍ୟଟନ ଓ ସଂସ୍କୃତି ବ୍ୟାପାର ମନ୍ତ୍ରୀ ଭାବେ ଶପଥ ନେଲେ ।

ଖେଳ ହିଁ ଆମକୁ ଶିଖାଏ ଅନୁଶାସନ, ସଂଗଠନ ଓ ସମର୍ପଣ ଭାବ । ଦେଖିବାକୁ ଗଲେ ଏହିସବୁ କଥା ସାଧାରଣ ଜୀବନ ଓ ରାଜନୀତିରେ ଦେଶସେବାର ନୂଆ ମାନକ କହିଲେ ଭୁଲ ହେବ ନାହିଁ । ଜଣେ ସୁସଙ୍ଗଠିତ ଆଉ ଦେଶ ପ୍ରତି ସମର୍ପିତ ଭାବନା ରଖୁଥିବା ଖେଳାଳି ଯେ ରାଜନୀତିରେ ସଫଳତାର ସିଢ଼ି ଚଢ଼ି ପାରିବ, ଏହା ନିଶ୍ଚିତ । ଏବେ ଏମିତି ଜଣେ ସ୍ପୋର୍ଟ୍ସ ପର୍ସନଙ୍କ କଥା କହିବି ଯିଏ, ୮୦/୯୦ ଦଶକର ଭାରତୀୟ କ୍ରିକେଟ ଦଳର ସବୁଠୁ ବିଶ୍ୱସନୀୟ ଓପନର ଭାବେ ଖ୍ୟାତି ଅର୍ଜନ କରିଥିଲେ ।

‘ଚେତନ ଚୌହାନ’ଙ୍କ ଯାତ୍ରା । “କ୍ରିକେଟ ପିଚରୁ ରାଜନୀତିର ପିଚ’ ଯାଏ ଥିଲା ‘ଚେତନ ଚୌହାନ’ଙ୍କ ଯାତ୍ରା । ଖୁବ କମ ଲୋକ ଅଛନ୍ତି ଯେଉଁମାନେ ନିଜର ପଟ୍ଟ ପରିବର୍ତ୍ତନ କରିମଧ୍ୟ ପୂର୍ବଭଳି ସଫଳ ହୋଇ ପାରିଛନ୍ତି, ସେଥି ମଧ୍ୟରୁ କ୍ରିକେଟର ଚେତନ ଚୌହାନ ହେଉଛନ୍ତି ଅନ୍ୟତମ । ଭାରତୀୟ କ୍ରିକେଟ ଟିମର ଜଣେ ‘କ୍ଲାସିକ୍ ଓପ୍ନର୍’ ଏବଂ ପରେ ଭାରତୀୟ ରାଜନୀତିର ଏକ ପରିଚିତ ମୁହଁ। ୧୩ ଜୁଲାଇ ୧୯୪୭, ଉତ୍ତର ପ୍ରଦେଶର ବରେଲୀରେ ଜନ୍ମ ଗ୍ରହଣ କରିଥିଲେ ସେ । ଯେହେତୁ ପିତା ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ, ତାଙ୍କ ଶୈଶବ ଶୃଙ୍ଖଳା ଓ ଦୃଢ଼ତାରେ କଟିଥିଲା।

‘କଲେଜ୍ ଜୀବନରୁ ହିଁ କ୍ରିକେଟ ପ୍ରତି ତାଙ୍କର ଆଗ୍ରହ ବଢିଥିଲା । ଏବଂ ୧୯୭୮ ମସିହାରେ ସେ ଭାରତୀୟ ଟେଷ୍ଟ କ୍ରିକେଟରେ ଡେବ୍ୟୁ କଲେ। ଭାରତୀୟ କ୍ରିକେଟ ଇତିହାସରେ ସୁନିଲ ଗାଭାସ୍କରଙ୍କ ସହିତ ଚେତନ ଚୌହାନଙ୍କ ଓପନିଂ ଯୋଡି ସେତେବେଳେ ଖୁବ ଚର୍ଚାରେ ଥିଲା । 12 ବର୍ଷର ଟେଷ୍ଟ କ୍ୟାରିଅର । 40 ଟେଷ୍ଟ, 2000+ ରନ୍ ଏବଂ ୨ଥର ଅର୍ଜୁନ ପୁରସ୍କାର ନାମାଙ୍କନ । ଖେଳରୁ ବିଦାୟ ନେବାପରେ ସେ କ୍ରିକେଟ୍ ଆଡମିନିଷ୍ଟ୍ରେସନ କାର୍ଯ୍ୟରେ ଯୋଗ ଦେଲେ । BCCI ଓ DDCA ଉଭୟରେ ସେ ପ୍ରମୁଖ ଭୂମିକା ନେଇଥିଲେ ।

୧୯୯୧ ରେ ସେ ଯୋଗ ଦେଲେ ଭାରତୀୟ ଜନତା ଦଳରେ । ଆଉ ସେହି ବର୍ଷ ଉତ୍ତର ପ୍ରଦେଶର ‘ଅମରୋହା’ ଲୋକସଭା ଆସନରୁ ସେ ବିଜୟୀ ହେଲେ ଓ ୧୯୯୮ରେ ଦ୍ଵିତୀୟ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହେଲେ । ୨୦୧୭ ରେ ଉତ୍ତରାଖଣ୍ଡ ର ‘Youth & Sports’ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ । ୨୦୨୦ ମସିହାରେ Covid–19 ସମୟରେ ସେ ଚିରବିଦାୟ ନେଲେ ।
କିନ୍ତୁ ତାଙ୍କ ନାମ ଖେଳ ଜଗତରେ ହେଉ କି ରାଜନୀତି ମଞ୍ଚରେ ଏକ ସରଳ, ଶୃଙ୍ଖଳିତ ଓ ମର୍ଯ୍ୟାଦାର ପ୍ରତୀକ ଭାବରେ ରହିଗଲା ।

ଖେଳାଳି ପର୍ଗତ ସିଂ । ଖେଳ ପଡ଼ିଆରୁ ବାହାରି ରାଜନୀତି ବା ଦେଶସେବାରେ ନିଜକୁ ଉତ୍ସର୍ଗ କରିଥିବା ଖେଳାଳିଙ୍କ ମଧ୍ୟରେ ଆଉ ଗୋଟିଏ ନା’ ହେଉଛି, ପଞ୍ଜାବ ପ୍ରଦେଶ ଜଳନ୍ଧରର ପ୍ରସିଦ୍ଧ ହକି ଖେଳାଳି ପର୍ଗତ ସିଂ । ଯିଏ ତାଙ୍କ ଖେଳ ପରବର୍ତ୍ତୀ ଜୀବନରେ ରାଜନୀତିରେ ଯୋଗ ଦେଇ ନିଜକୁ ପ୍ରମାଣିତ କରିଥିଲେ । ପଞ୍ଜାବର ଜଳାନ୍ଧର ଜିଲ୍ଲା …ହକି ପରମ୍ପରା ମାଟିରୁ ଆସିଥିବା ଜଣେ ଉଦୀୟମାନ ଯୁବକ…। ସେ ଥିଲେ ଭାରତୀୟ ହକି ଦୁନିଆର rock-solid defender…। ପର୍ଗତ ସିଂ। ୧୯୮୮, ୧୯୯୨, ୧୯୯୬ — ତିନି–ତିନୋଟି ଅଲିମ୍ପିକ କ୍ରୀଡ଼ାର ସେ ନେଇଥିଲେ ଭାରତୀୟ ହକି ଟିମର ନେତୃତ୍ୱ । ସେ ଥିଲେ Indian hockeyର fearless backline। Sydney, Seoul, Barcelona ରେ India jersey ପିନ୍ଧି ଫାଇଟିଂ spirit ଦେଖାଇ । ସେ ଦେଶବାସୀଙ୍କ ହୃଦୟ ଜିତିଥିଲେ ।

କିନ୍ତୁ କ୍ୟାରିୟରର ୨ୟ ଇଂନିଙ୍ଗସର ସେ ଖେଳ ନୁହେଁ…ରାଜନୀତିରେ ପାଦ ଦେଲେ । ପ୍ରଥମେ Bharat hockey team manager… ଏବଂ ପରେ ପଞ୍ଜାବର local governanceରେ ସେ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରିଥିଲେ । ୨୦୧୭ରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଲେ । ଆଉ ଜଳନ୍ଧର Cantt. ରୁ ବିଧାୟକ ଭାବେ ନିର୍ବାଚିତ ହେଲେ । ଏବଂ ୨୦୧୧ରେ ପଂଜାବର କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭବେ କାର୍ଯ୍ୟ କରିଥିଲେ । ଖେଳ ପଡ଼ିଆରୁ ଆସି ରାଜନୀତିରେ ଯୋଗଦେଇ କ୍ୟାବିନେଟ ମନ୍ତ୍ରୀ ଆଉ ରାଜ୍ୟ ମନ୍ତ୍ରୀ ହେବାର ତାଲିକାରେ ଅଛନ୍ତି ପଶ୍ଚିମବଙ୍ଗର ଆଉ ଜଣେ ଖେଳାଳି।

ମନୋଜ ତିୱାରୀ । କ୍ରିକେଟ ପିଚରୁ ବାହାରି ରାଜନୀତି ମୈଦାନରେ ନିଜକୁ ପ୍ରମାଣିତ କକରିସାରିଥିବା କ୍ରିକେଟର ହେଉଛନ୍ତି ମନୋଜ ତିୱାରୀ । ଗୋଟିଏ ସାଧାରଣ ପରିବାରରୁ ନିଜ ସ୍ୱପ୍ନକୁ ସାକାର କରିଥିଲେ। ଏଠାରୁ ଆରମ୍ଭ ହେଲା — ମନୋଜ ତିୱାରୀଙ୍କ ଯାତ୍ରା ଆରମ୍ଭ ହୋଇଥିଲା ପଶ୍ଚିମବଙ୍ଗ ରଣଜୀ କ୍ରିକେଟରୁ । ତାଙ୍କର ଲଗାତର ଭଲ ପ୍ରଦର୍ଶନ ବିଶେଷ କରି ଦଳ ବିପରେ ପଡ଼ିଥିବା ସମୟରେ ଚମତ୍କାର ମୁକାବିଲା ତାଙ୍କୁ ସ୍ବତନ୍ତ୍ର କରି ତୋଳିଥିଲା । ଖୁବ୍ ଶାନ୍ତ ମନରେ ପ୍ରତିପକ୍ଷ ଦଳର ମୁକାବିଲା କରିଥାନ୍ତି ମନୋଜ । ଆଉ ମ୍ୟାଚ୍ ଫିନିସର ଭାବେ ତାଙ୍କର ଖୁବ୍ ଖ୍ୟାତି ରହିଥିଲା । ଯାହାଫଳରେ ସେ ଜାତୀୟ ଦଳରେ ବି ସ୍ଥାନ ପାଇଲେ । ୨୦୦୮ରେ ପିନ୍ଧିଲେ Team Indiaର jersey। ଆଉ West Indies ବିରୁଦ୍ଧରେ ଶତକୀୟ ପଦାର୍ପଣ ।

ପରବର୍ତ୍ତୀ ସମୟରେ କ୍ରିକେଟରୁ କ୍ୟାବିନେଟ୍ । ଏହି ଯାତ୍ରା ମନୋଜ ତିୱାରୀଙ୍କ ପାଇଁ career change ନୁହେଁ…ଏହା ଥିଲା purpose change । ଜୀବନ ସବୁବେଳେ fair selection table ଦେଇ ଯାଏ ନାହିଁ। ତେଣୁ କ୍ରିକେଟରେ ତାଙ୍କ ପାଇଁ ସବୁ କିଛି ସହଜ ନଥିଲା । ଶେଷରେ ପଡିଆ ଛାଡି ଯୋଗଦେଲେ ରାଜନୀତିରେ । ୨୦୨୧ରେ ତୃଣମୂଳ କଂଗ୍ରେସରୁ ନିର୍ବାଚନ ଲଢ଼ିଲେ ଆଉ ପଶ୍ଚିମବଙ୍ଗ ଶିବପୁତ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହେଲେ । ଆଉ ତା’ପରେ ସେ ହେଲେ ପଶ୍ଚିମବଙ୍ଗ ସରକାରରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ । ଏମିତି ଅନେକ କ୍ରୀଡ଼ା ମଇଦାନର ଦିଗଗଜ ବିଧାନସଭା ଅବା ସଂସଦରେ ନିଜର ଦକ୍ଷତା ଦେଖାଇଛନ୍ତି । ଏବେ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ ରାଜନୀତି ମଇଦାନରେ କିଭଳି ରିଷ୍ଟି ସଟ୍ କାରୁଛନ୍ତି ଦେଖିବାକୁ ବାକି ରହିଲା ।…

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button