ଧର୍ମ

ସକାଳୁ ଉଠି ସର୍ବ ପ୍ରଥମେ କଣ କରିବା ଦରକାର ! -Early Morning Motivation

ନମସ୍କାର, ଆଜି ଆମେ ଆପଣ ମାନଙ୍କୁ କହିବୁ ସକାଳୁ ଉଠିବା ପରେ ସର୍ବ ପ୍ରଥମେ କଣ କରିବା ଉଚିତ । କିଛି ଲୋକଙ୍କର ବହୁତ ଖରାପ ଅଭ୍ୟାସ ଅଛି ସେମାନେ ସକାଳୁ ଉଠି ଖାଲି ପେଟରେ ଚା ପିଇବାକୁ ଲାଗିଥାନ୍ତି । ଏବଂ ଆଉ କିଛି ଲୋକ ନିଦ ରୁ ଉଠି ନିଜ ମୋବାଇଲ ଫୋନ କୁ ଚେକ କରିବାରେ ଲାଗି ପଡ଼ନ୍ତି । ଖାଲି ପେଟରେ ଚା ପିଇଲେ ଆମ ପାଚନ କ୍ରିୟା ଖରାପ ହୋଇଯାଏ । ଏବଂ ଗ୍ୟାସ ର ଅସୁବିଧା ମଧ୍ୟ ଦେଖାଯାଏ । ଏବଂ ପୁରା ଦିନ ଆଳସ୍ୟ ଓ ଚିଡିଚିଡା ରେ ଭରି ଜାଏ ।

ଏହି ଅଭ୍ୟାସ ଦ୍ୱାରା ଆମ ଶରୀର ରେ ଅନେକ ପ୍ରକାର ଅସୁବିଧା ଦେଖା ଦେଇଥାଏ ଏବଂ ଏକ ସରଭେ ରୁ ଜଣା ଯାଇଛି କି ୧୦୦ ରୁ ୮୫ ପ୍ରତିଶତ ଲୋକ ସକାଳୁ ଉଠି ପନ୍ଦର ମିନିଟ ପରେ ନିଜ ମୋବାଇଲ ଫୋନ କୁ ଚଲାଇଥାନ୍ତି ।

ସକାଳୁ ଉଠି ମୋବାଇଲ ଫୋନ ବ୍ୟବହାର କରିବା ଦ୍ୱାରା ଆମ ର ପୁରା ଦିନ ବିରକ୍ତି ରେ ଚାଲିଯାଇଥାଏ । ତେଣୁ ଆମ ସକାଳ ର ଅଭ୍ୟାସ ଯେପରି ହେବ ଆମ ପୁରା ଦିନ ଓ ଶରୀର ସେଭଳି କାର୍ଯ୍ୟ କରିବ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଟିପ୍ସ ସମ୍ବନ୍ଧରେ କହିବୁ ଯାହାଦ୍ୱାରା ଆପଣ ଖୁସି ଭରା ଓ ସ୍ୱାସ୍ଥ୍ୟ କର ଜୀବନ ଅତିବାହିତ କରି ପାରିବେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ସର୍ବ ପ୍ରଥମେ ଆପଣ ଖାଲି ପେଟରେ ପାଣି ପିଇବା ର ଅଭ୍ୟାସ କରିବା ଉଚିତ । ସକାଳୁ ଉଠି ଖାଲି ପେଟ ରେ ପାଣି ପିଇଲେ ଆପଣଙ୍କ ର ପୁରା ଶରୀର ସତେଜ ହୋଇଯାଏ । ଏବଂ ପାଚନ କ୍ରିୟା ଠିକ ରୁହେ । ଆମେ ଦିନକୁ ୧୨ ଗ୍ଲାସ ପାଣି ପିଇବା ଉଚିତ । ସକାଳେ ଖାଲି ପେଟ ରେ ପାଣି ପିଇବା ଦ୍ୱାରା ଆମ କୁ ବହୁତ ପ୍ରକାରର ଫାଇଦା ମିଳିଥାଏ ।

୨. ଦ୍ୱିତୀୟ ରେ ଆମର ସକାଳ ର ଜଳଖିଆ ସାତ୍ଵିକ ଆହାର ନେବା ଉଚିତ । ଯେମିତିକି ଫଳ, କାଜୁ, ଜୁସ ଆଦି । ଏହାକୁ ସେବନ କଲେ ଆମ ଶରୀର ସୁସ୍ଥ ରୁହେ ଓ ମନ ମଧ୍ୟ ପ୍ରଫୁଲ୍ଲିତ ରହିଥାଏ ।

 

୩. ତୃତୀୟ ରେ ସକାଳୁ ଉଠି ବାହାରକୁ ଚାଲିବା ପାଇଁ ଯିବା ଅର୍ଥାତ ମର୍ନିଙ୍ଗ ୱାକ୍ ଆବଶ୍ୟକ ଏବଂ ଏହା ସହିତ ଯୋଗ ଓ ବ୍ୟାୟାମ କରିବା ମଧ୍ୟ ଆବଶ୍ୟକ ଅଟେ ଏହା ଦ୍ଵାରା ଆମ ଶରୀର ରୋଗ ମୁକ୍ତ ହୋଇପାରିବ ।

୪. ଚତୁର୍ଥ ରେ ବ୍ୟାୟାମ ପରେ ଆମକୁ ଭଲ ରେ ଗାଧେଇବା ଉଚିତ । ଏବଂ ଗାଧେଇବା ପରେ ଜଳଖିଆ କରିବା ଉଚିତ । ଏବଂ ସକାଳର ଖାଇବା ସ୍ୱାସ୍ଥ୍ୟ କର ଏବଂ ଭାରି ହେବା ଆବଶ୍ୟକ । କାରଣ ଏହା ଦ୍ଵାରା ଆମକୁ ପୁରା ଦିନ ର କାମ କରିବା ପାଇଁ ଶକ୍ତି ମିଳିଥାଏ ।

 

୫. ପଞ୍ଚମ ରେ ସକାଳ ର ଜଳଖିଆ ହୋଇ ସାରିବା ପରେ ଏବଂ ନିଜର କାମ ଆରମ୍ଭ କରିବା ପୂର୍ବରୁ କିଛି ସମୟ ଧ୍ୟାନ ଜରୁର କରନ୍ତୁ । ପାଞ୍ଚ ମିନିଟ ର ପ୍ରାର୍ଥନା ଆମ ଶରୀର ରେ ନୂଆ ଉର୍ଜା ନିର୍ମାଣ କରିଥାଏ । ଏହା ଛଡା ପନ୍ଦର ମିନିଟ ପର୍ଯ୍ୟନ୍ତ କୌଣସି ବହୁ ପଢିବା ଉଚିତ । ଏହାଦ୍ବାରା ଆମ ର ଜ୍ଞାନ ର ବୃଦ୍ଧି ହେବ ଏବଂ ଆମକୁ ଏବଂ ନିଜ ମନକୁ ଶାନ୍ତି ମଧ୍ୟ ମିଳିବ । ସକାଳୁ ଉଠି ଫୋନ ନ ଧରି ଏହି ପାଞ୍ଚ ଟି କାର୍ଯ୍ୟ କଲେ ଆମେ ଖୁସି ରହିପାରିବା ଏବଂ ଆମ ଶରୀର ମଧ୍ୟ ସତେଜ ଓ ସୁସ୍ଥ ରହିବ ଏବଂ ଆମ ପାଚନ କ୍ରିୟା ମଧ୍ୟ ଠିକ ରୁହେ ।

ତେବେ ଆପଣ ମାନେ ମଧ୍ୟ ଏହି ସବୁ ଉପାୟ ଗୁଡ଼ିକୁ ଅବଲମ୍ବନ କରନ୍ତୁ । ଏହାଦ୍ବାରା ଆପଣ ଏକ ସୁସ୍ଥକର ଜୀବନ ଅତିବାହିତ କରିବେ ଓ କୌଣସି ରୋଗ ଶୀଘ୍ର ଆପଣଙ୍କ ଶରୀରରେ ପ୍ରବେଶ କରି ପାରିବ ନାହିଁ ଏବଂ ଆପଣଙ୍କ ମନ ସର୍ବଦା ହସଖୁସି ଏବଂ ପ୍ରଫୁଲ୍ଲିତ ରେ ଭରା ହୋଇ ରହିବ ।

Related Articles

Leave a Reply

Your email address will not be published. Required fields are marked *

Back to top button