ଦେଶ ବିଦେଶ

ଅମାନିଆ ପାକିସ୍ତାନ, ସୀମାରେ ଘନଘନ କରୁଛି ଅସ୍ତ୍ରବିରତି ଉଲ୍ଲଂଘନ

ନୂଆଦିଲ୍ଲୀ: ଅମାନିଆ ହେଉଛି ପାକିସ୍ତାନ, ସୀମାରେ କରୁଛି ଅସ୍ତ୍ରବିରତି ଉଲ୍ଲଂଘନ । ସୀମାରେ ସୀମା ଲଙ୍ଘୁଛି ପାକିସ୍ତାନ । ଏଲଓସିରେ ଆଜି ଜାରି ରହିଛି ଉତ୍ତେଜନା । ପୁଣି ଗୁଳି ମାରି ସୀମାକୁ ଅଶାନ୍ତ କରିଛି ପାକିସ୍ତାନ । ଭାରତ-ପାକିସ୍ତାନ ସୀମାରେ ଲଗାତାର ୧୨ ଦିନରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ ।

ଭାରତର ରାତି ଅଧିଆ ଆକ୍ରମଣ ଡରରେ ପାକିସ୍ତାନ ଗୁଳି ମାରୁଥିବା ବେଳେ ଗୁଳିବର୍ଷଣ ପାଇଁ ରାତି ଅନିଦ୍ରା ରହୁଛି ପଡ଼ୋଶୀ ପାକିସ୍ତାନ । ତେବେ ଗତ ରାତିରେ ପାକିସ୍ତାନ ପୋଷ୍ଟରୁ କୁପୱାଡା, ବାଲମୂଲା, ପୁଞ୍ଚ, ରଜୌରୀ, ନୌସେର, ସୁନ୍ଦରବନି ଏବଂ ଅଖନୁର ସେକ୍ଚରରେ ଗୁଳିମାଡ କରାଯାଇଛି ।

ଏପଟେ ପାକିସ୍ତାନ ସେନାର ଗୁଳିମାଡର ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ଯବାନ । ଯେବେଠାରୁ ପହଲଗାମ୍ ପ୍ରତିଶୋଧ ନେବା ଭାରତ ଆରମ୍ଭ କଲାଣି ସେବେଠାରୁ ଭୟରେ ବାଉଳି ହୋଇ ଘନଘନ ଗୁଳିମାଡ କରୁଛି ପାକିସ୍ତାନ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button