ବିଚାର

ଉଠି ପାରୁନି ଅସୁସ୍ଥ ମାଖନା ହାତୀ, ଗତିବିଧି ଉପରେ ନଜର ରଖିଛି ବନବିଭାଗ

ବାଂଶପାଳ : ଅସୁସ୍ଥ ହାତୀକୁ ତଳୁ ଉଠାଇବାକୁ JCB ଦ୍ୱାରା ବନ ବିଭାଗର ଉଦ୍ୟମ । ଉଠି ପାରୁନି ଅସୁସ୍ଥ ମାଖନା ହାତୀ । ବିଗିଡ଼ିବାରେ ଲାଗିଛି ଅସୁସ୍ଥ ମାଖନା ହାତୀର ସ୍ବାସ୍ଥ୍ୟ । ହାତୀ କିଛି ଖାଉ ନଥିବା ବେଳେ, ତଳୁ ଉଠି ପାରୁ ନଥିବା କାରଣରୁ JCB ଲଗାଇ ହାତୀ ଉଠାଇବାକୁ ତେଲକୋଇ ବନ ବିଭାଗ ଉଦ୍ୟମ ଜାରି ରଖିଛି ।

କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ଗତ ୩ ମାସ ହେବ, ଦନ୍ତା ହାତୀଙ୍କ ଆକ୍ରମଣରେ ଏହି ମାଖନା ହାତୀ ଗୁରୁତର ଆହତ ହୋଇଥିଲା । ବନ ବିଭାଗ ପକ୍ଷରୁ କିଛି ଦିନ ତଳେ ସ୍ବତନ୍ତ୍ର ଚିକିତ୍ସାକାରୀ ଦଳ ଅସୁସ୍ଥ ମାଖନା ହାତୀକୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରିଥିଲେ ।ଏହି ଦଳ ଅସୁସ୍ଥ ହାତୀକୁ ନିୟମିତ ଚିକିତ୍ସା ଜାରି ରଖିଛନ୍ତି । ମାଖନା ହାତୀର ଗତିବିଧି ଉପରେ ବନ ବିଭାଗ ନଜର ମଧ୍ୟ ରଖିଛି । ମାଖନା ହାତୀ ସୁସ୍ଥ ହେବା ପରିବର୍ତ୍ତେ ଦିନକୁ ଦିନ ଦୁର୍ବଳ ହୋଇ ପଡୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button