ଦେଶ ବିଦେଶ

ଲଦାଖରେ ଟ୍ୟାଙ୍କ ଅଭ୍ୟାସ ବେଳେ ବଡ ଦୁର୍ଘଟଣା; ନଦୀ ପାରବେଳେ ଭାସିଗଲା ସେନା ଟ୍ୟାଙ୍କ, ୫ ଯବାନ ସହିଦ

ଲଦାଖ: ଲଦାଖରେ ଭାରତୀୟ ସେନାର ଟ୍ୟାଙ୍କ୍‌ ଅଭ୍ୟାସ ବେଳେ ଅଘଟଣ । ନଦୀରେ ଟ୍ୟାଙ୍କ ପାରି କରାଇବା ନେଇ ସୈନ୍ୟ ଅଭ୍ୟାସ ସମୟରେ ବଡ଼ ଦୁର୍ଘଟଣା ଘଟିଛି । ଦୌଲତବେଗ ଓଲ୍ଡି ଅଞ୍ଚଳରେ ସେନାର ଯବାନ ଟ୍ୟାଙ୍କ ଅଭ୍ୟାସ କରୁଥିବା ବେଳେ ନଦୀର ଜଳସ୍ତର ହଠାତ ବୃଦ୍ଧି ପାଇବାରୁ ବଢ଼ି ପାଣିରେ ଭାସିଗଲା ଟ୍ୟାଙ୍କର। ଫଳରେ ୫ ଜଣ ଯାବାନ ସହିଦ ହୋଇଥିବା ସୂଚନା ମିଳିଛି।

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଦୌଲତବେଗ ଓଲ୍ଡି ଅଞ୍ଚଳରେ ସେନାର ଯବାନ ଟ୍ୟାଙ୍କ ଅଭ୍ୟାସ କରୁଥିବା ବେଳେ ନଦୀରେ ଅଚାନକ ଜଳସ୍ତର ବଢ଼ିଥିଲା। ଜଳସ୍ତର ବଢିବା କାରଣରୁ ଟ୍ୟାଙ୍କ୍ ନଦୀରେ ଭାସି ଯାଇଛି। ଏହି ଦୁର୍ଘଟଣାରେ ସେନାର ୫ ଜଣ ଯବାନ ସହିଦ ହୋଇଥିବା କୁହାଯାଉଛି। ସହିଦ ଯବାନଙ୍କ ମଧ୍ୟରେ ଜଣେ ଜିସିଓ ଅଛନ୍ତି । କୁହାଯାଉଛି ଯେ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କଟି ହେଉଛି T-72। ଏହି ଟ୍ୟାଙ୍କଟି ଏକ ଟ୍ରେନିଂ ମିଶନରେ ଥିଲା, ଯେଉଁଥିରେ ଏକ ନଦୀ ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଏହି ଦୁର୍ଘଟଣା ଘଟିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button