ବୟସ ଛୋଟ କିନ୍ତୁ ଜ୍ଞାନ ପ୍ରଖର: ମାତ୍ର ଅଢେଇ ବର୍ଷ ‘ବିଭାନ’ର ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼

ବ୍ରହ୍ମପୁର: ବୟସ ଛୋଟ କିନ୍ତୁ ଜ୍ଞାନ ପ୍ରଖର । ଭଲ ଭାବେ କହିବା ପାଇଁ ପାଟି ଫିଟିନଥିବା ବେଳେ ଏବେ ଠାରୁ ସାଧାରଣ ଜ୍ଞାନର ବିଭିନ୍ନ ପ୍ରଶ୍ନର ଫଟାଫଟ ଉତ୍ତର ଦିଅନ୍ତି ସେ । ସେ ହେଉଛନ୍ତି ମାତ୍ର ସାଢ଼େ ଦୁଇ ବର୍ଷର ମନୋଜ ଗିରିଙ୍କ ସାଢ଼େ ଦୁଇ ବର୍ଷର ପୁଅ ବିଭାନ ଗିରି । ମନୋଜଙ୍କ ଘର ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ କଡ଼ରେ ହୋଇଥିବା ବେଳେ ସେ ଜଣେ ବ୍ୟବସାୟୀ ।
ମନୋଜ ନିଜ ପତ୍ନୀ, ପୁଅ ଓ ନିଜ ବାପା ମାଆଙ୍କ ସହ ରହୁଛନ୍ତି ।
ବିଭାନ ବର୍ତ୍ତମାନ ସୁଦ୍ଧା କୌଣସି ବିଦ୍ୟାଳୟରେ ନାମ ଲେଖାଇ ନଥିଲେ ସୁଦ୍ଧା ତାଙ୍କର ସାଧାରଣ ଜ୍ଞାନ ବେଶ ପ୍ରଖର । ମାତ୍ର ୧ ମିନିଟ ସମୟ ମଧ୍ୟରେ ୪୦ଟି ଦେଶର ରାଜଧାନୀ, ୫୦ଟି ସାଧାରଣ ଜ୍ଞାନ ପ୍ରଶ୍ନର ସଠିକ ଉତ୍ତର, ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ଚିହ୍ନିବା, ଆଲଫାବେଟ୍, ଫଳ, ଫୁଲ ପଶୁପକ୍ଷୀଙ୍କୁ ସେ ଚିହ୍ନବା ସହିତ ତାହାକୁ କହିପାରନ୍ତି ବିଭାନ । ସେପଟେ ଗତ ଦୁଇ ମାସ ପୂର୍ବରୁ ଯାହା ଘରର ପରିବାର ଲୋକେ କଥା ହୁଅନ୍ତି ସେ ସବୁକୁ ବିଭାନ ସଙ୍ଗେ ସଙ୍ଗେ ଗ୍ରହଣ କରିନେଉଥିଲା ।
ବିଭାନର ଏଭଳି କାର୍ଯ୍ୟକୁ ଦେଖି ତାଙ୍କର ପାଠପଢ଼ା କାର୍ଯ୍ୟ ଆରମ୍ଭ କରିଥିଲେ ବିଭାନଙ୍କ ମାଆ । ପ୍ରତଦିନ ସକାଳ ଓ ସନ୍ଧ୍ୟା ସମୟରେ ପ୍ରାୟ ୨ ଘଣ୍ଟା ଲେଖାଏଁ ବିଭାନଙ୍କୁ ବିଭିନ୍ନ ବିଷୟରେ ଶିଖା ଦେଇଥାନ୍ତି ତାଙ୍କ ମାଆ । ପିଲାଟି ଦିନରୁ ପାଠପଢ଼ିବା ପ୍ରତି ତାର ଇଚ୍ଛା ରହିଥିବା ଯୋଗୁଁ ତାଙ୍କୁ ଏଭଳି ସାଧରଣ ଜ୍ଞାନ ସମ୍ପର୍କରେ ପଢ଼ାଯାଉଛି । ଯାହାକୁ କି ସେ କମ୍ ସମୟ ମଧ୍ୟରେ ମନେ ରଖିପାରୁଛନ୍ତି ବୋଲି କହିଛନ୍ତି ବିଭାନଙ୍କ ମାଆ ।