ସ୍ୱାସ୍ଥ୍ୟ

ସୁସ୍ଥ Kidney ପାଇଁ ଶରୀର କେତେ ପରିମାଣର ଜଳ ଆବଶ୍ୟକ କରେ ? ଦିନକୁ କେତେ ପାଣି ପିଇବା ଉଚିତ ? (Dr Manas Pradhan)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ସଜୀବଙ୍କ ପାଇଁ ଜଳର ନିହାତି ଭାବରେ ଆବଶ୍ୟକତା ରହିଛି । କାରଣ ଜଳ ହିଁ ଜୀବନ ହୋଇଥାଏ। ମନୁଷ୍ୟ ବଞ୍ଚିବା ପାଇଁ ପାଇଁ ଖାଦ୍ୟ ଯେପରି ଜରୁରୀ ହୋଇଥାଏ । ସେହିପରି ଜଳ ମଧ୍ୟ ନିତାନ୍ତ ଜରୁରୀ ହୋଇଥାଏ । ପ୍ରଚୁର ପାଣି ପିଇବା ଶରୀର ପାଇଁ ବହୁତ ହିଁ ଭଲ ହୋଇଥାଏ । କାରଣ ଆମ ଶରୀରର ଅଧିକାଂଶ ଆବଶ୍ୟକତା ପୂରଣ କରିବା ପାଇଁ ଜଳ ଦରକାର ହୋଇଥାଏ ।

ବହୁତ ଲୋକଙ୍କର ଜଳକୁ ନେଇ କିଛି ଭ୍ରାନ୍ତ ଧାରଣା ରହିଥାଏ । ଯେ ଅତ୍ୟଧିକ ପାଣି ଶରୀର ପାଇଁ ସେବନ କରିବା ଉଚିତ । ଏହା ସତ ବହୁତ ପାଣି ପିଇବା କିନ୍ତୁ ଏଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ ଯେ କେତେ ପରିମାଣର ପାଣି ପିଇବା । କାରଣ ସବୁ ଲୋକଙ୍କର ଶରୀରକୁ ସମାନ ପରିମାଣର ଜଳ ଆବଶ୍ୟକ ହୋଇନଥାଏ ।

ଯେପରି ଯେଉଁ ମାନେ ଅଧିକ ଶାରୀରିକ ପରିଶ୍ରମ କରୁଛନ୍ତି । ସେମାନଙ୍କ ଶରୀରରୁ ସେତେ ଅଧିକ ଝାଳ ବାହାରୁଛି । ସେମାନଙ୍କ କ୍ଷେତ୍ରରେ ତାଙ୍କ ଶରୀର ଜଳ ଅଧିକ ମାତ୍ରାରେ ଆବଶ୍ୟକ କରୁଛି । ସେମାନେ ଦିନକୁ ୩ ରୁ ୪ ଲିଟର ପାଣି ପିଇପାରିବେ । ଯେଉଁ ମାନେ ଘରେ କିମ୍ବା ଅଫିସରେ ବସି କାର୍ଯ୍ୟ କରୁଛନ୍ତି । ତାଙ୍କ ଦ୍ଵାରା କୌଣସି ପ୍ରକାର ଶାରୀରିକ କାର୍ଯ୍ୟ ଅଧିକ ହେଉନି ।

ତେବେ ସେମାନଙ୍କ ପାଇଁ ପାଣିର ପରିମାଣ ଶାରୀରିକ କାର୍ଯ୍ୟ କରୁଥିବା ଲୋକଙ୍କ ଠାରୁ କମ୍ ରହିବା ଉଚିତ । ଏମାନଙ୍କ କ୍ଷେତ୍ରରେ ୨ ରୁ ୩ ଲିଟର ପାଣି ପ୍ରତିଦିନ ପାଇଁ ଯଥେଷ୍ଟ ଅଟେ । ଖାଦ୍ୟ ଖାଇବାର ସଙ୍ଗେ ସଙ୍ଗେ ପାଣି ସେବନ ନକରି ଖାଇବାର ଅଧ ଘଣ୍ଟା ପରେ ପାଣି ପିଇବା ଉଚିତ । ବହୁତ ଲୋକ ଭାବନ୍ତି ଖାଦ୍ୟ ଖାଦ୍ୟକୁ ହଜମ କରିବା ପାଇଁ ପାଣି ପିଇବା ଉଚିତ ।

ସେପରି ନୁହେଁ ଖାଦ୍ୟକୁ ହଜମ କରିବା ପାଇଁ ପେଟରେ ଏସିଡ ରହିଥାଏ । ତେଣୁ ସଙ୍ଗେ ସଙ୍ଗେ ପାଣି ପିଇଲେ ଖାଦ୍ୟ ହଜମ ହେବାରେ ବ୍ୟାଘାତ ସୃଷ୍ଟି ହୋଇଥାଏ । ରାତି ଅଧରେ ଉଠି ବାରମ୍ବାର ପାଣି ପିଇବା ଉଚିତ ନୁହେଁ । ଯେତିକି ପରିମାଣର ପାଣି ଦରକାର ସେତିକି ପିଇବା ଉଚିତ । ପ୍ରତିଦିନ ଯେତିକି ଜଳ ଶରୀରର କାର୍ଯ୍ୟ କରିବା ପାଇଁ ଦରକାର ହୋଇଥାଏ ।

ଯଦି ପ୍ରତିଦିନ ସେହିପରି ପାଣିକୁ ସଠିକ ଢଙ୍ଗରେ ନିତ୍ୟ ସେବନ କରନ୍ତି । ତେବେ କିଡ୍ନୀ ସଂପୂର୍ଣ୍ଣ ଭାବରେ ସୁସ୍ଥ ରହିଥାଏ । କିଡ୍ନୀ ପାଇଁ ସେମିତି କିଛି ଗରମ ପାଣି କିମ୍ବା ପାଣିରେ ମିଶାଇ ସେବନ କରିବା ଦରକାର ହୋଇନଥାଏ । ସାଧାରଣ ପାଣି ଯଦି ଠିକ ଭାବରେ ପିଇବା । ତେବେ କିଡ୍ନୀ ସୁସ୍ଥ, ଶରୀର ସତେଜ ରହିବା ସହ ଶରୀରର ବହୁ ରୋଗ ବେମାରୀ ଦୂର ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button