ESIC Recruitment 2023: ପୂରଣ ହେବ 1038 ପଦବୀ, ଦରମା 92 ହଜାର ଟଙ୍କା, ଏମିତି କରନ୍ତୁ ଆବେଦନ
କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ (ESIC) ଗ୍ରୁପ୍-C ପାରାମେଡିକାଲ୍ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଠାରୁ ଅନଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି । ଏହି ନିଯୁକ୍ତି ପାଇଁ ESIC ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି, ଯାହା ଏହି ମାସ ଶେଷ ପର୍ଯ୍ୟନ୍ତ ଚାଲିବ । ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ esic.gov.in ମାଧ୍ୟମରେ ESIC ନିଯୁକ୍ତି 2023 ପାଇଁ ଆବେଦନ କରିପାରିବେ । ପାରାମେଡିକାଲ୍ କର୍ମଚାରୀଙ୍କ ମୋଟ 1038 ଟି ପୋଷ୍ଟ ESIC ନିଯୁକ୍ତି 2023 ଅଭିଯାନ ମାଧ୍ୟମରେ ପୂରଣ ହେବ । ଏହି ନିଯୁକ୍ତି ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ, ଦିଲ୍ଲୀ ସମେତ ଅନେକ ଅଞ୍ଚଳରେ କରାଯିବ ।
ଗୁରୁତ୍ୱପୂର୍ଣ୍ଣ ତାରିଖ :-
ଅନଲାଇନ୍ ଆବେଦନ ଆରମ୍ଭ – 1 ଅକ୍ଟୋବର 2023
ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ – 30 ଅକ୍ଟୋବର 2023
ସଂଶୋଧନ ୱିଣ୍ଡୋ ବନ୍ଦ – 30 ଅକ୍ଟୋବର 2023
ଦେୟ ଦେବାର ଶେଷ ତାରିଖ – 30 ଅକ୍ଟୋବର 2023
ଆବେଦନ ମୁଦ୍ରଣ ପାଇଁ ଶେଷ ତାରିଖ – 14 ନଭେମ୍ବର 2023
ଅଞ୍ଚଳ ଅନୁଯାୟୀ ଖାଲି ପଦବୀ ବିବରଣୀ :-
ବିହାର – 64 ଟି ପୋଷ୍ଟ
ଚଣ୍ଡିଗଡ଼ ଏବଂ ପଞ୍ଜାବ – 29 ଟି ପୋଷ୍ଟ
ଛତିଶଗଡ – 23 ଟି ପୋଷ୍ଟ
ଦିଲ୍ଲୀ NCR – 275 ଟି ପୋଷ୍ଟ
ଗୁଜୁରାଟ – 72 ଟି ପୋଷ୍ଟ
ହିମାଚଳ ପ୍ରଦେଶ – 6 ଟି ପୋଷ୍ଟ
ଜାମ୍ମୁ କାଶ୍ମୀର – 9 ଟି ପୋଷ୍ଟ
ଝାଡଖଣ୍ଡ – 17 ଟି ପୋଷ୍ଟ
କର୍ଣ୍ଣାଟକ – 57 ଟି ପୋଷ୍ଟ
କେରଳ – 12 ଟି ପୋଷ୍ଟ
ମଧ୍ୟପ୍ରଦେଶ – 13 ଟି ପୋଷ୍ଟ
ମହାରାଷ୍ଟ୍ର – 71 ଟି ପୋଷ୍ଟ
ଉତ୍ତର ପୂର୍ବ – 13 ଟି ପୋଷ୍ଟ
ଓଡ଼ିଶା – 28 ଟି ପୋଷ୍ଟ
ରାଜସ୍ଥାନ – 125 ଟି ପୋଷ୍ଟ
ତାମିଲନାଡୁ – 56 ଟି ପୋଷ୍ଟ
ତେଲେଙ୍ଗାନା – 70 ଟି ପୋଷ୍ଟ
ଉତ୍ତରପ୍ରଦେଶ – 44 ଟି ପୋଷ୍ଟ
ଉତ୍ତରାଖଣ୍ଡ – 9 ଟି ପୋଷ୍ଟ
ପଶ୍ଚିମବଙ୍ଗ – 42 ଟି ପୋଷ୍ଟ
ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଠାରେ କ୍ଲିକ୍ କରି ଦେଖିପାରିବେ ।
ଅନଲାଇନ୍ ଆବେଦନ ପାଇଁ ଏଠାରେ କ୍ଲିକ କରନ୍ତୁ
ଆବେଦନ ଶୁଳ୍କ :-
ESIC ନିଯୁକ୍ତି 2023 ପାଇଁ ସାଧାରଣ ଏବଂ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ 850 ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ । ଯେଉଁଠାରେ ଏସସି, ଏସଟି, ଭିନ୍ନକ୍ଷମ ବର୍ଗ ଏବଂ ମହିଳା ବର୍ଗର ପ୍ରାର୍ଥୀଙ୍କୁ 250 ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ । ଅନ୍ଲାଇନ୍ ମୋଡ୍ରେ ଆବେଦନ ଶୁଳ୍କ ଦେବାକୁ ପଡିବ ।
ESIC ନିଯୁକ୍ତି 2023 ପାଇଁ କିପରି ଆବେଦନ କରିବେ :-
ସର୍ବପ୍ରଥମେ ପ୍ରାର୍ଥୀମାନେ ESIC ର ଅଫିସିଆଲ୍ ୱେବସାଇଟ୍ www.esic.gov.in କୁ ଯାଆନ୍ତୁ ।
ମୂଳପୃଷ୍ଠାରେ ଥିବା ନିଯୁକ୍ତି ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ ।
ଏହା ପରେ “Click here to Submit an Online Application for Recruitment to the Paramedical Posts in ESIC” ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।
ଏହା ପରେ, ଡକ୍ୟୁମେଣ୍ଟଗୁଡିକ ଅପଲୋଡ୍ କରନ୍ତୁ ଏବଂ ଆବେଦନ ଫର୍ମ ପୂରଣ କରନ୍ତୁ ।
ଶେଷରେ Submit କରିବା ପୂର୍ବରୁ ଏହାର ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ ।