ସେପ୍ଟେମ୍ବର ୧ରେ ଲଞ୍ଚ୍ ହେବ ବୁଲେଟ୍ ୩୫୦ର ନୂଆ ମଡେଲ – Utkal Mail
ନୂଆଦିଲ୍ଲୀ: ବୁଲେଟ୍ ୩୫୦ ହେଉଛି ରୟାଲ ଏନଫିଲଡର ସବୁଠାରୁ ଲୋକପ୍ରିୟ ଓ ଐତିହାସିକ ବାଇକ୍ । ରୟାଲ ଏନଫିଲ୍ଡ ବୁଲେଟ ମଡେଲକୁ ଏତେ ଭଲ ପାଇବା ମିଳିଥିଲା ଯେ ଅନେକ ଲୋକ ରୟାଲ ଏନଫିଲ୍ଡ କମ୍ପାନିର ଅନ୍ୟ ବାଇକଗୁଡ଼ିକୁ ମଧ୍ୟ ବୁଲେଟ ବୋଲି ଡାକିଥାନ୍ତି । ରୟାଲ ଏନଫିଲ୍ଡ ବୁଲେଟ ପ୍ରାୟ ୯୦ ବର୍ଷ ପୁରୁଣା ଏବଂ ନଭେମ୍ବର ୧୯୩୨ରେ ଲଣ୍ଡନର ଅଲିମ୍ପିଆ ମୋଟରସାଇକେଲ ଶୋ’ରେ ପ୍ରଥମେ ପ୍ରଦର୍ଶିତ ହୋଇଥିଲା । ସେବେଠାରୁ ରୟାଲ ଏନଫିଲ୍ଡ ‘ବୁଲେଟ ୩୫୦’ ବର୍ଷ ବର୍ଷ ଧରି ଅନେକ ଡିଜାଇନ ପରିବର୍ତ୍ତନ ଦେଇ ଗତି କରିଛି । କିନ୍ତୁ ଏହା ନିଜର ଲୋକପ୍ରିୟତା ଏପର୍ଯ୍ୟନ୍ତ ଅତୁଟ ରଖିଛି ।
ଏବେ ଆମେ ଖୁବଶୀଘ୍ର ରୟାଲ ଏନଫିଲ୍ଡ ୩୫୦ର ଆଉ ଏକ ଜେନେରେସନ ଦେଖିବାକୁ ପାଇପାରିବା । ରୟାଲ ଏନଫିଲ୍ଡ ଘୋଷଣା କରିଛି ଯେ ନୂଆ ପିଢ଼ିର ବୁଲେଟ୍ ୩୫୦ ସେପ୍ଟେମ୍ବର ୧ ରେ ଲଞ୍ଚ ହେବ । ୨୦୨୩ ରୟାଲ ଏନଫିଲ୍ଡ ବୁଲେଟ ୩୫୦ କମ୍ପାନୀର ଜେ-ପ୍ଲାଟଫର୍ମ ଉପରେ ଆଧାରିତ ହେବ ଯାହା ରୟାଲ ଏନଫିଲ୍ଡ ମେଟିଓର ୩୫୦ ଏବଂ ରୟାଲ ଏନଫିଲ୍ଡ କ୍ଲାସିକ ୩୫୦ ଦ୍ୱାରା ମଧ୍ୟ ବ୍ୟବହୃତ ହୋଇଥାଏ । ଏହି ବାଇକଟି ଏକ ୩୪୯ ସିସି ଏସଓଏଚସି ଜେ -ସିରିଜ ଇଂଜିନ ଦ୍ବାରା ପରିଚାଳିତ ହୋଇଥାଏ । ନୂଆ ପୀଢିର ଏହି ବୁଲେଟ୍ କେତେକ ନୂଆ ଫିଚର ସହ ଆସିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଏହାର ମୂଲ୍ୟ ୧ ଲକ୍ଷ ୭୦ ହଜାର ଟଙ୍କାରୁ ଆରମ୍ଭ ହେବ ।