ମନୋରଞ୍ଜନ

ଅନ୍ତରୀକ୍ଷ ଯାତ୍ରା ଉପରେ ଫିଲ୍ମ କରିବେ ଖିଲାଡି ଷ୍ଟାର ଅକ୍ଷୟ କୁମାର

ଅନ୍ତରୀକ୍ଷ ଯାତ୍ରା ଉପରେ ଫିଲ୍ମ କରିବେ ଖିଲାଡି ଷ୍ଟାର ଅକ୍ଷୟ କୁମାର। ଫିଲ୍ମରେ ବିଦ୍ୟା ବାଲାନ ଓ ନିମ୍ରିତ କୌର ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। ପୂର୍ବରୁ ଆମୀର ଖାନ୍‌ ଓ ଶାହାରୁଖ ଅନ୍ତରୀକ୍ଷ ଯାତ୍ରା ଉପରେ ଫିଲ୍ମ କରିବେ ବୋଲି ଶୁଣିବାକୁ ମିଳୁଥିଲା। ମାତ୍ର କୌଣସି ପ୍ରୋଜେକ୍ଟ ଆଗକୁ ବଢିପାରିନଥିଲା।

akshayaଶେଷରେ ଖିଲାଡି ଷ୍ଟାର ଅନ୍ତରୀକ୍ଷ ଯାତ୍ରା ଉପରେ ଆଧାରିତ ଏକ ଫିଲ୍ମ କରିବେ ବୋଲି ଶୁଣିବାକୁ ମିଳୁଛି। ଏହି ପ୍ରୋଜେକ୍ଟ ପାଇଁ ଆର.ବାଲକି ଭାୟାକମ ୧୮ ସହ ହାତ ମିଶାଇଛନ୍ତି ।

ଏହା ସହ ପଢ଼ନ୍ତୁ : ନିଜ ଜନ୍ମଦିନରେ ଫ୍ୟାନ୍ ମାନଙ୍କୁ ଖାସ୍ ଉପହାର ଦେଲେ ଅକ୍ଷୟ କୁମାର

ଏହି ଫିଲ୍ମ ବଲିଉଡର ପ୍ରଥମ ସ୍ପେଶ ଫିଲ୍ମ ହେବ । ଫିଲ୍ମର କାହାଣୀ ମଙ୍ଗଳ ଗ୍ରହକୁ ଯାତ୍ରା କରିଥିବା କିଛି ଆଷ୍ଟ୍ରୋନଟସଙ୍କ ମିଶନ ଉପରେ ଆଧାରିତ।

Nimrat-Kaurଫିଲ୍ମକୁ ଜଗନ ଶକ୍ତି ନିର୍ଦ୍ଦେଶନା ଦେବେ। ଖୁବ ଶୀଘ୍ର ଫିଲ୍ମକୁ ନେଇ ଅଫିସିଆଲ ଆନାଉନ୍ସମେଣ୍ଟ କରିବେ ଫିଲ୍ମ ପ୍ରଯୋଜକ । ଶେଷ ଥର ପାଇଁ ଅକ୍ଷୟଙ୍କୁ ଗୋଲ୍ଡରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ଅକ୍ଷୟଙ୍କ ଅପୋଜିଟରେ ନଜର ଆସିଥିଲେ ଛୋଟ ପରଦାର ହିଟ୍‌ ଆକ୍ଟଟ୍ରେସ ମୌନି ରୟ । ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିଲା ଫିଲ୍ମ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button