ଜୀବନଶୈଳୀ

ଆକାଶରୁ ଖସିଲା ମୃତ୍ୟୁ, ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ଗଲା ୧୩ ଜୀବନ

ଭୁବନେଶ୍ୱର : ଆକାଶରୁ ଖସିଲା ମୃତ୍ୟୁ । ଗତକାଲି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ଗଲା ୧୩ ଜୀବନ । କୋରାପୁଟ ଜିଲ୍ଲାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ, ଢେଙ୍କାନାଳ ଓ ଯାଜପୁରରେ ୨ଜଣଙ୍କ ଲେଖାଏଁଙ୍କ ଜୀବନ ଯାଇଛି । ସେହିପରି ବାଲେଶ୍ବର, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି ।

ରାଉରକେଲାରେ ବଜ୍ରପାତରେ CRPF ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ସେମାନେ କମ୍ବିଂ ଅପରେସନରେ ଯାଉଥିବା ବେଳେ ବଜ୍ରପାତ ହୋଇଥିଲା । ସେହିପରି କୋରାପୁଟ ଜିଲ୍ଲାରେ ଧାନ ବିଲରେ ବଜ୍ରପାତକେ ଟଳିପଡ଼ିଲେ ୩ ଜଣ । ନଦୀରେ ମାଛ ଧରିବା ବେଳେ ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ହୋଇଛି । ଯାଜପୁରରେ ଘର ଆଗରେ ଠିଆ ହୋଇଥିବା ବେଳେ ୨ ନାବାଳକ ମୃତ୍ୟୁକୁ ନେଇ ଶୋକାକୁଳ ପରିବେଶ ।

ଗଞ୍ଜାମରେ କାଜୁତୋଟାରେ ମହିଳା ଓ ପଡ଼ିଆରେ ଜଣେ ଛାତ୍ର ବଜ୍ରପାଚରେ ଟଳି ପଡ଼ିଛନ୍ତି ।  ସେହିପରି ଗଜପତିରେ ଟ୍ରାକ୍ଟରରୁ ଇଟା ଓହ୍ଲାଉଥିବା ବେଳେ ଜଣେ ମହିଳା ଶ୍ରମିକଙ୍କ ଜୀବନ ଯାଇଛି । ନବରଙ୍ଗପୁରରେ ମକା ଶୁଖାଇବା ବେଳେ ବଜ୍ରପାତରେ ପୁତୁରାର ମୃତ୍ୟୁ ହୋଇଥିବା ବେଳେ ଦାଦା ଗୁରୁତର ଅଛନ୍ତି ।  ଢେଙ୍କାନାଳ ଓ ବାଲେଶ୍ବରରେ ୩ ଜଣଙ୍କ ଲେଖାଏ ଜୀବନ ନେଇଛି ବଜ୍ରପାତ ।

Related Articles

Leave a Reply

Your email address will not be published. Required fields are marked *

Back to top button