ବିଚାର

ନିଜ ଭକ୍ତ ପାଇଁ କାଳିଆ ସାଆନ୍ତ କରିଥିଲେ ଚମତ୍କାର, ଖାଇଥିଲେ ଆମିଷ, ଜାଣନ୍ତୁ ଏହି ସତ୍ୟ ଘଟଣା ବିଷୟରେ

ହିନ୍ଦୁ ଧର୍ମରେ ମାଂସ ଆହାର କରିବା ମନା । ଆଉ ପ୍ରଭୁ ଜଗନ୍ନାଥ ତ ଶୁଦ୍ଧ ଶାକାହାରୀ ଅଟନ୍ତି କିନ୍ତୁ ଥରେ ଜଣେ ବୃଦ୍ଧ ମହିଳା ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ମନ୍ଦିରକୁ ଯାଇଥିଲେ । ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ଦେଖି ବୃଦ୍ଧ ମହିଳା ଜଣଙ୍କ ଆକର୍ଷିତ ହେଇଗଲେ। ବୃଦ୍ଧ ମହିଳା ଜଣଙ୍କ ନାମ ହେଉଛି କୁର୍ମା। କୁର୍ମା ମନେ ମନେ ଭାବିଲେ ସେ ତାଙ୍କ ନିଜ ହାତରେ ଜଗନ୍ନାଥଙ୍କୁ ଭଲ ଖାଇବା ବନେଇକି ଦେବେ ବୋଲି।

Mahila

କୁର୍ମା ମନ୍ଦିରରେ ଦେଖିଲେ ଯେ, ପ୍ରଭୁ ଜଗନ୍ନାଥଙ୍କ ପାଇଁ ୫୬ ପ୍ରକାରର ଭୋଗ ଲାଗୁଛି କିନ୍ତୁ ପ୍ରାୟତଃ ସବୁ ଖାଦ୍ୟ ବିନା ପିଆଜ ରସୁଣ ବନା ଯାଉଛି। କୁର୍ମା ଜଗନ୍ନାଥଙ୍କୁ ଦର୍ଶନ କରି ଘରକୁ ଫେରିଲେ। କୁର୍ମା ମାଂସାହାରି ଥିଲେ। ସେଥିପାଇଁ ସେ ଭାବିଲେ ଜଗନ୍ନାଥଙ୍କ ପାଇଁ ମସଲାଦିଆ ମାଛ ତରକାରୀ ବନେଇବା ପାଇଁ। ତା’ପର ଦିନ ସକାଳେ ମାଛ ତରକାରୀ ତିଆରି କରି ସାରି ମନ୍ଦିରକୁ ଗଲେ। ମନ୍ଦିରରେ ପହଞ୍ଚି କୁର୍ମା ଯେମିତି ବାଇଶି ପାହାଚ ଚଢିଲେ ସେତେବେଳେ ପୂଜାରୀ ମାନଙ୍କୁ ମାଛର ଗନ୍ଧ ଆସିଲା।

ପୂଜାରୀ ମାନେ ମାଛ ଗନ୍ଧ କୋଉଠୁ ଆସୁଛି ବୋଲି ଖୋଜି ଖୋଜି ଆସି କୁର୍ମାଙ୍କ ପାଖରେ ପହଞ୍ଚିଲେ। ପୂଜାରୀ ମାନେ କୁର୍ମାଙ୍କୁ ପଚାରିଥିଲେ ଯେ – “ତୁମ ହାତରେ କଣ ଅଛି। ଉତ୍ତରରେ କୁର୍ମା କହିଥିଲା- ପ୍ରଭୁ ଜଗନ୍ନାଥଙ୍କ ପାଇଁ ମାଛ ବନେଇକି ଆଣିଛି”। ଏହା ଶୁଣି ପୁଜାରୀ ମାନେ ରାଗି ଗଲେ ତାଙ୍କ ମଧ୍ୟରୁ ଜଣେ ପୁଜାରୀ ବୁଢ଼ୀ ହାତରୁ ମାଛକୁ ନେଇ ବାହାରେ ପକେଇ ଦେଲେ। ତା’ପରେ ପୂଜାରୀ ମାନେ ଦେଖିଥିଲେ ତାହା ପଣସ ଥିଲା ବୋଲି।

ପ୍ରଭୁ ଜଗନ୍ନାଥଙ୍କ ଚମତ୍କାରରେ ମାଛ ପଣସ ରେ ରୂପାନ୍ତରିତ ହେଇଗଲା। ପୂଜାରୀ ମାନେ ଜାଣିପାରିଲେ ସେଇ ବୃଦ୍ଧ ମହିଳା କୁର୍ମା ଙ୍କର ପ୍ରଭୁ ଜଗନ୍ନାଥଙ୍କ ପ୍ରତିଥିବା ଶ୍ରଦ୍ଧା ଆଜି ମାଛ କୁ ପଣସ ରେ ରୂପାନ୍ତରିତ କରିଦେଲା। ସେହିଦିନ ଠାରୁ କୁର୍ମା ପ୍ରଭୁ ଜଗନ୍ନାଥଙ୍କ ଭକ୍ତିରେ ପଡ଼ି ଆମିଷ ଖାଇବା ତ୍ୟାଗ କରିଦେଲେ। ଆଉ ସୁଦ୍ଧ ଶାକାହାରୀ ଭୋଜନ ଆହାର କଲେ। ସେହଦିନଠାରୁ କୁର୍ମା ସବୁଦିନ ପ୍ରଭୁ ଜଗନ୍ନାଥଙ୍କ ପାଇଁ ପାଚିଲା ପଣସ ଆଣି ଠାକୁରଙ୍କ ପାଖରେ ଭୋଗ ଲଗାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button