ଦେଶ ବିଦେଶ

ପାକିସ୍ତାନ ଆତ୍ମଘାତୀ ବିସ୍ଫୋରଣରେ ଭାରତର ହାତ ଥିବା ଅଭିଯୋଗ: ମୃତ୍ୟୁ ସଂଖ୍ୟା ୬୫ରେ ପହଞ୍ଚିଲା – Utkal Mail


ଇସଲାମାବାଦ: ପାକିସ୍ତାନରେ ଶୁକ୍ରବାର ଘଟିଥିବା ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୬୫ରେ ପହଞ୍ଚିଥିବା ବେଳେ ଏହି ଆକ୍ରମଣ ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥାର ହାତ ଥିବା ପାକିସ୍ତାନ ସରକାର ଶନିବାର ଅଭିଯୋଗ କରିଛନ୍ତି। ‌ବଲୁଚିସ୍ତାନର ମସ୍ତୁଙ୍ଗ ଜିଲ୍ଲାର ଏକ ମସଜିଦ ନିକଟରେ ଏହି ବିସ୍ଫୋରଣ ଘଟିଥିଲା। ରସୁଲ ମହମ୍ମଦଙ୍କ ଜନ୍ମଦିନ ଉପଲକ୍ଷେ ଲୋକମାନେ ଏକ ଶୋଭାଯାତ୍ରାରେ ବାହାରିବାକୁ ଏକାଠି ହୋଇଥିବା ବେଳେ ଏକ ପୁଲିସ ଗାଡ଼ି ନିକଟରେ ଏହି ବିସ୍ଫୋରଣ ଘଟିଥିଲା। ଏହାର କିଛି ଘଣ୍ଟା ପରେ ଖୈବର ପଖତୁନଖ୍ବାର ହଙ୍ଗୁ ସିଟିରେ ଥିବା ଏକ ମସଜିଦରେ ଆଉ ଏକ ବିସ୍ଫେରଣ ଘଟିଥିଲା, ଯେଉଁଥିରେ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା।

ପାକିସ୍ତାନର ଗୃହମନ୍ତ୍ରୀ ସର୍ଫରାଜ ବୁଗତି ବଲୁଚିସ୍ତାନର ରାଜଧାନୀ କ୍ବେଟାରେ ଦାବି କରିଛନ୍ତି ଯେ, ଏହି ଆତ୍ମଘାତୀ ଆକ୍ରମଣ ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥା ‘ର’ (ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ)ର ହାତ ଅଛି। ଆତ୍ମଘାତୀ ଆକ୍ରମଣକାରୀର ଡିଏନ୍‌ଏ ପରୀକ୍ଷା ପାଇଁ ଦିଆଯିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆଦେଶ ଦିଆଯାଇଛି ବୋଲି ସେ କହିଛନ୍ତି। ଇତିମଧ୍ୟରେ ବଲୁଚିସ୍ତାନ ସରକାର ମୃତକଙ୍କ ପାଇଁ ତିନିଦିନିଆ ଶୋକ ପାଳନ କରିବାକୁ ଘୋଷଣା କରିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button